ଇରାନ ଓ ଉତ୍ତରକୋରିଆରୁ ଯୁଦ୍ଧ ସରଞ୍ଜାମ କିଣିବ ରୁଷ : ଆମେରିକୀୟ ଗୁଇନ୍ଦା ରିପୋର୍ଟ

ଗୋଳାବାରୁଦ କିଣିବ ରୁଷ

ଓ୍ବାସିଂଟନ : ୟୁକ୍ରେନ ଯୁଦ୍ଧ ଗତ ପ୍ରାୟ ୬ ମାସରୁ ଅଧିକ ସମୟ ଧରି ଜାରି ରହିଥିବାରୁ ରୁଷର ସାମରିକ ସରଞ୍ଜାମ ଶେଷ ହୋଇଆସୁଥିବା ମନେ ହେଉଛି। ଏଥିପାଇଁ ରୁଷ ନିଜର ମିତ୍ର ଦେଶ ଇରାନ ଓ ଉତ୍ତର-କୋରିଆଠାରୁ କେତେକ ଅସ୍ତ୍ରଶସ୍ତ୍ର କିଣିବା ଆରମ୍ଭ କରିଛି। ନିକଟରେ ରୁଷ ଇରାନଠାରୁ କେତେକ ଲଢୁଆ ଡ୍ରୋନ କିଣିଥିବାବେଳେ ଏବେ ଉତ୍ତରକୋରିଆଠାରୁ ରକେଟ୍ ଓ ଆର୍ଟିଲାରୀ ସେଲ କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି ବୋଲି ଆମେରିକୀୟ ଗୁଇନ୍ଦା ଏଜେନ୍ସିମାନେ ରିପୋର୍ଟ ଦେଇଛନ୍ତି। ଏସବୁ ଦେଶଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣିବା ଦର୍ଶାଉଛି ଯେ ରୁଷ ଏବେ ନିଜର ଗୋଳାବାରୁଦ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ତିଆରି କରିବାକୁ ଅଭାବର ସମୁଖୀନ ହେଉଛି। ମୁଖ୍ୟତଃ ଆର୍ଥିକ କଟକଣା ଯୋଗୁଁ ରୁଷ କେତେକ କଞ୍ଚାମାଲ ବାହାରୁ ଆମଦାନୀ କରିପାରୁନାହିଁ। ଏଥିପାଇଁ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପ୍ରଭାବିତ ହୋଇଛି ବୋଲି ଆମେରିକୀୟ ଗୁଇନ୍ଦା ରିପୋର୍ଟରେ କୁହାଯାଇଛି। ଆଗକୁ ମଧ୍ୟ ଉତ୍ତରକୋରିଆରୁ ଆଉ କେତେକ ଅସ୍ତ୍ରଶସ୍ତ୍ର କିଣିବାକୁ ରୁଷ ବିଚାର କରୁଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ଆମେରିକା ଓ ୟୁରୋପୀୟ ଦେଶମାନେ ରୁଷ ସହ ସଂପର୍କ ଛିନ୍ନ କରିଥିବାବେଳେ ଇରାନ, ଚୀନ ଓ ଉତ୍ତର କୋରିଆ ମସ୍କୋ ସହିତ ସଂପର୍କକୁ ଆହୁରି ନିବିଡ଼ କରିଛନ୍ତି। ତେବେ ଚୀନଠାରୁ କାହିଁକି ରୁଷ ଅସ୍ତ୍ରଶସ୍ତ୍ର କିଣୁନାହିଁ ତାହା ସନ୍ଦେହ ସୃଷ୍ଟି କରିଛି।

Share Now:

Kalinga News Beuro

Next Post

ଆଠ ବର୍ଷ ପ୍ରେମରେ ପ୍ରତାରଣାର ଶିକାର ଅଭିଯୋଗ ଆଣିଲେ ଯୁବତୀ

Tue Sep 6 , 2022
ସ୍ତ୍ରୀର ଅଧିକାର ପାଇଁ ପ୍ରେମିକ ଘର ସମୁଖରେ ଧାରଣା ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବାରାକୋଟ ଗ୍ରାମରେ ପ୍ରେମିକ ଘର ସମ୍ମୁଖରେ ସ୍ତ୍ରୀର ଅଧିକାର ପାଇଁ ଜଣେ ନିସହାୟ ପ୍ରେମିକା ଦୁଇ ଦିନ ହେଲା ଧାରଣା ଦେଇଛନ୍ତି। ଦୀର୍ଘ ବର୍ଷର ପ୍ରେମ ସମ୍ପର୍କକୁ ପ୍ରେମିକ ବେଖାତିର କରିବାରୁ ଯୁବତୀଜଣଙ୍କ ଏଭଳି ପଦକ୍ଷେପ ନେଇଛନ୍ତି। ଯୁବତୀ ଜଣଙ୍କ ହେଉଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ହିଁତସରା ଗ୍ରାମର ନୀଳମଣି […]
ପ୍ରେମିକ ଘର ସମ୍ମୁଖରେ ଧାରଣା ଦେଲେ ଯୁବତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial