ସିରିଆ ଉପରେ ଆମେରିକା, ଫ୍ରାନ୍ସ ଓ ଇଂଲଣ୍ଡର ଆକ୍ରମଣ

ଓ୍ଵାସିଙ୍ଗଟନ: ସିରିଆରେ ବିଦ୍ରୋହୀଙ୍କ ଉପରେ ରାଷ୍ଟ୍ରପତି ବସର ଅଲ ଅସାଦ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା ଅଭିଯୋଗ କରି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ସିରିଆ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗତକାଲି ରାତିରେ ସିରିଆର ରାଜଧାନୀ ଡାମାସକସରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି।
ଟ୍ରମ୍ପ କହିଛନ୍ତି ଫ୍ରାନ୍ସ ଓ ଇଂଲଣ୍ଡ ସହିତ ମିଳିତ ଭାବେ ଆମେରିକା ସିରିଆ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ଯେ ପର୍ଯ୍ୟନ୍ତ ସିରିଆ ରାସାୟନିକ ଅସ୍ତ୍ର ବ୍ୟବହାର , ଉତ୍ପାଦନ ଓ ପ୍ରସାର କାର୍ଯ୍ୟରୁ ବିରତ ନ ହୋଇଛିି ସେ ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ। କିଛି ସମୟ ପୂର୍ବରୁ ଆମେରିକା ସେନାକୁ ସିରିଆର ଏକଛତ୍ରବାଦୀ ଶାସକ ବସର ଅଲ ଅସାଦଙ୍କ ରାସାୟନିକ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଟ୍ରମ୍ପ ହାଇଟ ହାଉସ୍‌ରୁ ଏକ ଟେଲିଭିଜନ ସାକ୍ଷାତକାରରେ ଘୋଷଣା କରିଛନ୍ତି। ରାସାୟନିକ ଅସ୍ତ୍ର ବ୍ୟବହାର ମନୁଷ୍ୟକୃତ କାର୍ଯ୍ୟ ନୁହେଁ, ବରଂ ଏହା ରାକ୍ଷସର କାର୍ଯ୍ୟ ବୋଲି ଟ୍ରମ୍ପ କହିଛନ୍ତି। ମିଳିତ ଶକ୍ତିଙ୍କ ଆକ୍ରମଣ ପରିପ୍ରେକ୍ଷୀରେ ଟ୍ରମ୍ପ କହିଛନ୍ତି ଯେ ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ରାସାୟନିକ ଅସ୍ତ୍ରର ଉତ୍ପାଦନ, ପ୍ରସାର ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା।ଏହି ଅବସରରେ ସିରିଆର ରାଷ୍ଟ୍ରପତି ଆସାଦଙ୍କ ସରକାରଙ୍କୁ ସମର୍ଥନ କରୁଥିବା ରୁଷିଆ ଓ ଇରାନକୁ ମଧ୍ୟ ଟ୍ରମ୍ପ ସମାଲୋଚନା କରିଛନ୍ତି।
ସେହିପରି ବ୍ରିଟିଶ ପ୍ରଧାନମନ୍ତ୍ରୀ ଥେରେସା ମଧ୍ୟ ବ୍ରିଟିଶ ସନ୍ୟବାହିନୀକୁ ସିରିଆର ରାସ୍ତାୟନିକ ଅସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ ପାଇଁ କ୍ଷମତା ଦିଆଯାଇଛି ବୋଲି ଘୋଷଣା କରିଛନ୍ତି। ଏହି ମିଲିଟାରୀ କାର୍ଯ୍ୟାନୁଷ୍ଟାନ ସିରିଆ ସରକାର ପରିବର୍ତ୍ତନ ପାଇଁ ଅଭିପ୍ରେତ ନୁହେଁ ବୋଲି ଥେରସା ସ୍ପଷ୍ଟ ଭାବେ କହିଛନ୍ତି। ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଏମ୍ମାନୁଏଲ ମାକ୍ରନ ମଧ୍ୟ ରାସାୟନିକ ଅସ୍ତ୍ର ନଷ୍ଟ କରିବା ଅଭିଯାନରେ ଆମେରିକା ଓ ଇଂଲଣ୍ଡ ସହିତ ଫ୍ରାନ୍ସ ହାତ ମିଳାଇଥିବା ଘୋଷଣା କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ମରିଗଲା ମାନବିକତା: ସନ୍ଧ୍ୟା ଯାଏ ପଡ଼ି ରହିଲେ ବୃଦ୍ଧା

Sat Apr 14 , 2018
ଭୁବନେଶ୍ୱର: ମରିଗଲା ମାନବିକତା। ଦିନଭରି କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ପଡ଼ି ରହିଲେ ବୃଦ୍ଧା। ନିର୍ଦେଶକଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ କର୍ମଚାରୀ ସେହି ବାଟ ଦେଇ ଯାଉଥିଲେ ହେଁ, କେହି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ନାହିଁ। ଅପରାହ୍ଣରେ କିଛି ବ୍ୟକ୍ତି ବୃଦ୍ଧାକୁ ଏଭଳି ଅବସ୍ଥାରେ ପଡ଼ି ରହିଥିବା ଦେଖିବା ପରେ ହସ୍ପିଟାଲ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୂଚନା ଅନୁଯାୟୀ, ଗତକାଲି ସକାଳ ସାଢ଼େ ୯ଟା ସମୟରେ ହସ୍ପିଟାଲ୍‌ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial