ଚୀନରେ ଗ୍ୟାସ ପାଇପ ଫାଟି ୧୨ଜଣଙ୍କ ମୃତ୍ୟୁ, ୧୩୮ ଆହତ

ଚୀନରେ ଗ୍ୟାସ ପାଇପ ଫାଟି ୧୨ମୃତ୍ୟୁ

ନୂଆଦିଲ୍ଲୀ: ଚୀନରେ ବିସ୍ଫୋରଣ। ଏକ ଗ୍ୟାସ୍ ପାଇପରେ ବିସ୍ଫୋରଣ ଘଟି ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୩୮ଜଣ ଆହତ ହୋଇଛନ୍ତି। ଏନେଇ ରାଜ୍ୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ହୁବେଇ ପ୍ରଦେଶର ଶିୟାନ ସହରରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ୧୫୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିରେ ୩୭ ଜଣ ଗୁରୁତର ଆହତ ଅଛନ୍ତି। ସୂଚନା ମୁତାବକ, ହୁବେଇ ପ୍ରଦେଶର ଶିୟାନ ସହରରେ ଥିବା ଏକ ଖାଦ୍ୟ ମାର୍କେଟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ଖାଦ୍ୟ ମାର୍କେଟରେ ଥିବା ବିଲଡିଂଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଲୋକେ ଖାଦ୍ୟ ଜିନିଷ କିଣୁଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା। ବିଲଡିଂରେ ଲାଗିଥିବା କାଚ ଫାଟିଯିବା ସହ ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ। ତେବେ ଦୁର୍ଘଟଣା ପରେ ଏଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଆହତମାନେ ଜରୁରୀକାଳୀନ ଚିକିତ୍ସାରେ ଥିବାରୁ ଶିଆନ୍ ଡାକ୍ତରଖାନା ସ୍ଥାନୀୟ ବାସିନ୍ଦାଙ୍କୁ ରକ୍ତଦାନ କରିବାକୁ କହିବା ଆରମ୍ଭ କରିଛି।

Share Now:

Kalinga News Beuro

Next Post

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ୟେଲୋ ୱାର୍ଣ୍ଣିଂ ଜାରି

Sun Jun 13 , 2021
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ରହିଛି। ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢ଼େଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ […]
ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial