ତୁର୍କୀରେ ପୁଣି ଭୂକମ୍ପ : ୨୪ ଘଣ୍ଟାରେ ୩ୟ ଝଟକା,ମୃତ୍ୟୁସଂଖ୍ୟା ୧୮୦୦ ଟପିଲା

ତୁର୍କୀରେ ପୁଣି ଭୂକମ୍ପ-1

ଅଙ୍କାରା : ତୁର୍କୀରେ ପୁଣି ଭୂମିକମ୍ପ ଆସିଛି। ଗତ ୨୪ ଘଣ୍ଟାରେ ଏହା ହେଉଛି ୩ୟ ଭୂମିକମ୍ପ। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ବୋଲି କୁହାଯାଉଛି। ଏହା ଯୋଗୁଁ ସ୍ଥିତି ଆହୁରି ସଂଗୀନ ହେବା ସହ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସୋମବାର ଭୋର ୪ଟା ବେଳେ ହୋଇଥିବା ପ୍ରଥମ ଭୂମିକମ୍ପରେ ସବୁଠାରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହ ଅଧିକ କ୍ଷୟକ୍ଷତି ହୋଇଥିଲା। ଇତି ମଧ୍ୟରେ ମୃତ୍ୟୁସଂଖ୍ୟା ୧୮୦୦ ଟପିଯାଇଛି। ଉଭୟ ତୁର୍କୀ ଓ ସିରିଆରେ ଏସବୁ ମୃତ୍ୟୁ ହୋଇଛି। ତେବେ ଏବେ ବି ଅନେକ ଲୋକ ଧ୍ୱଂସସ୍ତୁପ ତଳେ ଫସି ରହିଥିବାରୁ ପ୍ରକୃତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବା ଆଶଙ୍କା କରାଯାଉଛି। ଭୂମିକମ୍ପ ଭୋର ସମୟରେ ଆସିଥିବାରୁ ସେତେବେଳେ ଅନେକ ଲୋକ ଶୋଇଥିଲେ। ଫଳରେ ମୃତ୍ୟୁସଂଖ୍ୟା ଏତେ ଅଧିକ ହୋଇଛି। ତୁର୍କୀ ଓ ସିରିଆରେ ଏବେ ପ୍ରବଳ ଥଣ୍ଡା ଓ ବରଫପାତ ଚାଲିଥିବାବେଳେ ଏହି ଭୂମିକମ୍ପ ଲୋକଙ୍କ ଦୂର୍ଦ୍ଦଶାକୁ ବଢାଇଦେଇଛି। ରାସ୍ତାଘାଟରେ ବରଫ ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଛି। ତୁର୍କୀ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଏଏଫଏଡି ଅନୁଯାୟୀ ଲେବାନନ୍, ସିରିଆ ଏବଂ ସାଇପ୍ରସରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଯଦିଓ ତୁର୍କୀ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ କିମ୍ବା ଆଘାତ ବିଷୟରେ ଜଣାଇ ନାହାଁନ୍ତି, ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଶର ଦକ୍ଷିଣ ପୂର୍ବରେ ଥିବା ଅନେକ ସହରରେ ନଷ୍ଟ ହୋଇଥିବା କୋଠାଦେଖାଯାଇଛି।

Share Now:

Kalinga News Beuro

Next Post

ଡ୍ରେନ୍‌ ପାଇଁ ଅଧିଗ୍ରହଣ ହୋଇପାରୁନି ଜମି: ପୁଣି ଭାସିବ ଭୁବନେଶ୍ୱର

Mon Feb 6 , 2023
ଭୁବନେଶ୍ୱର : ଅସରାଏ ବର୍ଷା ହେଲେ ରାଜଧାନୀ ଉବୁଟୁବୁ ହୁଏ। ଲଗାଣ ବର୍ଷା ହେଲେ ଅବସ୍ଥା ସାଂଘାତିକ ହୁଏ। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ସମାଧାନ ହୋଇ ପାରୁ ନାହିଁ। ଦୁଇବର୍ଷ ତଳେ ଜଣେ ଛାତ୍ର ଡ୍ରେନ୍‌ରେ ଭାସି ମୃତ୍ୟୁ ବରଣ କରିବା ପରେ ବିଏମ୍‌ସିର ବୁଦ୍ଧି ପଶିଥିଲା। ପୂର୍ବରୁ ନାଲି ଫିତା ତଳେ ପଡ଼ି ରହିଥିବା ଡ୍ରେନ୍‌ ସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକ୍ଷମ କରାଇବା […]
ପୁଣି ଭାସିବ ଭୁବନେଶ୍ବର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial