ଆଠ ବର୍ଷ ପ୍ରେମରେ ପ୍ରତାରଣାର ଶିକାର ଅଭିଯୋଗ ଆଣିଲେ ଯୁବତୀ

ପ୍ରେମିକ ଘର ସମ୍ମୁଖରେ ଧାରଣା ଦେଲେ ଯୁବତୀ

ସ୍ତ୍ରୀର ଅଧିକାର ପାଇଁ ପ୍ରେମିକ ଘର ସମୁଖରେ ଧାରଣା

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବାରାକୋଟ ଗ୍ରାମରେ ପ୍ରେମିକ ଘର ସମ୍ମୁଖରେ ସ୍ତ୍ରୀର ଅଧିକାର ପାଇଁ ଜଣେ ନିସହାୟ ପ୍ରେମିକା ଦୁଇ ଦିନ ହେଲା ଧାରଣା ଦେଇଛନ୍ତି। ଦୀର୍ଘ ବର୍ଷର ପ୍ରେମ ସମ୍ପର୍କକୁ ପ୍ରେମିକ ବେଖାତିର କରିବାରୁ ଯୁବତୀଜଣଙ୍କ ଏଭଳି ପଦକ୍ଷେପ ନେଇଛନ୍ତି। ଯୁବତୀ ଜଣଙ୍କ ହେଉଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ହିଁତସରା ଗ୍ରାମର ନୀଳମଣି ସାହୁଙ୍କ ଝିଅ ଅନି (୨୭)। ଆଠ ବର୍ଷ ହେଲା ବାରାକୋଟ ଗ୍ରାମର ବେଣୁଧର ସାହୁଙ୍କ ପୁଅ ସଞ୍ଜୟ ସାହୁ(୩୪)ଙ୍କ ସହ ଅନିଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବିବାହ କରିବି କହି ସଞ୍ଜୟ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ସାହାଯ୍ୟ ଆଳରେ ଲକ୍ଷାଧିକ ଟଙ୍କା ଆଣିଥିଲେ ସଞ୍ଜୟ। ୨୦୧୯ ମସିହାରେ ପରେ ସଞ୍ଜୟ ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତାବ ଚଳାଇଥିଲେ। ଯୁବତୀଜଣଙ୍କ ଜାଣି ପାରି ନାକଟିଦେଉଳ ଥାନାର ଦ୍ବାରସ୍ଥ ହୋଇ ଦୁଷ୍କର୍ମ ଓ ଠକେଇ ମାମାଲାର ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଯୁବତୀଙ୍କୁୁ ବିବାହ କରିବି କହି ରାଜି ହେବାରୁ ଯୁବତୀଙ୍କ ସହାୟତାରେ ସଞ୍ଜୟ ଦେଢ ବର୍ଷ ପରେ ଜାମିନରେ ବାହାରିଥିଲେ। ମାତ୍ର ପରେ ଅରାଜି ହେବାରୁ ଯୁବତୀଜଣଙ୍କ ବାଧ୍ୟ ହୋଇ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି। ଖବର ପାଇ ରିଆମାଳ ପୁଲିସ ପହଞ୍ଚି ତଦନ୍ତ କରୁଛି।

Share Now:

Kalinga News Beuro

Next Post

ଦୁଷ୍କର୍ମ ଅଭିଯୋଗରେ ଆତ୍ମଘୋଷିତ ସାମ୍ବାଦିକ ଅକ୍ଷୟ ଦାସ ଗିରଫ

Tue Sep 6 , 2022
କଟକ: ଜଣେ ମହିଳାଙ୍କୁ ଚାକିରି କରାଇଦେବା ନାଁରେ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଆତ୍ମଘୋଷିତ ସାମ୍ବାଦିକ ଅକ୍ଷୟ ଦାସ ଗିରଫ ହୋଇଛନ୍ତି। ମହିଳା ଥାନା ପୁଲିସ ଅଭିଯୁକ୍ତ ଅକ୍ଷୟ ଦାସଙ୍କୁ ଗିରଫ କରିଛି। ଅକ୍ଷୟଙ୍କ ନାଁରେ ଚାକିରି କରାଇ ଦେବା ନାଁରେ ଦୁଷ୍କର୍ମ ଅଭିଯୋଗ ରହିଥିଲା। ଏତଲା କରିବା ଦିନ ଅକ୍ଷୟ ଓ ସଂପୃକ୍ତ ମହିଳା ରାସ୍ତାରେ ପିଟାପିଟି ହୋଇଥିଲେ। ପୁରୀଘାଟ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ତେଲେଙ୍ଗାବଜାର ହଜାରୀଲେନ୍ ଅଞ୍ଚଳର […]
ଆତ୍ମଘୋଷିତ ସାମ୍ବାଦିକ ଅକ୍ଷୟ ଦାସ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial