ଉତ୍ତର କୋରିଆ କ୍ଷେପଣାସ୍ତ୍ର ଟାର୍ଗେଟରେ ଆମେରିକା

ନୂଆଦିଲ୍ଲୀ : ବିଶ୍ୱ ସମୁଦାୟକୁ ଅବମାନନା କରି ଏବଂ ଜାତିସଂଘ କଟକଣାକୁ ଭୃକ୍ଷେପ ନକରି ଉତ୍ତର କୋରିଆ ପୁଣିଥରେ ଏକ ଶକ୍ତିଶାଳୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିବା ସହ ନିଜକୁ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ଘୋଷଣା କରିଛି। ଏହି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ବଳୟରେ ସମଗ୍ର ଆମେରିକା ରହୁଛି ବୋଲି ଉତ୍ତର କୋରିଆ ଘୋଷଣା କରିଛି । ଏହି ନୂଆ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର (ହ୍ଵାସଙ୍ଗ-୧୫) ୪,୪୭୫ କି.ମି ଉଚ୍ଚତାରେ ପହଞ୍ଚିଥିଲା। ଏହା ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ୍‌ର ଉଚ୍ଚତାଠାରୁ ଯଥେଷ୍ଟ ଅଧିକ ଉଚ୍ଚରେ ବୋଲି ଆକଳନ କରାଯାଉଛି। ୫୩ ମିନିଟ୍‌ ମଧ୍ୟରେ ଏହା ୯୫୦ କିମି ଅତିକ୍ରମ କରିଥିଲା। ଜୁଲାଇ ମାସରେ ପରୀକ୍ଷା ହୋଇଥିବା ହ୍ଵାସଙ୍ଗ-୧୪ଠାରୁ ଏହା ଅଧିକ ବିକଶିତ। ହ୍ଵାସଙ୍ଗ-୧୫ର ସଫଳ ପରୀକ୍ଷାକୁ ଦେଖି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ ଉନ୍‌ ଘୋଷଣା କରିଛନ୍ତି ଯେ ଦେଶ ଏବେ ସଂପୂର୍ଣ୍ଣ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ହୋଇପାରିଛି । ନିଜର ରଣନୀତିକ ଅସ୍ତ୍ରଶସ୍ତ୍ର ବିକାଶ ଦ୍ୱାରା ଏହା ଆମେରିକାର ସାମ୍ରାଜ୍ୟବାଦୀ, ପରମାଣୁ ବ୍ଲାକମେଲ୍‌ ନୀତି, ଏବଂ ପରମାଣୁ ଧମକରୁ ନିଜକୁ ସୁରକ୍ଷା ଦେଇପାରିବ ବୋଲି ଉତ୍ତର କୋରିଆ ଦାବି କରିଛି। ଗତ ସେପ୍ଟେମ୍ବରରେ ଉତ୍ତର କୋରିଆ ଏହାର ଷଷ୍ଠ ଏବଂ ବୃହତ୍ତମ ପରମାଣୁ ପରୀକ୍ଷା କରିଥିଲା। ଅନ୍ୟପକ୍ଷରେ, ଆମେରିକା, ଜାପାନ୍‌ ଏବଂ ଦକ୍ଷିଣ କୋରିଆ ଉତ୍ତର କୋରିଆର ଏହି କ୍ଷେପଣାସ୍ତ୍ର ପରୀକ୍ଷାରେ ଚିନ୍ତା ପ୍ରକଟ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌  ଜାପାନ୍‌ ପ୍ରଧାନମନ୍ତ୍ରୀ ସିଂଜୋ ଆବେ, ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ ଇନ୍‌ଙ୍କ ସହ ଫୋନ୍‌ ମାଧ୍ୟମରେ କଥା ହୋଇଛନ୍ତି। ତିନି ରାଷ୍ଟ୍ର ମୁଖ୍ୟ ଉତ୍ତର କୋରିଆ ଧମକର କଡ଼ା ଜବାବ ଦେବାପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।

Share Now:

Kalinga News Beuro

Leave a Reply

Next Post

ଜୟୀଙ୍କ ନାମରେ ଗୁଜବ :ଚଳଚିତ୍ର ଜଗତରେ ଚହଳ

Thu Nov 30 , 2017
ଭୁବନେଶ୍ୱର: ଗତ କାଲି ରାତିରେ ସୁଦୀପ୍ତ ସାହୁ ନାମକ ଜଣେ ଯୁବକ ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଅଭିନେତା ଜୟୀରାମ ସାମଲ ଓର୍‌ଫ ଜୟୀଙ୍କୁ ନେଇ ‘ଜୟୀ ଭାଇ ଦୁନିଆ ଛାଡ଼ି ଚାଲିଗଲେ’ ଶୀର୍ଷକରେ ଏକ ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ପରେ ଚଳଚ୍ଚିତ୍ର ପ୍ରେମୀଙ୍କ ମହଲରେ ଆଲୋଡ଼ନ ଖେଳି ଯାଇଥିଲା। ଘଟଣାର ସତ୍ୟାସତ୍ୟରୁ ସେ ବର୍ତମାନ ସମ୍ପୂର୍ଣ ସୁସ୍ଥ ଥିବା ଜଣାପଡିଛି । ନିକଟରେ ତାଙ୍କ ଅଭିନୀତ ‘ଟିକେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial