ବାପାମାଆଙ୍କ ଧ୍ୟାନ ନ ରଖିଲେ ମିଳିବନି ସଂପତ୍ତି : ଯୋଗୀ ସରକାର

ପୈତୃକ ସଂପତ୍ତିରେ ରହିବନି ଅଧିକାର

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିରାଶ୍ରୟ ବାପାମାଆଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହି ନିୟମ ଲାଗୁ ହେବା ପରେ ବାପାମାଆଙ୍କୁ ବୃଦ୍ଧାବସ୍ଥାରେ ହଇରାଣ କରୁଥିବା ପିଲାମାନେ ଉଚିତ ଶିକ୍ଷା ପାଇବେ। ବୃଦ୍ଧ ବାପାମାଆମାନଙ୍କ ସୁବିଧା ପାଇଁ ଏହି ନିୟମ ବାହାର କରାଯିବ। ବାପାମାଆଙ୍କର ଠିକ୍‌ ଭାବେ ଧ୍ୟାନ୍‌ ନେଉନଥିବା ପିଲାମାନଙ୍କର ସେମାନଙ୍କ ପୈତୃକ ସଂପତ୍ତିରେ କୌଣସି ଅଧିକାର ରହିବନି ବୋଲି ଯୋଗୀ ନିୟମ କାଢ଼ିବେ। ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଓକିଲଙ୍କ ପରାମର୍ଶ ନେବା ପରେ ଏହି ନୂଆ ନିମୟାବଳୀକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହି ନିୟମରେ ବୃଦ୍ଧ ବାପାମାଆଙ୍କୁ ହଇରାଣ କରୁଥିବା ପୁତ୍ର, ବଧୂ କିମ୍ବା ସେମାନଙ୍କ ସଂପର୍କୀୟଙ୍କୁ ସଂପତ୍ତିରୁ ବେଦଖଲ କରିବା ପ୍ରକ୍ରିୟା ଦେଖିବାକୁ ମିଳିବ। ୩୦ ଦିନ ଭିତରେ ପିଲାମାନଙ୍କୁ ସଂପତ୍ତିରୁ ବେଦଖଲ କରାଯିବ। ଏହି ପ୍ରକ୍ରିୟା ପାଇଁ ପୁଲିସ୍‌ ବୃଦ୍ଧ ମାତାପିତାଙ୍କୁ ସାହାଯ୍ୟ କରିବ।
ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶରେ ୨୦୧୪ ମସିହାରେ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ନିୟମାବଳୀ ତିଆରି ହୋଇଥିଲା। ଏହା ୨୦୦୭ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ମାତା-ପିତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଅଧିନିୟମ ଉପରେ ଆଧାରିତ। ଏହି ନିୟମ ଅନୁସାରେ, ପିଲାମାନଙ୍କଠାରୁ କୌଣସି ସୁବିଧା ପାଉନଥିବା ବରିଷ୍ଠ ନାଗରିକମାନେ ସେମାନଙ୍କ ପିଲାମାନଙ୍କୁ ସଂପତ୍ତିରୁ ବେଦଖଲ କରିବା ପାଇଁ ଆବେଦନ କରିପାରିବେ। ବୃଦ୍ଧ ପିତାମାତା ଆବେଦନ କରିବାର ମାସକ ଭିତରେ ସେମାନଙ୍କ ପିଲାମାନଙ୍କୁ ସଂପତ୍ତିରୁ ବେଦଖଲ କରି ଦିଆଯିବ।

Share Now:

Kalinga News Beuro

Next Post

ରାଜଧାନୀ ଉପକଣ୍ଠରେ ଦନ୍ତା ଉତ୍ପାତ : ରାତିରେ ପଶିଲା, ପାଚେରି ଭାଙ୍ଗିଲା

Mon Aug 28 , 2023
ଚନ୍ଦ୍ରଶେଖରପୁର: ରାଜଧାନୀରେ ପୁଣି ପଶିଲା ଦନ୍ତା ହାତୀ। ସେଭଳି କିଛି କ୍ଷତି କରି ନ ଥିଲେ ମଧ୍ୟ ହାତୀକୁ ନେଇ ଭୁବନେଶ୍ୱର ଉପକଣ୍ଠରେ ଆତଙ୍କ ଖେଳିଯାଇଛି। ଏକ ଦନ୍ତାହାତୀ ପଥରଗାଡ଼ିଆ, ଅଳସୁଆ, ଦାରୁଠେଙ୍ଗ, ଚନ୍ଦକା, କଣ୍ଟାବାଡ଼, ଦଳୁଆ, ଅନ୍ଧାରୁଆ ପ୍ରଭୃତି ଅଞ୍ଚଳରେ ବୁଲୁଛି। କେଉଁଠି ଫାର୍ମ ହାଉସ୍‌ ଉଜାଡ଼ି ଦେଇଛି ତ କେଉଁଠି ଲୋକଙ୍କ ପାଚେରି ଭାଙ୍ଗୁଛି। ହାତୀ ଉତ୍ପାତ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲେ ମଧ୍ୟ […]
ରାଜଧାନୀ ଉପକଣ୍ଠରେ ଦନ୍ତା ଉତ୍ପାତ-3

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial