୨୦୨୩ରେ ‘ଜି୨୦ ଶିଖର ସମ୍ମଳନୀ’ ଆୟୋଜନ କରିବ ଭାରତ

‘ଜି୨୦ ଶିଖର ସମ୍ମଳନୀ’

ନୂଆଦିଲ୍ଲୀ/ରିୟାଦ୍‌: ପୂର୍ବ ନିର୍ଦ୍ଧାରିତ ସମୟର ବର୍ଷକ ପରେ ଅର୍ଥାତ୍‌ ୨୦୨୩ ଭାରତ ‘ଜି୨୦ ଶିଖର ସମ୍ମଳନୀ’ ଆୟୋଜନ କରିବ ବୋଲି ରବିବାର ଦିନ ‘ଜି୨୦’ ନେତାମାନେ ଘୋଷଣା କରିଛନ୍ତି। ‘ଜି୨୦’ର ଓସାକା ଘୋଷଣାନାମା ଅନୁସାରେ, ୨୦୨୨ରେ ଭାରତ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା କଥା। ଉକ୍ତ ଘୋଷଣାନାମାରେ ଉଲ୍ଲେଖ ଥିଲା ଯେ, ୨୦୨୦ରେ ସାଉଦି ଆରବ, ୨୦୨୧ରେ ଇଟାଲି ଏବଂ ୨୦୨୨ରେ ଭାରତରେ ଆମେ ଏକତ୍ର ହେବାକୁ ସ୍ଥିର କରିଛୁ। ‘ଜି୨୦ ରିୟାଦ୍‌ ଶିଖର ସମ୍ମିଳନୀ ନେତାଙ୍କ ଘୋଷଣାନାମାରେ କୁହାଯାଇଛି, ସଫଳ ରିୟାଦ୍‌ ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ଏବଂ ‘ଜି୨୦’ର ପ୍ରକ୍ରିୟା ନିମନ୍ତେ ଅବଦାନ ଦେଇଥିବାରୁ ଆମେ ସାଉଦି ଆରବକୁ ଧନ୍ୟବାଦ ଦେଉଛୁ। ୨୦୨୧ରେ ଇଟାଲି, ୨୦୨୨ରେ ଭାରତ, ଏବଂ ୨୦୧୪ରେ ବ୍ରାଜିଲ୍‌ରେ ପୁଣି ଥରେ ଏହି ସମ୍ମିଳନୀରେ ଏକତ୍ର ହେବାକୁ ଆମେ ଚାହିଁ ରହିଲୁ।

Share Now:

Kalinga News Beuro

Next Post

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ : ଅପରେସନ୍‌ ବେଳେ ଚାଲିଗଲା ଜୀବନ, ଘରୋଇ ହସ୍‌ପିଟାଲ‌ରେ ଉତ୍ତେଜନା

Mon Nov 23 , 2020
ଭୁବନେଶ୍ୱର : କାନ୍ଧ ଅସ୍ତ୍ରୋପଚାର ବେଳେ ଜଣେ ନାବାଳକର ମୃତ୍ୟୁକୁ ନେଇ ଗତକାଲି ଅପରାହ୍ନରେ ନୂଆପଲ୍ଲୀସ୍ଥିତ ଉସ୍ତି ହସ୍ପିଟାଲରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାରଲୋକ ହସ୍ପିଟାଲରେ ହୋହଲ୍ଲା କରିଥିଲେ। ଉତ୍ତେଜନା ବଢ଼ିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସ୍‌କୁ ଖବର ଦେଇଥିଲେ। ନୂଆପଲ୍ଲୀ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଶବକୁ ଜବତ କରି […]
ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial