ମାଟିରେ ମିଶିବ ହସ୍ପିଟାଲ : ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ସାଲାଇନ କହି ‌ଜୁସ ଦେଲେ

ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଜୁସ

ପ୍ରୟାଗରାଜ: ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ସାଲାଇନ କହି ମୌସମ୍ବି ‌ଜୁସ ଦେଇଥିବା ହସ୍ପିଟାଲ ମାଟିରେ ମିଶିବ।| ଉତ୍ତରପ୍ରଦେଶରର ପ୍ରୟାଗରାଜରେ ଥିବା ଏହି ଡାକ୍ତରଖାନାକୁ ଭାଙ୍ଗିବା ପାଇଁ ପ୍ରସ୍ତୁତି ଚାଲିଛି। ପ୍ରୟାଗରାଜ ପ୍ରାଧିକରଣ (ପିଡିଏ) ଏହି ଡାକ୍ତରଖାନାରେ ବୁଲଡୋଜର ଚଳାଇବାକୁ ପ୍ରସ୍ତୁତ ହେଉଛି। ଅନୁସନ୍ଧାନରୁ ପିଡିଏ ଜାଣିବାକୁ ପାଇଛି ଯେ ଡାକ୍ତରଖାନା ଭବନର ନକ୍ସା ପାସ୍ ହୋଇନାହିଁ। ଏହା ପରେ ୧୯ ଅକ୍ଟୋବରରେ ଗ୍ଲୋବାଲ ହସ୍ପିଟାଲର ମାଲିକଙ୍କୁ ପିଡିଏ ପକ୍ଷରୁ ଏକ ନୋଟିସ ଜାରି କରାଯାଇଥିଲା। ନୋଟିସରେ କୁହାଯାଇଥିଲା ଯେ ପ୍ରୟାଗରାଜ ଉନ୍ନୟନ ପ୍ରାଧିକରଣରୁ ଆବଶ୍ୟକ ଅନୁମତି ନ ନେଇ ଏହି କୋଠା ନିର୍ମାଣ କରାଯାଇଛି ଏବଂ ଏହାର ପକ୍ଷ ଉପସ୍ଥାପନ କରିବାକୁ ସୁଯୋଗ ଦିଆଯାଇଥିଲା।
ତେବେ ଏହି ହସ୍ପିଟାଲର ମାଲିକ ଶୁଣାଣି ତାରିଖରେ ନ ଆସିବା କାରଣରୁ ଏହି ହସ୍ପିଟାଲ ଭଙ୍ଗାଯିବ ବୋଲି ଜଣାପଡିଛି। ଅକ୍ଟୋବର ୨୮ ତାରିଖ ସକାଳ ୧୧ଟା ସୁଦ୍ଧା ଡାକ୍ତରଖାନା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଏହି ଡାକ୍ତରଖାନାରେ ପ୍ଲେଟଲେଟ ବଦଳରେ ଜଣେ ଡେଙ୍ଗୁ ରୋଗୀଙ୍କୁ ଫଳ ରସ ଦିଆଯିବା ପରେ ତାଙ୍କର ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ତାଙ୍କୁ ସହରର ଅନ୍ୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେପ୍ଟେମ୍ବର ୨୦ରେ ଡାକ୍ତରଖାନା ସିଲ୍ କରାଯାଇଥିଲା। ଆଉ ସେପ୍ଟେମ୍ବର ୨୧ରେ ପ୍ରୟାଗରାଜ ପୁଲିସ ନକଲି ପ୍ଲେଟଲେଟ୍ ବିକ୍ରି କରୁଥିବା ଏକ ଗ୍ୟାଙ୍ଗର ୧୦ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା। ଏହି ୧୦ ଜଣ ସଦସ୍ୟଙ୍କର ଏହି ହସ୍ପିଟାଲ ସହ ସମ୍ପର୍କ ଥିବାର ପୁଲିସ ଜାଣିବାକୁ ପାଇଥିଲା। ସୂଚନା ଥାଉ କି ଯେ ଏହି ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କୁ ନକଲି ପ୍ଲେଟଲେଟ ଦିଆଯାଉଥିବାର ଅଭିଯୋଗ ଆସିବା ପରେ ଏହା ଚର୍ଚ୍ଚାକୁ ଆସିଥିଲା।

Share Now:

Kalinga News Beuro

Next Post

କରୋନାର ଜନ୍ମସ୍ଥଳୀ ଉହାନକୁ ପୁଣି ଫେରିଲା ଲକଡାଉନ୍

Wed Oct 26 , 2022
ଉହାନ : କରୋନା ମହାମାରୀର ଜନ୍ମସ୍ଥଳୀ ଚୀନର ଉହାନ ନଗରୀକୁ ଫେରିଲା ଲକଡାଉନ। ଉହାନର କେତେକ ଅଞ୍ଚଳରେ ସଂକ୍ରମଣ ଦେଖାଯିବା ପରେ ପୁଣି ଲକଡାଉନ ଘୋଷଣା କରାଯାଇଛି। ଉହାନ ନଗରୀର ହାନୟାନ ଡିଷ୍ଟ୍ରିକ୍ଟ ( ସହରର ଏକ ଅଞ୍ଚଳ )ରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ଅକ୍ଟୋବର ୨୬ରୁ ୩୦ ପର୍ଯ୍ୟନ୍ତ ଡିଷ୍ଟ୍ରିକ୍ଟର ୮ ଲକ୍ଷରୁ ଅଧିକ ଲୋକମାନଙ୍କୁ ଲକଡାଉନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଗୁଆନଝୁ ଡିଷ୍ଟ୍ରିକ୍ଟରେ ବି […]
ଉହାନରେ ସଂପୂର୍ଣ୍ଣ ଲକଡାଉନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial