ଆମେରିକୀୟ ୟୁନିଫର୍ମରେ ତାଲିବାନ ଆତଙ୍କବାଦୀ

ଆମେରିକା ପାଇଁ ଅଡ଼ୁଆ

ହାତରେ ଆମେରିକୀୟ ବନ୍ଧୁକ, ବ୍ଲାକ୍‌ ହକ୍‌ ହେଲିକପ୍‌ଟରରେ ଚକ୍କର କାଟୁଛନ୍ତି

କାବୁଲ: ତାଲିବାନ କାବୁଲ ଦଖଲ କରିନେବା ପରେ ଆମେରିକା ସେନା ଆଫଗାନିସ୍ତାନକୁ ଯୋଗାଇଥିବା ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ହଜାର ହଜାର ସାମରିକ ଯାନ, ବ୍ଲାକ୍‌ ହକ୍‌ ହେଲିକପ୍‌ଟର ଆଦି ହାତେଇ ନେଇଛି। ତାଲିବାନ ଆତଙ୍କବାଦୀମାନେ ଆମେରିକାର ସେନାର ୟୁନିଫର୍ମ ପିନ୍ଧି ଆମେରିକାର ସାମରିକ ଯାନଗୁଡ଼ିକୁ ବ୍ୟବହାର କରିବା ସହ ବ୍ଲାକ୍‌ ହକ୍‌ ହେଲିକପ୍‌ଟରରେ ଚକ୍କର କାଟିବା ଦୃଶ୍ୟ ଆମେରିକା ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ସତେ ଯେମିତି ଆମେରିକା ହିଁ ତାଲିବାନକୁ ଆଫ୍‌ଗାନିସ୍ତାନରେ ପୁଣି କ୍ଷମତାକୁ ଆଣିଛି,ସେଭଳି ଦୃଶ୍ୟ ଦେଖିବାକୁମଳିଛି। ଆମେରିକା ସେନା ନିଜ ପାଇଁ ନିର୍ମାଣ କରିଥିବା ଅତ୍ୟାଧୁନିକ ଶିବିରଗୁଡ଼ିକ ଏବେ ଆତଙ୍କବାଦୀଙ୍କ ବିଶ୍ରାମ କେନ୍ଦ୍ର ପାଲଟିଛି।

Share Now:

Kalinga News Beuro

Next Post

ଭାର୍ଗବୀ ନଦୀଗର୍ଭରୁ ଠାବ ହେଲା ପୁରାତନ ମନ୍ଦିରର ଅବଶେଷ

Fri Aug 20 , 2021
ଭୁବନେଶ୍ବର: ପୁରୀ ଜିଲ୍ଲା ବଳଙ୍ଗା ନିକଟରେ ପ୍ରବାହିତ ଭାର୍ଗବୀ ନଦୀ ଗର୍ଭରୁ ଠାବ ହୋଇଛି ଏକ ବହୁ ପୁରାତନ ମନ୍ଦିରର ଅବଶେଷ। ‘ରିଡିସ୍‌କଭର ଲଷ୍ଟ୍‌ ହେରିଟେଜ୍‌’ ସଂସ୍ଥାର ଏକ ଚାରି ଜଣିଆ ଐତିହ୍ୟ ଅନୁସନ୍ଧାନକାରୀ ଦଳ ଏହି ମନ୍ଦିରର ଧ୍ବଂସାବଶେଷର ପ୍ରାଥମିକ ସର୍ବେକ୍ଷଣ କରିଛନ୍ତି। ଭାର୍ଗବୀ ନଦୀ ଗର୍ଭରେ ଥିବା ପୁରାତନ ମନ୍ଦିରର ଅବଶେଷ ରତ୍ନଚିରା ନଦୀର ଉତ୍ପତ୍ତି ସ୍ଥଳରୁ ଏକ କିଲୋମିଟର ଦୂରରେ ଅବସ୍ଥିତ। ସ୍ଥାନୀୟ ବାସିନ୍ଦାଙ୍କ କହିବା […]
ପୁରାତନ ମନ୍ଦିରର ଅବଶେଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial