ମହାକାଶକୁ ମାଲବାହୀ ରକେଟ୍ ଛାଡ଼ିଲା ଚୀନ

ମହାକାଶକୁ ମାଲବାହୀ ରକେଟ୍ ଛାଡ଼ିଲା ଚୀନ

ବେଜିଂ : ଶନିବାର ସକାଳେ ମହାକାଶକୁ ଏକ ମାଲବାହୀ ରକେଟ୍ ଛାଡ଼ିଛି ଚୀନ। ତିଆନଜୁ-୫ ନାମକ ମାଲବାହୀ ମହାକାଶ ଯାନକୁ ଲଙ୍ଗ୍ ମାର୍ଚ୍ଚ-୭ ନାମକ ରକେଟ ମାଧ୍ୟମରେ ମହାକାଶକୁ ପଠାଯାଇଛି। ଏହାକୁ ଦକ୍ଷିଣ ଚୀନ ହେନାନ ପ୍ରଦେଶସ୍ଥିତ ଓ୍ବେନଚାଙ୍ଗ୍ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଛି। ଉତକ୍ଷେପଣ ପରେ ଏହା ଆଶାନୁରୂପ ଭାବେ ନିଜର କକ୍ଷପଥରେ ସ୍ଥାପିତ ହୋଇଛି ବୋଲି ଚାଇନା ମାନଡ୍ ସ୍ପେସ ଏଜେନ୍ସି କହିଛି। ମହାକାଶରେ ଥିବା ଚୀନର ମହାକାଶ କେନ୍ଦ୍ର ତିଆନଗଙ୍ଗକୁ ଏହା ଆବଶ୍ୟକ ଜରୁରୀ ସାମଗ୍ରୀ ବହନ କରିନେଇଛି। ଏହି ମହାକାଶ କେନ୍ଦ୍ରରେ ବର୍ତ୍ତମାନ ଥିବା ମହାକାଶଚାରୀ ଓ ନିକଟରେ ଯିବାକୁ ଥିବା ପରବର୍ତ୍ତୀ ମହାକାଶଚାରୀଙ୍କ ସାମଗ୍ରୀ ମଧ୍ୟ ପଠାଯାଇଛି। ଚଳିତ ମାସରେ ହିଁ କେତେକ ମହାକାଶଚାରୀଙ୍କୁ ନେଇ ଚୀନର ସେନଝୁ-୧୫ ମହାକାଶ ଯାନ ମହାକାଶକୁ ଯାତ୍ରା କରିବ। ବର୍ତ୍ତମାନ ଥିବା ମହାକାଶଚାରୀଙ୍କ ପାଇଁ କେତେକ ଉପହାର ବି ପଠାଯାଇଛି। ଏପରିକି ଆଗକୁ ଚୀନର ପ୍ରସିଦ୍ଧ ବସନ୍ତ ମହୋତ୍ସବ ଥିବାବେଳେ ସେଥିପାଇଁ ଉଦ୍ଦିଷ୍ଟ ସାମଗ୍ରୀ ବି ପଠାଯାଇଛି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ମହାକାଶରେ ଏକ ମହାକାଶ କେନ୍ଦ୍ର ଥିବାବେଳେ ଏବେ ଚୀନ ପକ୍ଷରୁ ଏକ ମହାକାଶ କେନ୍ଦ୍ର ତିଆନଗଙ୍ଗ ତିଆରି ଚାଲିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ନିର୍ମାଣ କାମ ସଂପୂର୍ଣ୍ଣ ହେବ ବୋଲି ଚୀନର ମହାକାଶ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଗତ ଅକ୍ଟୋବର ୩୧ରେ ଏଥିପାଇଁ ଶେଷ ଲାବ ମଡ୍ୟୁଲ ପଠାଯାଇଥିଲା।

Share Now:

Kalinga News Beuro

Next Post

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା : ସତ ଓଗାଳିବ କି ଖଗେଶ୍ବର..?

Sat Nov 12 , 2022
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଅର୍ଚ୍ଚନାଙ୍କ ବିଜିନେସ୍ ପାର୍ଟନର୍ ଖଗେଶ୍ବର ପାତ୍ରକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୦ ଦିନିଆ ରିମାଣ୍ଡରେ ଆଣି ଗୁଡ଼େତୁଡ଼େଇ ପ୍ରଶ୍ନ କରୁଥିବା ଜଣାଯାଇଛି। ଖଗେଶ୍ୱର କାହା କାହାର ନାଁ କହିବ, କାହାର ସମ୍ପୃକ୍ତି କଥା କହିବ, ମନ୍ତ୍ରୀ ବିଧାୟକ ଙ୍କ ନାଁ କହିବ କି, କେବେଠୁ ନାଗ ଚନ୍ଦ ସାମ୍ରାଜ୍ୟ ସହ ସମ୍ପୃକ୍ତ ଥିଲା ସେନେଇ କଣ କହିବ ଖଗେଶ୍ୱର। […]
ସତ ଓଗାଳିବ କି ଖଗେଶ୍ବର

ଆହୁରି ପଢ଼ନ୍ତୁ