ହାଇଟେକ ଭିକାରି:ବସ୍‌ ଓ ଟ୍ରେନ୍‌ ଛାଡ଼ି ବିମାନରେ ଚଢ଼ି ଭିକ ମାଗିଲା

ଇସଲାମାବାଦ: ଭିକାରି ବସ୍‌ ଓ ଟ୍ରେନ୍‌ରେ ଭିକ ମାଗିବା ପରେ ବିମାନରେ ଭିକ ମାଗିବାର ସ୍ୱପ୍ନ ଦେଖୁଥିବାର ଦୃଶ୍ୟ ଆମେ ସିନେମାରେ ହିଁ ଦେଖିଛେ। କିନ୍ତୁ ନିକଟରେ କରାଚିର ଏକ ବିମାନରେ ଜଣେ ଭିକାରି ପଶି ଆସି ଭିକ ମାଗୁ ଥିବାର ବାସ୍ତବ ଦୃଶ୍ୟ ଦେଖୁବାକୁ ମିଳିଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିମାନରେ ବସିଥିବା ଯାତ୍ରୀ ଭିକାରିକୁ ବିମାନ ଭିତରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏତେ ସୁରକ୍ଷାବଳୟ ଭିତରେ ଭିକାରି କିପରି ବିମାନ ଭିତରେ ପ୍ରବେଶ କଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରକାଶିକ ରିପୋର୍ଟ ମୁତାବକ, ପାକିସ୍ତାନର କରାଚିରୁ ବ୍ୟାକଂଙ୍କ ଯାଉଥିବା ବିମାନର ଏହି ଘଟଣା ଘଟିଛି। ବିମାନରେ ଚଢ଼ି ଥିବା ଏହି ଭିକାରି ଜଣେ ପାକିସ୍ତାନୀ ବୋଲି କୁହାଯାଉଥିବା ବେଳେ ପାକିସ୍ତାନ ସିଭିଲ୍‌ ଏଭିଏସନ୍‌ ଏହାକୁ ଖଣ୍ଡନ କରି କହିଛନ୍ତି କି, ଭିକାରି ପାକିସ୍ତାନ ନାଗରିକ ନୁହେଁ। ଏହି ଭିଡିଓଟି ଦୋହାରୁ ଶୀରାଜ ମଧ୍ୟରେ ବନା ଯାଇଛି। ତେବେ ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି ଏହି ଭିକାରି ଇରାନ୍‌ର ନାଗରିକ ଅଟନ୍ତି।

ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓ ସେୟାର କରି କହିଛନ୍ତି, ଏହି ଭିକାରି କିପରି କରାଚି ବିମାନବନ୍ଦରୁ ବ୍ୟାକଂଙ୍କ ଯାଉଥିବା ବିମାନରେ ଚଢ଼ିବାରେ ସଫଳ ହେଲା। ଭିଡିଓରେ ଭିକରି ବିମାନରେ ଚଢ଼ି ଭିକ ମାଗୁଥିବାର ଦେଖିବାକୁ ମିଳୁଛି। କିଛି ସମୟ ପରେ ଜଣେ କ୍ରିୟୁ ମେମ୍ବର ଆସି ଭିକାରି ସହିତ କଥା ହେଉଛନ୍ତି। କ’ଣ କଥା ହେଉଛନ୍ତି ତାହା ଜଣାପଡ଼ି ନାହିଁ। ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ପାରି ନଥିଲା କି ଭିକାରି ଜଣକ ବିମାନ ଟିକେଟ ନେବାର କିଭଳି ସଫଳ ହୋଇଥିଲା।

Share Now:

Kalinga News Beuro

Leave a Reply

Next Post

ସମାଲୋଚକଙ୍କୁ ସୋନାଙ୍କ ଧମକ: ଚୁପ୍‌ ହୁଅ ନ ହେଲେ ନଗ୍ନ ହୋଇଯିବି

Thu Jun 21 , 2018
ଭୁବନେଶ୍ୱର: ଭକ୍ତ ସାଲବେଗଙ୍କ ଲିଖିତ ଲୋକପ୍ରିୟ ଓଡ଼ିଆ ଜଣାଣ ‘ଆହେ ନୀଳଶଇଳ’କୁ ଗାୟିକା ସୋନା ମହାପାତ୍ର ବିକୃତ ଉଚ୍ଚାରଣ କରି ଗାଇବା ପରେ ଓଡ଼ିଆ ଭାଷାପ୍ରେମୀ ଓ ଜଗନ୍ନାଥ ପ୍ରେମୀମାନେ ସୋନାଙ୍କୁ ଟୁଇଟର୍‌ରେ ବହୁ ତିରସ୍କାର କରି ଟୁଇଟ୍‌ କରିଥିବାର ଗତ ୨ ଦିନ ମଧ୍ୟରେ ଦେଖିବାକୁ ମିଳିଛି। ଭାଷା ପ୍ରେମୀ, ଜଗନ୍ନାଥ ପ୍ରେମୀ ତଥା ସାରା ଓଡ଼ିଶାର ସଂସ୍କୃତିକୁ ଏହା ଆଘାତ ଦେଇଥିବା ବେଳେ ସୋନା ସମାଲୋଚକଙ୍କ ସମାଲୋଚନାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial