ଆଫଗାନ୍‌ ବାୟୁସେନାର ଆକ୍ରମଣ : ୧୦୦ ତାଲିବାନୀ ନିପାତ

ଆଫଗାନ୍‌ ବାୟୁସେନାର ଆକ୍ରମଣ

ଆଫଗାନିସ୍ତାନ: ଆମେରିକା ସମର୍ଥିତ ଆଫଗାନ ବାୟୁସେନା ଗତ କାଲି ଦେଶର ବିଭିନ୍ନ ପ୍ରଦେଶରେ ତାଲିବାନମାନେ ଲୁଚି ରହିଥିବା ସ୍ଥାନ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି। ​​ଏଥିରେ ୧୦୦ ରୁ ଅଧିକ ତାଲିବାନୀ ନିପାତ ହୋଇଛନ୍ତି। ସୋମବାର ହେଲମାନ୍ଦ ଏବଂ କାନ୍ଦାହାର ପ୍ରଦେଶର ବିଭିନ୍ନ ସେକ୍ଟରରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଗତକାଲି ରାତିରେ ଡାନ୍ଦ, ଜେରିଆ, ତାଖଟାପୋଲ ଜିଲ୍ଲା ତଥା କାନ୍ଦାହାର ପ୍ରାଦେଶିକ କେନ୍ଦ୍ରରେ ଥିବା ଏଏନଡିଏସଏଫ ଅପରେସନକୁ ସମର୍ଥନ କରି ଏଏଏଫ ଦ୍ବାରା ଆକାଶ ମାର୍ଗରୁ କରାଯାଇଥିବା ଆକ୍ରମଣରେ ୪୭ ତାଲିବାନ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ୨୫ ଜଣ ଆହତ ହୋଇଥିଲେ। ଏଥିସହ ସେମାନେ ଲୁଚି ରହିଥିବା ୨ଟି ସ୍ଥାନ, ଗୋଟିଏ ଗାଡି, ୨ଟି ଭାରୀ ଅସ୍ତ୍ରଶସ୍ତ୍ର ଯାନ ନଷ୍ଟ ହୋଇଛି ବୋଲି ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଟୁଇଟରେ କହିଛିି।
ହେଲମାନ୍ଦ ଉପକଣ୍ଠରେ ହୋଇଥିବା ଅନ୍ୟ ଏକ ଏୟାର ଆକ୍ରମଣରେ ଜରଗାଇ, ହାଜି ତୁରାନ ଏବଂ ଜାରକାଭି ନାମକ ତିନିଜଣ ବରିଷ୍ଠ କମାଣ୍ଡୋଙ୍କ ସମେତ ୧୦ ଜଣ ତାଲିବାନ ନିପାତ ହୋଇଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ତାଲିବାନମାନେ ଆଫାଗାନିସ୍ତାନର ଏକାଧିକ ପ୍ରଦେଶ ଏବଂ ପ୍ରାଦେଶିକ ରାଜଧାନୀକୁ ନିଜ ନିୟନ୍ତ୍ରଣକୁ ନେବାରେ ଲାଗିଛନ୍ତି। ଆମେରିକା ସେନା ଆଫଗାନିସ୍ତାନରୁ ପଳାଇ ଯିବାପରେ ତାଲିବାନୀମାନେ ହିଂସ୍ର ହୋଇ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଜ ଅଧୀନକୁ ନେବାରେ ଲାଗିଛନ୍ତି। ଏଥିପାଇଁ ସେନାବାହିନୀ ସହିତ ସେମାନଙ୍କର ଘମାଘୋଟ ଲଢ଼େଇ ହେଉଛି। ଅନ୍ୟପକ୍ଷରେ ଆଫାଗାନିସ୍ତାନରେ ତାଲିବାନର ହିଂସା ପ୍ରସଙ୍ଗରେ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ କହିଛି ଏହା ସେମାନଙ୍କର ଦାୟିତ୍ବ। ତେଣୁ ଆଫଗାନିସ୍ତାନରେ ପେଣ୍ଟାଗନ ପକ୍ଷରୁ ଅଧିକ ‌ଏୟାରଷ୍ଟ୍ରାଇକ୍‌ର ଯୋଜନା ନାହିଁ ବୋଲି ଜଣେ ପ୍ରବକ୍ତା କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆଫଗାନିସ୍ତାର ନେତୃତ୍ବ କିଭଳି ପଦକ୍ଷେପ ନେଉଛି ତାହା ଦେଖିବା କଥା ବୋଲି ପ୍ରବକ୍ତାଜଣକ କହିଛନ୍ତି।

Share Now:

Kalinga News Beuro

Next Post

ଆଜି ବିଶ୍ୱ ହସ୍ତୀ ଦିବସ: ଅସୁରକ୍ଷିତ ହାତୀ, ୧୧ ବର୍ଷରେ ମଲେଣି ୮୬୨

Thu Aug 12 , 2021
ହାତୀ ଦାନ୍ତ ଉପରେ ଶିକାରୀଙ୍କ ଲୋଲୁପଦୃଷ୍ଟି ଭୁବନେଶ୍ବର : ଓଡ଼ିଶାକୁ ଏକଦା ହାତୀଙ୍କ ଅନ୍ତୁଡ଼ିଶାଳ ‌ବୋଲି କୁହାଯାଉଥିଲା। ମୌର୍ଯ୍ୟ, ମୋଗଲ ବଂଶ ଶାସନ ସମୟରେ ବି ଓଡ଼ିଶାର ହାତୀଙ୍କ ବ୍ୟବହାର ନେଇ ଇତିହାସରେ ଉଲ୍ଲେଖ ରହିଛି। ଓଡ଼ିଶାରେ ରାଜାମାନେ ହାତୀ ମାନଙ୍କ ଦ୍ୱାରା ସେନାବାହିନୀ କରୁଥିଲେ,ସେଥିପାଇଁ ଓଡ଼ିଶାର ରାଜାମାନଙ୍କୁ ଗଜପତି ମଧ୍ୟ କୁହାଯାଏ। କିନ୍ତୁ ଯେଉଁ ହାତୀ ମାନଙ୍କର ପାଇଁ ଏକଦା ଆମ ରାଜ୍ୟ ଗର୍ବ ଅନୁଭବ କରୁଥିଲା ସେହି […]
ଆଜି ବିଶ୍ବ ହସ୍ତୀ ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial