ପାକିସ୍ତାନରେ ବନ୍ୟା : ମୃତ୍ୟୁସଂଖ୍ୟା ୧ ହଜାର ,ପହଞ୍ଚିଲା ଅନ୍ତର୍ଜାତୀୟ ସହାୟତା

ପାକିସ୍ତାନ ବନ୍ୟାରେ

ଇସ୍ଲାମାବାଦ : ପାକିସ୍ତାନରେ ଭୟଙ୍କର ବନ୍ୟା ବିତ୍ପାତ ଜାରି ରହିଛି। ଏହି ବନ୍ୟା ଯୋଗୁଁ ପାକିସ୍ତାନରେ ମୃତ୍ୟୁସଂଖ୍ୟା ୧୦୬୧କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଆର୍ଥିକ ସଂକଟରେ ପଡ଼ିଥିବା ପାକିସ୍ତାନର ଅବସ୍ଥା ଆହୁରି ଖରାପ ହୋଇଯାଇଛି। ଏହି ଭୟଙ୍କର ବିପତ୍ତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ସମଗ୍ର ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି। ଏହାକୁ ପାକ ସରକାର ଜଳବାୟୁ ଜନିତ ମାନବୀୟ ସଂକଟ ବୋଲି ଘୋଷଣା କରିଛନ୍ତି। ସହାୟତା ପାଇଁ ପାକିସ୍ତାନ ସରକାରଙ୍କ ନିବେଦନ ପରେ ଅନ୍ତର୍ଜାତୀୟ ସହାୟତା ପହଞ୍ଚିବାରେ ଲାଗିଛି। ତୁର୍କୀ, ୟୁଏଇ ପ୍ରଭୃତି ଦେଶ ପାକିସ୍ତାନକୁ ସହାୟତା ପଠାଇଛନ୍ତି। ଏହି ବନ୍ୟାରେ ପ୍ରାୟ ୩ କୋଟି ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ବାସହୀନ ହୋଇପଡ଼ିଛନ୍ତି। ପ୍ରାୟ ୧୦ ଲକ୍ଷ ଘର ଭାଙ୍ଗିଯାଇଛି। ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (ଏନଡିଏମଏର ) ପକ୍ଷରୁ ଦେଶର ବିଭିନ୍ନ ଅଞ୍ଚଳକୁ ରିଲିଫ ପ୍ରେରଣ କରାଯାଉଛି। ପାକିସ୍ତାନୀ ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ସହାୟତା କାର୍ଯ୍ୟ କରାଯାଉଛି। ଏନଡିଏମଏର ସୂଚନା ଅନୁସାରେ ଅଗଷ୍ଟ ମାସରେ ପାକିସ୍ତାନରେ ସାଧାରଣତଃ ୪୮ ମିଲିମିଟର ବର୍ଷା ହୋଇଥାଏ। କିନ୍ତୁ ଏବର୍ଷ ରେକର୍ଡ ୧୬୬ ମିଲିମିଟର ବର୍ଷା ହୋଇଛି। ଏହି ବନ୍ୟା ୨୦୧୦ରେ ହୋଇଥିବା ବନ୍ୟାଠାରୁ ମଧ୍ୟ ଆହୁରି ଭୟଙ୍କର ବୋଲି ଏନଡିଏମଏ କହିଛି।

Share Now:

Kalinga News Beuro

Next Post

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

Mon Aug 29 , 2022
ଭୁବନେଶ୍ବର : ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩ୟ ମେକ୍ ଇନ ଓଡ଼ିଶା ସମ୍ମିଳନୀକୁ ସଫଳ କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏହି ସମ୍ମିଳନୀକୁ ବିଭିନ୍ନ ଦେଶର ନିବେଶକମାନଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଆସନ୍ତା ୩୧ ତାରିଖରେ ନୂଆଦିଲ୍ଲୀଠାରେ ଏକ ସ୍ବତନ୍ତ୍ର ସମାବେଶର ଆୟୋଜନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ଟି ଦେଶର ରାଷ୍ଟ୍ରଦୂତମାନଙ୍କୁ ଭେଟି […]
କଥା ହେବେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial