ପାକିସ୍ତାନ ସହିତ ଆମେରିକାର ନିରାପତ୍ତା ଭାଗିଦାରୀ ସୀମିତ: ଆମେରିକୀୟ ଅଧିକାରୀ

ପାକିସ୍ତାନ ସହିତ ଆମେରିକାର ନିରାପତ୍ତା ଭାଗିଦାରୀ

ନ୍ୟୁୟର୍କ: ପାକିସ୍ତାନ ସହିତ ଆମେରିକାର ନିରାପତ୍ତା ଭାଗିଦାରୀ ସୀମିତ ଏବଂ ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନ ନିମନ୍ତେ ଯନ୍ତ୍ରାଂଶ ଯୋଗାଣ କରିବାକୁ ବାଇଡେନ୍‌ ପ୍ରଶାସନର ଅନୁମତି ଭାରତ ପ୍ରତି ସତର୍କ ସୂଚନା ନୁହେଁ ବୋଲି ଆମେରିକାର ଜଣେ ଶୀର୍ଷସ୍ତରୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ସେ କହିଛନ୍ତି, କିଛି ଦଶନ୍ଧି ତଳେ ପାକିସ୍ତାନ କ୍ରୟ କରିଥିବା ଏଫ୍‌-୧୬ ଲଢୁଆ ବିମାନଗୁଡ଼ିକର ମରାମତି ନିମନ୍ତେ ୪୫୦ ନିୟୁତ ଡଲାର୍‌ର କାର୍ଯ୍ୟକ୍ରମକୁ ଟ୍ରମ୍ପ୍‌ ପ୍ରଶାସନ ଅବରୋଧ କରିଥିଲା। ରୁଷ୍‌ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରିବା କାରଣରୁ ଭାରତକୁ ସତର୍କସୂଚନା ଦେବା ଉଦ୍ଦେଶ୍ୟରେ ‘ଏଫ୍‌-୧୬’ ଉନ୍ନତୀକରଣ ଏବଂ ଆମେରିକା-ପାକିସ୍ତାନ ପ୍ରତିରକ୍ଷା ସହଯୋଗ ବିଷୟରେ ଆଲୋଚନା ଚାଲିଛି କି ବୋଲି ପଚରା ଯିବାରୁ ‘ଇଣ୍ଡୋ-ପାସିଫିକ୍‌ ନିରାପତ୍ତା ବ୍ୟାପାରର ପ୍ରତିରକ୍ଷା ସହକାରୀ ସଚିବ ଥିବା ଏଲି ରାଟ୍‌ନର୍‌ ନାମକ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ସେ କଥା ସତ ନୁହେଁ। ଏଫ୍‌-୧୬ ଉନ୍ନତୀକରଣ ରୁଷ୍‌ ସହିତ ସମ୍ପର୍କ ନିମନ୍ତେ ଭାରତ ପ୍ରତି ଚେତାବନୀ ନୁହେଁ। ଆତଙ୍କବାଦ ଏବଂ ଆଣବିକ ନିରାପତ୍ତା ଉପରେ ପ୍ରାଧାନ୍ୟ ଦିଆଯାଇ ପାକିସ୍ତାନ ଓ ଆମେରିକା ମଧ୍ୟରେ ହୋଇଥିବା ସହଯୋଗିତା ରାଜିନାମାର ଏହା ଅଂଶବିଶେଷ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଆମେରିକାର ପ୍ରତିରକ୍ଷା ସଚିବ ଲିୟଡ୍‌ ଅଷ୍ଟିନ୍‌ଙ୍କୁ ଫୋନ୍‌ କରି ପାକିସ୍ତାନର ଏଫ୍‌-୧୬ ଲଢୁଆ ବିମାନ ନବୀକରଣ ନିମନ୍ତେ ପ୍ୟାକେଜ୍‌ ଯୋଗାଇବା ପାଇଁ ୱାସିଂଟନ୍‌ର ନିଷ୍ପତ୍ତି ଉପରେ ଚିନ୍ତାବ୍ୟକ୍ତ କରିଥିଲେ। ଏ ସଂକ୍ରାନ୍ତରେ ପଚାରିବାରୁ ରାଟ୍‌ନର୍‌ କହିଲେ, ଫୋନ୍‌ରେ ସଚିବ ପ୍ରତିରକ୍ଷାମନ୍ତ୍ରୀ ସିଂହଙ୍କୁ ସ୍ପଷ୍ଟ କରି କହିଛନ୍ତି ଯେ, ଏହି ରାଜିନାମା ପାକିସ୍ତାନ ଏଫ୍‌-୧୬ର ନବୀକରଣ ନିମନ୍ତେ ନୁହେଁ।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ କାଳବୈଶାଖୀ : ୨୭ରୁ ପୁଣି ବଢ଼ିବ ବର୍ଷାର ବିସ୍ତୃତି

Fri Sep 23 , 2022
ଭୁବନେଶ୍ୱର: ରାଜ୍ୟ ଉପରେ ସଂପ୍ରତି ଏକ ନିମ୍ନଚାପ ରେଖା ସକ୍ରିୟ ରହିଛି। ଏହାର ପ୍ରଭାବରେ ଉପକୂଳ ଓଡିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ମେଘୁଆ ପାଗ ସହ ଲାଗିରହିଛି ହାଲୁକାରୁ ମାଧ୍ୟମ ଧରଣର ବର୍ଷା। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ […]
୨୭ରୁ ପୁଣି ବଢ଼ିବ ବର୍ଷାର ବିସ୍ତୃତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial