ପରମାଣୁ ଆକ୍ରମଣ ଧମକ ଦେଲେ କିମ୍ ଜଙ୍ଗ୍

ପରମାଣୁ ଆକ୍ରମଣ ଧମକ ଦେଲେ କିମ୍ ଜଙ୍ଗ୍

ସିଓଲ : ପୁଣି ଥରେ ପରମାଣୁ ଆକ୍ରମଣ ଧମକ ଦେଇଛନ୍ତି ଉତ୍ତର କୋରିଆର ଶାସନ କିମ ଜଙ୍ଗ ଉନ। ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଇଇଜେଡ୍ )ରେ ପଡ଼ିଥିବା ଏକ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାର ଗୋଟିଏ ଦିନ ପରେ ଉତ୍ତର କୋରିଆ ନେତା କିମ୍ ଜଙ୍ଗ-ଉନ୍ ଏହି ଧମକ ଦେଇଛନ୍ତି। ଗୁରୁବାରଦିନ ସେ ପ୍ରଥମ ଥର ପାଇଁ ନିଜ ଝିଅ ସହ ସର୍ବସାଧାରଣରେ ଦେଖାଦେଇ ଏହି ଚେତାବନୀ ଶୁଣାଇଥିଲେ। ବିଗତ କିଛି ମାସ ହେଲା ତାଙ୍କ ସ୍ବାସ୍ଥ୍ୟକୁ ନେଇ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ପ୍ରକାଶ ପାଉଥିବାବେଳେ ସର୍ବସାଧାରଣରେ ବାହାରି ସେ ଉକ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇଛନ୍ତି। ଉତ୍ତର କୋରିଆର ସରକାରୀ ନ୍ୟୁଜ ଏଜେନ୍ସି କହିଛି, “କିମ୍ ଜଙ୍ଗ-ଉନ୍ ଗୁରତ୍ବର ସହ ଘୋଷଣା କରିଛନ୍ତି ଯେ ଯଦି ଶତ୍ରୁମାନେ ଧମକ ଦେବା ଜାରି ରହନ୍ତି… ଆମ ଦଳ ଏବଂ ସରକାର ପରମାଣୁ ଅସ୍ତ୍ର ଶସ୍ତ୍ର ସହିତ ତାହାର ଚରମ ଜବାବ ଦେବେ”। ଗୁରୁବାର ଦିନ ତାଙ୍କ ଝିଅ ଏବଂ ପତ୍ନୀଙ୍କ ସହ କ୍ଷେପଣାସ୍ତ୍ର ଉତ୍ କ୍ଷେପଣରେ ଯୋଗ ଦେଇଥିଲେ। ଗୁରୁବାରଦିନ ଉତ୍ତରକୋରିଆ ପକ୍ଷରୁ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବାର ଦିନକ ପରେ ଅର୍ଥାତ ଶୁକ୍ରବାରଦିନ ଜାପାନ ଓ ଆମେରିକା ଉତ୍ତରକୋରିଆ ଜଳସୀମା ନିକଟରେ ସାମରିକ ଅଭ୍ୟାସ କରିଥିଲେ। ଏହା ପରେ ହିଁ ଉତ୍ତରକୋରିଆ ପକ୍ଷରୁ ଏହି ଧମକ ଦିଆଯାଇଛି।

Share Now:

Kalinga News Beuro

Next Post

ଜମ୍ମୁ ଓ କଶ୍ମୀରର ନୌଶେରାରେ ଅନୁପ୍ରବେଶ ଉଦ୍ୟମ ବିଫଳ : ସେନା ଗୁଳିଚୋଟରେ ଆତଙ୍କବାଦୀ ନିହତ

Sat Nov 19 , 2022
ନୌଶେରା: ଶୁକ୍ରବାର ରାତିରେ ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲା ଅଞ୍ଚଳର ନୌଶେରା ସେକ୍ଟର୍‌ ନିକଟ ନିୟନ୍ତ୍ରଣ ରେଖାସ୍ଥିତ ସୀମାନ୍ତ ଆରପଟୁ ଏପଟକୁ ପ୍ରବେଶ କରୁଥିବା ଜଣେ ଆତଙ୍କବାଦୀ ଭାରତୀୟ ସେନାର ଗୁଳି ଚୋଟରେ ନିହତ ହୋଇଥିବା କଥା ପ୍ରତିରକ୍ଷାସୂତ୍ରରୁ ଜଣାପଡ଼ିଛି। ଆଜି ଅସ୍ତ୍ରଶସ୍ତ୍ର ସମେତ ଉକ୍ତ ଆତଙ୍କବାଦୀଙ୍କର ଶବ ଉଦ୍ଧାର କରାଯାଇଛି। ସଂଗୃହୀତ ତଥ୍ୟାବଳି ଅନୁସାରେ, ନୌଶେରା ସେକ୍ଟର୍‌ର କାଲାଲ୍‌ ଅଞ୍ଚଳରେ ଆତଙ୍କବାଦୀମାନେ ଭାରତ ପଟକୁ ପ୍ରବେଶ କରିବା […]
ସେନା ଗୁଳିଚୋଟରେ ଆତଙ୍କବାଦୀ ନିହତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial