ଭୂମିକମ୍ପର ୧୨୮ ଘଣ୍ଟା ପରେ ଧ୍ବଂସସ୍ତୂପ ତଳୁ ଗୋଟିଏ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ଉଦ୍ଧାର

ଗୋଟିଏ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ

ଇସ୍ତାନବୁଲ: ତୁର୍କୀ ଓ ସିରିୟାରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୨୬ ହଜାର ଅତିକ୍ରମ କରିଛି। ଏଥିସହିତ ଲକ୍ଷାଧିକ ଲୋକଙ୍କ ଘର ନଷ୍ଟ ହୋଇ ମାଟିରେ ମିଶି ଯାଇଛି। ସେମାନଙ୍କ ପାଖରେ ରହିବାକୁ ଘର ନାହିଁ। ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପୀଡ଼ିତଙ୍କୁ ବଞ୍ଚାଇବା ପାଇଁ ଅଭିଯାନ ଜାରି ରଖିଥିବା ବେଳେ ଉଭୟ ରାଷ୍ଟ୍ରରେ ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ଉଦ୍ଧାର ଓ ରିଲିଫ୍‌ ଅଭିଯାନ ‘ଅପରେସନ ଦୋସ୍ତ’ ତ୍ବରାନ୍ବିତ ହୋଇଛି।
ଏହି କ୍ରମରେ ଧ୍ବଂସସ୍ତୂପ ତଳୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସୁଛି। ନିକଟରେ ୨ମାସର ନବଜାତ ୧୨୮ ଘଣ୍ଟା ପରେ ଧ୍ବଂସସ୍ତୂପ ତଳୁ ଉଦ୍ଧାର ହୋଇଥିବା ଖବର ମିଳିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ। ଏତେ ବଡ଼ ପ୍ରଳୟର ଶିକାର ହେବା ପରେ ବି ଦୁଇମାସ ନବଜାତ ଜୀବିତ ରହିବା ଚମତ୍କାର ଠାରୁ କମ ନୁହେଁ ବୋଲି କୁହାଯାଉଛି। ଏଥିସହିତ ପଶ୍ଚିମ ସିରିୟାର ଇଦଲିବ ଅଞ୍ଚଳରୁ ଏକ ପରିବାରକୁ ଧ୍ବଂସସ୍ତୂପ ତଳୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରିବାରର ସମସ୍ତ ସଦସ୍ୟ ପରସ୍ପରକୁ ଜୀବିତ ପାଇ ଖୁସିରେ କାନ୍ଦି ପକାଇଥିଲେ। ଘଟଣାସ୍ଥଳରେ ଲୋକେ ପାଟି କରି ଉଠିଥିଲେ ‘ଇଶ୍ବର ମହାନ ଅଟନ୍ତି’। ଏହି ଉଦ୍ଧାର ସମୟର ଭିଡିଓକୁ ସିରିୟା ନାଗରିକ ସୁରକ୍ଷା ସ୍ବୟଂସେବୀ ସଙ୍ଗଠନ ଦ ହ୍ବାଇଟ ହେଲମେଟ୍ସ ଦ୍ବାରା ସେୟାର କରାଯାଇଛି। ଆଉ ଏଥିରେ ଲେଖାଯାଇଛି, ‘ଏକ ବାସ୍ତବ ଚମତ୍କାର….। ଫେବୃଆରୀ ୭ ମଙ୍ଗଳବାର ଦ୍ବିପହର ସମୟରେ ବିସ୍ନିୟା ଗ୍ରାମରେ ଏକ ପରିବାରକୁ ତାଙ୍କ ଘରର ଧ୍ବଂସସ୍ତୂପ ତଳୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୌଭାଗ୍ୟବଶତଃ ଏତେ ବଡ଼ ଅଘଟଣର ଶିକାର ହୋଇଥିଲେ ବି ପରିବାରର ସମସ୍ତ ସଦସ୍ୟ ଜୀବିତ ଅଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଉଦ୍ଧାରକାରୀ ଦଳ ଶିଶୁଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଯାଉଛନ୍ତି। ଏଥିସହିତ ବୃଦ୍ଧଙ୍କୁ ବି ଧ୍ବଂସସ୍ତୂପ ତଳୁ ଉଦ୍ଧାର କରାଯାଇ ଷ୍ଟ୍ରେଚରେ ନିଆଯାଉଛି।

Share Now:

Kalinga News Beuro

Next Post

ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ର ନୂଆ ରାଜ୍ୟପାଳ

Sun Feb 12 , 2023
ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏଠାରେ ସୂଚନା ଥାଉ କି ୨୦୧୯ ଜୁଲାଇ ୧୬ ତାରିଖରେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏହାପରେ ସେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଇଥିଲେ […]
ବିଶ୍ୱଭୂଷଣ ହରିଚନ୍ଦନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial