ରାଜା ଚାର୍ଲସଙ୍କୁ ଭେଟିବା ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ସୁନକ

ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ସୁନକ୍-1

ଲଣ୍ଡନ : ଋଷି ସୁନକ ଔପଚାରିକ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ବ୍ରିଟିଶ ପରମ୍ପରା ଅନୁସାରେ ସେ ମଙ୍ଗଳବାରଦିନ ବ୍ରିଟେନର ରାଜା ଚାର୍ଲସ ୩ୟଙ୍କୁ ଭେଟିବା ପରେ ରାଜା ତାଙ୍କୁ ପ୍ରଧାନମନ୍ତ୍ରୀ ହେବା ସହ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ସୁନକ ଗତକାଲି କଞ୍ଜରଭେଟିଭ ପାର୍ଟିର ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ହେବାକୁ ପ୍ରଥ ପରିଷ୍କାର ହୋଇଥିଲା। ବ୍ରିଟିଶ ପରମ୍ପରା ଅନୁସାରେ ରାଜା କିମ୍ବା ରାଣୀ ହିଁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରନ୍ତି। ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ଆଉ କିଛି ସମୟ ପରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ଟେଲିଭିଜନ ଭାଷଣ ରଖିବେ ସୁନକ। ଏଥିରେ ଦେଶର ବିଭିନ୍ନ ସମସ୍ୟା ଯେପରିକି ଆର୍ଥିକ ସମସ୍ୟା, ବ୍ରେକ୍ସିଟ ଆଦି ସମ୍ପର୍କରେ ନିଜର ଯୋଜନାକୁ ରଖିବେ। ଦେଶର ଅର୍ଥନୀତିକୁ ସଜାଡ଼ିବା ତାଙ୍କ ଆଗରେ ସବୁଠାରୁ ବଡ଼ ଆହ୍ବାନ ହୋଇରହିଛି।

Share Now:

Kalinga News Beuro

Next Post

ସହରମୁହାଁ ୨୨ ଟିକିଆ ହାତୀପଲ : ଟ୍ରେନ ଚଳାଚଳରେ ହାଇଆଲର୍ଟ

Tue Oct 25 , 2022
ରାଉରକେଲା: ଗ୍ରାମାଞ୍ଚଳ ଛାଡ଼ି ହାତୀପଲ ଏବେ ସହର ମୁହାଁ। ଆଜି ଏକ ହାତୀପଲ ରାଉରକେଲା ନିକଟ ବନ୍ଧମୁଣ୍ଡାରେ ଡେରା ପକାଇଛନ୍ତି। ଏହି ୨୨ ଟିକିଆ ହାତୀ ଦଳ ଏବେ ବନ୍ଧମୁଣ୍ଡା ‘ଡି’ କେବିନ ନିକଟ ଆର କେବିନ ସମୁଖ ଟ୍ରେନ ଲାଇନ କଡ଼ରେ ଅଛନ୍ତି। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ପଲ ଉପରେ ନଜର ରଖିଛନ୍ତି। ଉକ୍ତ ଅଞ୍ଚଳରେ ଲୋକମାନଙ୍କ ଯିବାଆସିବା ବନ୍ଦ ରଖାଯାଇଛି। ହାତୀ ପଲ […]
ସହରମୁହାଁ ୨୨ ଟିକିଆ ହାତୀପଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial