୩୨୦ ବର୍ଷ ପରେ ପ୍ରକାଶନ ବନ୍ଦ କଲା ବିଶ୍ୱର ସର୍ବପୁରାତନ ଖବରକାଗଜ

ପ୍ରକାଶନ ବନ୍ଦ କଲା ବିଶ୍ବର ସର୍ବପୁରାତନ ଖବରକାଗଜ

ଭିଏନା: ଦୀର୍ଘ ୩୨୦ ବର୍ଷ ପ୍ରକାଶନ ଚାଲୁ ରଖିବା ପରେ ଭିଏନାରୁ ପ୍ରକାଶିତ ବିଶ୍ୱର ସର୍ବପୁରାତନ ସମ୍ବାଦପତ୍ର ‘ୱିନର୍‌ ସାଇଜନ୍‌’ ଶୁକ୍ରବାର ଦିନ ତା’ର ଦୈନିକ ସଂସ୍କରଣ ପ୍ରକାଶନ ବନ୍ଦ କରିଛି। ଅଷ୍ଟ୍ରିଆ ସରକାରଙ୍କଦ୍ୱାରା ପ୍ରକାଶିତ ଏହି ଖବରକାଗଜରୁ ଆୟ କମିଯିବାରୁ ଅର୍ଥାତ ଲାଭଜନକ ନ ହେବାରୁ ତାହାର ପ୍ରକାଶନ ବନ୍ଦ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କିନ୍ତୁ, ଗତ ଏପ୍ରିଲ୍‌ ମାସରେ ଅଷ୍ଟ୍ରିଆର ମିଳିତ ସରକାର ଗୃହୀତ କରିଥିବା ଏକ ଆଇନ ଯୋଗୁଁ ଏହାର ପ୍ରକାଶନରେ ବାଧା ସୃଷ୍ଟି ହେଲା ବୋଲି କୁହାଯାଉଛି।
୧୭୦୩ ମସିହା ଅଗଷ୍ଟ ମାସରୁ ପ୍ରକାଶିତ ଏହି ସମ୍ବାଦପତ୍ର ଅଷ୍ଟ୍ରିଆ ସରକାରଙ୍କ ମାଲିକାନାରେ ଥିଲେ ବି ସମ୍ପାଦନା କ୍ଷେତ୍ରରେ ଥିଲା ସ୍ବାଧୀନ। ଅନ୍ୟସୂତ୍ରରୁ ପ୍ରାପ୍ତ ରିପୋର୍ଟ ଅନୁସାରେ, ନୂଆ ଆଇନ ଯୋଗୁଁ ଏହି ସମ୍ବାଦପତ୍ର ପ୍ରକାଶନରେ ୧୫ ନିୟୁତ ପାଉଣ୍ଡ୍‌ କ୍ଷତି ହେଲା। ଫଳରେ ସମ୍ବାଦପତ୍ରର ୬୩ଜଣ କର୍ମଚାରୀଙ୍କୁ ଛଟେଇ କରିବାକୁ ପଡ଼ିଥିଲା। ସମ୍ପାଦନା ବିଭାଗର କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ୫୫ରୁ ୨୦କୁ ହ୍ରାସ କରାଯାଇଥିଲା। ‘ଗାର୍ଡିଆନ୍‌’ ସମ୍ବାଦପତ୍ର ରିପୋର୍ଟ ଅନୁସାରେ, ଶୁକ୍ରବାର ଦିନ ପ୍ରକାଶିତ ଶେଷ ଦୈନିକ ସଂସ୍କରଣର ସମ୍ପାଦକୀୟରେ ‘ୱିନର୍‌ ସାଇଜନ୍‌’ର ପ୍ରକାଶନ ବନ୍ଦ ପାଇଁ ସରକାରଙ୍କ ନୂଆ ଆଇନକୁ ଦାୟୀ କରାଯାଇଛି। ଉଲ୍ଲେଖଯୋଗ୍ୟ, ‘ୱିନର୍‌ ସାଇଜନ୍‌’ର ଛାପା ସଂସ୍କରଣ ପ୍ରକାଶନ ବନ୍ଦ ହୋଇଥିଲେ ବି ଅନ୍‌ଲାଇନ୍‌ ସଂସ୍କରଣ ପ୍ରକାଶନ ଅବ୍ୟାହତ ରହିବ। ବିକଳ୍ପ ଭାବେ ‘ୱିନର୍‌ ସାଇଜନ୍‌’ର ଏକ ମାସିକ ସଂସ୍କରଣ ପ୍ରକାଶ କରିବାକୁ ଚିନ୍ତା କରାଯାଉଛି। କିନ୍ତୁ, ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ।

Share Now:

Kalinga News Beuro

Next Post

ଜୁଲାଇ ୧୩ରେ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ : ଇସ୍ରୋ

Mon Jul 3 , 2023
ମୁମ୍ବାଇ: ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ ଆସନ୍ତା ଜୁଲାଇ ୧୩ରେ ହେବ। ଏ ସଂପର୍କରେ ଭାରତୀୟ ମହାକାଶ ବିକାଶ ସଂସ୍ଥା ଇସ୍ରୋ ମୁଖ୍ୟ ଏସ୍.ସୋମନାଥ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଜୁଲାଇ ୧୩ରେ ଉତକ୍ଷେପଣ ପାଇଁ ଉଦ୍ୟମ କରାଯିବ। ପରିସ୍ଥିତି ଅନୁସାରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଉତକ୍ଷେପଣ ପାଇଁ ଉଦ୍ୟମ ଜାରି ରହିବ। ଏଥର ଚନ୍ଦ୍ରଯାନ ଚନ୍ଦ୍ରରେ ସଫ୍ଟ ଲାଣ୍ଡିଂ କରିବାରେ ସକ୍ଷମ […]
ଜୁଲାଇ ୧୩ରେ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial