ଦେବାଳିଆ ରାସ୍ତାରେ ପାକିସ୍ତାନ : ପେଟ୍ରୋଲ ପରେ ବଢ଼ିଲା ବିଦ୍ୟୁତ ଶୁଳ୍କ

ଦେବାଳିଆ ରାସ୍ତାରେ ପାକିସ୍ତାନ

ଲାହୋର: ପାକିସ୍ତାନ ଅର୍ଥନୀତି ଦୁର୍ଦ୍ଦିନ ଦେଇ ଗତି କରୁଛି। ଚାରିଆଡ଼ୁ ସଙ୍କଟ ମାଡ଼ି ଆସିଛି। ସେଠାରେ ଶ୍ରୀଲଙ୍କା ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେହି ସଙ୍କଟକୁ ଏଡ଼ାଇବା ଲାଗି ପାକିସ୍ତାନ ସରକାର ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସଙ୍କଟରୁ ଉଦ୍ଧାର କରିବା ଲାଗି ସେଠାକାର ସରକାର ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ଆଗରେ ଗୁହାରି କରୁଛି। ଚୀନ୍ ଓ ସାଉଦି ଆରବକୁ ମଧ୍ୟ ପାଣ୍ଠି ମାଗୁଛି। ଆଉ ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାରରେ ଦ୍ରୁତ ଅବନତି ହୋଇଛି। ତେବେ ଏହାରି ଭିତରେ ପାକିସ୍ତାନ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ସେଠାକାର ନାଗରିକ ଚିନ୍ତାରେ ପଡିଯାଇଛନ୍ତି। ବାସ୍ତବରେ ଶାହାବାଜ ସରିଫଙ୍କ ସରକାର ବିଦ୍ୟୁତ ଉପଭୋକ୍ତାଙ୍କୁ ଝଟକା ଦେଇଛନ୍ତି। ପାକିସ୍ତାନ ସରକାର ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ଅନୁମୋଦନ କରିଛନ୍ତି।
ପାକିସ୍ତାନର ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ୟୁନିଟ୍ ସରଚାର୍ଜ ପ୍ରତି ୧ ଟଙ୍କା ବର୍ଦ୍ଧିତ ଦର ଲାଗୁ କରାଯାଇଛି। ଆଇଏମ୍ଏଫ୍ ଟିମ୍ ଚାଲିଯିବା ପରେ ଶୁକ୍ରବାର (ଫେବୃଆରୀ ୧୦) ରେ ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ୍ ଦାର୍ ଇସିସି(ଆର୍ଥିକ ସମନ୍ୱୟ ବୈଠକ)ରେ ଅଧ୍ୟକ୍ଷତା କରିଥିଲେ। ଆଉ ଏହାପରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ଘୋଷଣା କରିଥିଲେ। ସେହିପରି ପାକିସ୍ତାନର କୃଷକଙ୍କୁ ବିଦ୍ୟୁତ ଶୁଳ୍କରେ ମିଳୁଥିବା ସବସିଡିକୁ ମଧ୍ୟ ଉଠାଇ ଦିଆଯାଇଛି। ଉଲ୍ଲେଖ ଥାଉ କି କିଛିଦିନ ତଳେ ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ଟଙ୍କା ବୃଦ୍ଧି କରିଥିଲେ। ଏହା ସହିତ କିରୋସିନର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଥିଲା। ୩୫ ଟଙ୍କା ମୂଲ୍ୟ ବୃଦ୍ଧି ପରେ ପାକିସ୍ତାନରେ ହାଇ ସ୍ପିଡ୍ ଡିଜେଲ ଲିଟର ପିଛା ୨୬୨ ଟଙ୍କା ୮୦ ପଇସାରେ ପହଂଚିଥିବାବେଳେ ପେଟ୍ରୋଲ ଲିଟର ପିଛା ୨୪୯ ଟଙ୍କା ୮୦ ପଇସାରେ ପହଞ୍ଚିଥିଲା। ସେହିପରି କିରୋସିନ ଲିଟର ପିଛା ୧୮୯ ଟଙ୍କା ୮୩ ପଇସାରେ ପହଞ୍ଚିଥିଲା।

Share Now:

Kalinga News Beuro

Next Post

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା: ସରିଲା ନାର୍କୋ ଟେଷ୍ଟ, ବେହୋସ ହୋଇଗଲା ଗୋପାଳ

Sat Feb 11 , 2023
ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ନାର୍କୋ ଟେଷ୍ଟ ଶେଷ ହୋଇଛି। ଗୁଜରାଟର ଗାନ୍ଧିନଗରସ୍ଥିତ ଡିଏଫ୍ଏସରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି। ଏହି ଟେଷ୍ଟ ପୂର୍ବରୁ ଗୋପାଳର ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରାଯାଇଥିଲା। ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ଟେଷ୍ଟ କରାଯିବା ପରେ ଇଞ୍ଜେକସନ ଦିଆଯାଇ ନାର୍କୋ ଟେଷ୍ଟ କରାଯାଇଥିବା ସୂଚନା ମିଳିଛି। ନାର୍କୋ ଟେଷ୍ଟରେ ଗୋପାଳଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ […]
ସରିଲା ଗୋପାଳର ନାର୍କୋ ଟେଷ୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial