ପଶ୍ଚିମବଙ୍ଗରେ ‘ଅମ୍ଫାନ’ ନେଲା ୭୨ ଜୀବନ: ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ ଅଞ୍ଚଳକୁ ଆସି ବୁଲି ଯିବାକୁ କହିଲେ ମମତା

କ‌ୋଲକାତା: ସାମୁଦ୍ରିକ ଝଡ଼ ‘ଅମ୍ପାନ’ ‌ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ତାଣ୍ଡବ ରଚି ପୂରା ସହରକୁ ଛାରଖାର୍‌ କରିଥିବା ବେଳେ ବାତ୍ୟା ହେତୁ କୋଲକାତାର ମୃତ୍ୟୁ ସଂଖ୍ୟା ୭୨ ଛୁଇଁଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ମମତା ମୃତ୍ୟୁ ସଂଖ୍ୟା ଘୋଷଣା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୋଲକାତାର ପ୍ରଭାବିତ ଅଞ୍ଚଳକୁ ଆସି ପରିସ୍ଥିତି ଦେଖି ଯିବାକୁ ଅନୁରୋଧ କରିଛନ୍ତି। ମୃତକଙ୍କ ପରିବାରକୁ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ମମତା ଘୋଷଣା କରିଛନ୍ତି।

ବାତ୍ୟା ‘ଅମ୍ଫାନ’ କବଳରୁ ବଞ୍ଚାଇବା ପାଇଁ ପଶ୍ଚିମବଙ୍ଗ ପ୍ରଶାସନ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଏନ୍‌ଡିଆର୍‌ଏଫର ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ, ମହାବାତ୍ୟା ‘ଅମ୍ଫାନ’ ସ୍ଥଳଭାଗ ଛୁଇଁବା ପରେ କୋଲକାତା ଉପର ଦେଇ ଗତି କରିବା ସହ ‌ସେଠାରେ ତାଣ୍ଡବ ରଚିଥିଲା। ବାତ୍ୟା ‘ଅମ୍ଫାନ’ର ପ୍ରକୋପରେ ଛାରଖାର୍‌ ହୋଇ ଯାଇଥିଲା ପୂରା କୋଲକାତା ସହର। ଘଣ୍ଟାକୁ ପ୍ରାୟ ୧୨୦ରୁ ୧୫୫ କିଲୋମିଟର୍‌ ବେଗରେ ପବନ ‌ବହିବା ପରେ କୋଲକାତା ପରି ସହରର ବହୁ ବଡ଼ ବଡ଼ ଗଛ ଓ ଇଲେକ୍ଟ୍ରିକ ଖୁଣ୍ଟ ଧରାଶାୟୀ ହୋଇଥିଲା। ଏଥିସହ ସହରର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା। ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ ମଝିରେ ଦିନ ପ୍ରାୟ ୨.୩୦ ସମୟରେ ଲ୍ୟାଣ୍ଡ୍‌ଫଲ୍‌ କରିଥିଲା ‘ଅମ୍ପାନ’।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୋଦୀ:କହିଲେ- ଶ୍ରୀମାନ ନବୀନ ବାବୁ ଅଭିନନ୍ଦନର ପାତ୍ର

Fri May 22 , 2020
ଭୁବନେଶ୍ୱର: ମହାବାତ୍ୟା ‘ଅମ୍ଫାନ’ ପ୍ରଭାବିତ ଅଂଚଳ ପରିଦର୍ଶନ ଏବଂ କ୍ଷୟକ୍ଷତିର ଆକଳନ ନିମନ୍ତେ ମାତ୍ର ୩ ଘଣ୍ଟା ଲାଗି ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି। ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳର ପରିଦର୍ଶନ କରି ଭୁବନେଶ୍ୱର ବିମାନ ବନ୍ଦରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial