ଆଫଗାନିସ୍ତାନରେ ପୁଣି ବନ୍ୟା ବିପର୍ଯ୍ୟୟ : ୫୦ ମୃତ

କାବୁଲ: ଆଫଗାନିସ୍ତାନରେ ପୁଣି ଥରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଆଫଗାନିସ୍ତାନର ଗୋର୍ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତାଲିବାନର ଜଣେ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ପ୍ରାଥମିକ ସୂଚନା ଆଧାରରେ ମୃତକଙ୍କ ସଂଖ୍ୟା ୫୦ ବୋଲି ଜଣାପଡ଼ିଛି। ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀ ଜଣକ କହିଛନ୍ତି। ଗୋର୍ ପ୍ରଦେଶର ଗଭର୍ଣ୍ଣରଙ୍କ ମୁଖପାତ୍ର ଅବଦୁଲ ୱାହିଦ ହାମାସ କହିଛନ୍ତି ଯେ ଆହୁରି କେତେକ ଲୋକ ନିଖୋଜ ଅଛନ୍ତି।
ଅବଦୁଲ ୱାହିଦ ହାମାସ କହିଛନ୍ତି ଯେ ଶୁକ୍ରବାର ବନ୍ୟା ପରେ ରାଜଧାନୀ ଫିରୋଜ କୋହ ସମେତ ବିଭିନ୍ନ ଅଞ୍ଚଳରେ ହଜାର ହଜାର ଘର ଏବଂ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ହମାସ ଏହା ମଧ୍ୟ ଦର୍ଶାଇଛି ଯେ ବନ୍ୟାରେ ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ ହେବା ସହିତ ପ୍ରଦେଶରେ ବିପୁଳ ଆର୍ଥିକ କ୍ଷତି ହୋଇଛି। ଏହା ପୂର୍ବରୁ ଗତ ସପ୍ତାହରେ ଆଫଗାନିସ୍ତାନର ଉତ୍ତର ପ୍ରଦେଶ ବାଗଲାନରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହାପରେ ଜାତିସଂଘ ଖାଦ୍ୟ ଏଜେନ୍ସି କହିଥିଲା ଯେ ଆଫଗାନିସ୍ତାନରେ ଆକସ୍ମିକ ବନ୍ୟାରେ ୩୦୦ରୁ ଅଧିକ ଆଫଗାନିସ୍ତାନ ଲୋକ ପ୍ରାଣ ହରାଇଛନ୍ତି। ବନ୍ୟାରେ ୧୦୦୦ରୁ ଅଧିକ ଘର ମଧ୍ୟ ନଷ୍ଟ ହୋଇଛି।

Share Now:

Kalinga News Beuro

Next Post

ଆଜି ବିଶ୍ୱ ସଂଗ୍ରହାଳୟ ଦିବସ : ରାଜ୍ୟ ସଂଗ୍ରହାଳୟରେ ଆଉ ଆଠ ଗ୍ୟାଲେରି

Sat May 18 , 2024
ପିଲାମାନଙ୍କୁ ଆକୃଷ୍ଟ କରିବ କଣ୍ଢେଇ ଓ ମୁଖା ସଂଗ୍ରହ ଭୁବନେଶ୍ୱର: ସଂଗ୍ରହାଳୟ ଗୌରବମୟ ଇତିହାସର ମୂକସାକ୍ଷୀ। ଗୋଟିଏ ଅସ୍ମିତାର ପରିଚୟ ଓ ସଭ୍ୟତା, ଜାତି ଓ ସଂସ୍କୃତିର ଦର୍ପଣ। ଅତୀତ ସହ ଯୋଡ଼ିବାର ଏକ ସହଜ ମାଧ୍ୟମ। ଇତିହାସ ଓ ପରମ୍ପରାର ଗାଥା ବଖାଣୁଥିବା ସଂଗ୍ରହାଳୟ ଗବେଷଣା ପାଇଁ ଏକ ଜ୍ଞାନର ଭଣ୍ଡାର। ସେଥିପାଇଁ ପ୍ରତ୍ୟେକ ଜାତି, ପ୍ରତ୍ୟେକ ଦେଶ ଓ ରାଜ୍ୟ ସଂଗ୍ରହାଳୟକୁ ଗୁରୁତ୍ବ ଦେଇ ଆସିଛନ୍ତି। ସରକାରଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial