ଚୀନର ବୈଦେଶିକ ମନ୍ତ୍ରୀ ନିଖୋଜ : ସାମ୍ବାଦିକାଙ୍କ ସହ ପ୍ରେମ ସଂପର୍କ ନେଇ ଗୁଜବ

ଚୀନର ବୈଦେଶିକ ମନ୍ତ୍ରୀ ନିଖୋଜ

ବେଜିଂ : ଚୀନର ବୈଦେଶିକ ମନ୍ତ୍ରୀ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତେବେ କୌଣସି ବୟାନ କିମ୍ବା ନିଷ୍ପତ୍ତି ଯୋଗୁଁ ନୁହେଁ ବରଂ ସେ ନିଖୋଜ ହୋଇଯିବା କାରଣରୁ ତାଙ୍କର ଚର୍ଚ୍ଚା ଦ୍ରୁତ ଗତିରେ ଚାଲିଛି। ତାଙ୍କ ନିଖୋଜ ହେବା ପଛରେ ଲୋକମାନେ ସବୁ ପ୍ରକାର କଳ୍ପନାଜଳ୍ପନା କରୁଛନ୍ତି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ ନିଖୋଜ ହେବାର ଗୁଜବକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଚାଲିଛି। କିନ୍ତୁ ଯେଉଁ ଗୁଜବକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ତାହା ହେଉଛି, ଜଣେ ଟେଲିଭିଜନ ସାମ୍ବାଦିକାଙ୍କ ସହ ତାଙ୍କ ଅବୈଧ ସମ୍ପର୍କ। ଲୋକମାନଙ୍କ ଚର୍ଚ୍ଚା ଅନୁସାରେ ଏହି ସମ୍ପର୍କ ଯୋଗୁଁ ସେ ନିଖୋଜ ହୋଇଯାଇଛନ୍ତି।
ତେବେ ଚୀନ୍ ସରକାର କହିଛନ୍ତି ଯେ ଖରାପ ସ୍ୱାସ୍ଥ୍ୟ କାରଣରୁ କିନ୍ ଗ୍ୟାଙ୍ଗ୍ ସର୍ବସାଧାରଣରେ ଉପସ୍ଥିତ ରହିବାରୁ ବଞ୍ଚିତ ହୋଇଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ସରକାରୀ ବୟାନ ଏବଂ ସରକାରୀ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ କିନ୍ ଗ୍ୟାଙ୍ଗଙ୍କ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଜୁନ୍ ୨୫ରେ ଗସ୍ତରେ ଆସିଥିବା ରୁଷିଆ, ଶ୍ରୀଲଙ୍କା ଓ ଭିଏତନାମ ଅଧିକାରୀଙ୍କ ସହ କିନ୍ ଗ୍ୟାଙ୍ଗଙ୍କ ଶେଷ ସାର୍ବଜନୀନ କାର୍ଯ୍ୟକ୍ରମ ଥିଲା। ଅନ୍ୟପକ୍ଷରେ ହଂକଂର ଏକ ସମ୍ବାଦପତ୍ରର ରିପୋର୍ଟ ଅନୁସାରେ ସେ କରୋନା ସଂକ୍ରମିତ ହୋଇଥିବାରୁ ସାର୍ବଜନୀନ ଜୀବନରୁ ଦୂରେଇ ରହିଛନ୍ତି।

Share Now:

Kalinga News Beuro

Next Post

ନବୀନଙ୍କ ନୂଆ ରେକର୍ଡ : ଦ୍ଵିତୀୟ ସର୍ବାଧିକକାଳ ଶାସନରେ ଥିବା ଦେଶର ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ହେବେ

Fri Jul 21 , 2023
ଭୁବନେଶ୍ୱର: ଆସନ୍ତାକାଲି (ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵିତୀୟ ସର୍ବାଧିକକାଳ ଶାସନ କ୍ଷମତାରେ ରହିଥିବା ଦେଶର ଦ୍ଵିତୀୟ ମୁଖ୍ୟମନ୍ତ୍ରୀର ମାନ୍ୟତା ଅର୍ଜନ କରିବାକୁ ଯାଉଛନ୍ତି। ସେ ସଫଳତାର ଏହି ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି ବୋଲି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜ୍ୟୋତି ବସୁଙ୍କୁ ପଛରେ ପକାଇ ଏହି ରେକର୍ଡ ସ୍ଥାପନ କରିବେ। ଏହା […]
ନବୀନଙ୍କ ନୂଆ ରେକର୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial