ନିଜ ଜାଲରେ ଫସିଲା ପାକିସ୍ତାନ, ଏଫ୍‌ଏଟିଏଫ୍‌ କଟକଣାରୁ ବର୍ତ୍ତି ପାରିବ ନାହିଁ

ନକଲି ଏଫ୍‌ଆଇଆର୍‌ ଧରା ପଡ଼ିଲା, ଆତଙ୍କବାଦୀଙ୍କ ପ୍ରତି ଦରଦ

ଇସ୍‌ଲାମାବାଦ: ଇସ୍‌ଲାମିକ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଚାଲିଥିବା ପାକିସ୍ତାନ ସରକାର, ସେନା ଏବଂ ଗୁଇନ୍ଦା ସଂଗଠନ ଆଇଏସ୍‌ଆଇର ଅନେକ କୁତ୍ସିତ କାର୍ଯ୍ୟ ଏବେ ସାମ୍ନାକୁ ଆସିଛି। ଭାରତ, ଆଫଗାନିସ୍ତାନ ଏବଂ ବାଂଲାଦେଶ ବିରୋଧରେ ସକ୍ରିୟ ଥିବା ପ୍ରମୁଖ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ସରକାର ଆର୍ଥିକ ସହାୟତା ଯୋଗାଇ ଚାଲିଥିବା ବେଳେ ଏହାର ସେନା ଏବଂ ଗୁଇନ୍ଦା ବିଭାଗ ଆତଙ୍କବାଦୀଙ୍କୁ ତାଲିମ ପ୍ରଦାନ କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଶ୍ବ ସମୁଦାୟକୁ ଆଶ୍ବାସନା ଦେଇଥିବା ପାକିସ୍ତାନ ଅସଲରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡ଼ିଛି। ପାକିସ୍ତାନର ସମସ୍ତ ଆତଙ୍କବାଦୀ ସଂଗଠନ ଏବଂ ଏହାର ମୁଖ୍ୟ ସଂଚାଳକମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌ ଜାଲ୍‌ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପାକିସ୍ତାନ ପୁଲିସ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ କେବଳ କିଛି ଲୋକ ଦେଖାଣିଆ ପଦକ୍ଷେପ ନେଉଥିବା ବେଳେ ସେମାନଙ୍କୁ ସୁରକ୍ଷା ହିଁ ଯୋଗାଇ ଚାଲିଛି ବୋଲି ଫାଇନାନ୍‌ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ଜାଣିବାକୁ ପାଇଛି। ପାକିସ୍ତାନର ନକଲି ଏଫ୍‌ଆଇଆର୍‌ ଏବଂ ଆତଙ୍କବାଦୀଙ୍କ ପ୍ରତି ପୁଲିସ ଓ ସେନାର ଦରଦକୁ ଦେଖି ଏବେ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବାକୁ ଯୋଜନା କରୁଛି।

Share Now:

Kalinga News Beuro

Leave a Reply

Next Post

ବିପଦସଙ୍କେତ ଉପରେ ବୈତରଣୀ : ସଜାଗ ରହିବାକୁ କେନ୍ଦୁଝର ଓ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Tue Aug 20 , 2019
ତଳିଆ ଅଞ୍ଚଳ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ନେବାକୁ ପରାମର୍ଶ ଭୁବନେଶ୍ୱର : ଲଗାଣ ବର୍ଷା ଦ୍ୱାରା ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ସନ୍ଧ୍ୟା ସୁଦ୍ଧା ଏଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର ଓ ଯାଜପୁରର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବୈତରଣୀ, ସୁବର୍ଣ୍ଣରେଖା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial