ପରମାଣୁ ବୋମା ଧମକ ଦେଇ ଅନ୍ୟ ଦେଶକୁ ସହାୟତା ମାଗ : ଆତଙ୍କବାଦୀ ହାଫିଜ୍ ରିଜଭି

ପରମାଣୁ ବୋମା ଧମକ

ଲାହୋର : ଭୟଙ୍କର ଆର୍ଥିକ ସଂକଟରେ ପଡ଼ିଥିବା ପାକିସ୍ତାନ ଏବେ ସହାୟତା ପାଇଁ ବିଶ୍ବର ବିଭିନ୍ନ ଦେଶ ଆଗରେ ହାତ ପତଉଥିବାବେଳେ ଜିହାଦୀ ସଂଗଠନମାନଙ୍କ ଫୁଟାଣି ଯାଉନାହିଁ। ସେମାନେ ବିଭିନ୍ନ ଦେଶ ଆଗରେ ହାତ ପତେଇବା ଅପେକ୍ଷା ହାତରେ ପରମାଣୁ ବୋମା ଧରି ଧମକ ଦିଅ ଆପେ ଆପେ ଅର୍ଥ ଆସିବ ବୋଲି ପାକିସ୍ତାନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପାକିସ୍ତାନ ସରକାରଙ୍କୁ ଏପରି ଅଜବ ପରାମର୍ଶ ଦେଇଛନ୍ତି ମୌଳବାଦୀ ସଂଗଠନ ତେହରିକ-ଏ-ଲାବବାଇକର ମୁଖ୍ୟ ହାଫିଜ ସାଦ ହୁସେନ ରିଜଭି। ଶେହବାଜ ସରିଫ ସରକାରଙ୍କୁ ପରମାଣୁ ବୋମା ଧମକ ରେ ବିଶ୍ୱକୁ ଭୟଭୀତ କରିବାକୁ ରିଜଭି କହିଛନ୍ତି। ଲାହୋରରେ ଅନୁଷ୍ଠିତ ଏକ ଜିହାଦୀ ସମ୍ମିଳନୀରେ ଭାଷଣ ଦେଇ ସେ କହିଛି ଯେ ପାକିସ୍ତାନର “ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ ଏବଂ ସେନା ମୁଖ୍ୟମାନଙ୍କୁ ପଠାଇ ସରକାର ବିଶ୍ୱକୁ ଭିକ ମାଗୁଛନ୍ତି। କେତେକ ଦେଶ ସାହାଯ୍ୟ କରୁଛନ୍ତି ଏବଂ କିଛି ଦେଶ ସାହାଯ୍ୟ କରୁନାହାନ୍ତି ଏବଂ ଆଉ କିଛି ଦେଶ ନାନା ସର୍ତ୍ତ ଆରୋପ କରୁଛନ୍ତି। ଏଣୁ ପାକିସ୍ତାନର କ୍ୟାବିନେଟ ମନ୍ତ୍ରୀମାନେ ବିଦେଶକୁ ଯିବାବେଳେ ଗୋଟିଏ ହାତରେ ଧର୍ମପୁସ୍ତକ ଧରି ଅନ୍ୟ ହାତରେ ପରମାଣୁ ବୋମା ଧରି ଯାଆନ୍ତୁ, ଦେଖିବେ ସମଗ୍ର ବିଶ୍ବ ଆପଣଙ୍କ ପାଦ ତଳକୁ ଆସିବ। ତାଙ୍କର ଏହି ବୟାନକୁ ନେଇ ପାକିସ୍ତାନ ସରକାରଙ୍କ ପ୍ରତିକ୍ରିୟା ଆସିନାହିଁ।

Share Now:

Kalinga News Beuro

Next Post

ଜାମିନ ନାମାଞ୍ଜୁର ପରେ ଜେଲ୍‌ଗଲେ ସେଜି ସିଂ ସାଲୁଜା

Thu Feb 2 , 2023
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ସେଜି ସିଂଙ୍କ ଜାମିନ ଆବେଦନ ନାମଞ୍ଜୁର ହେଲା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ଏଥି ସହିତ ସେଜି ସିଂଙ୍କ ଅନ୍ୟ ୫ ଜଣ ସାଙ୍ଗଙ୍କ ଜାମିନ ଆବେଦନକୁ ସ୍ଥାନୀୟ କୋର୍ଟ ଖାରଜ କରି ଦେଇଛନ୍ତି। ସମସ୍ତ ୬ ଅଭିଯୁକ୍ତଙ୍କୁ ପାଟଣାଗଡ଼ ଉପଖଣ୍ଡ କାରାଗାରକୁ […]
ଜେଲ୍‌ଗଲେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ସେଜି ସିଂ ସାଲୁଜା-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial