କେମିକାଲ ଫ୍ୟାକ୍ଟ୍ରିରେ ବଡ଼ଧରଣର ବିସ୍ଫୋରଣ: ଖଣ୍ଡଖଣ୍ଡ ହୋଇଗଲେ ୪ଜଣ ଶ୍ରମିକ

କେମିକାଲ ଫ୍ୟାକ୍ଟ୍ରିରେ ବଡ଼ଧରଣର ବିସ୍ଫୋରଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦଶାହରରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ମୃତକ ୪ଜଣ ଏହି ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିଲେ। ବିସ୍ଫୋରଣ ଏତେ ଜୋରରେ ହୋଇଯାଇଥିଲା କି ମୃତକଙ୍କ ଶରୀର ଖଣ୍ଡଖଣ୍ଡ ହୋଇ ଏ‌ଣେତେଣେ ଝିଟିକି ପଡ଼ିଥିଲା।
ସୂଚନାନୁଯାୟୀ, ବିସ୍ଫୋରଣ ଏତେ ଜୋର୍‌ ଥିଲା ଯେ, ପାଖାପାଖି ୨ କିଲୋମିଟର ଯାଏ ଏହାର ଶଦ୍ଦ ଶୁଣାଯାଇଛି। ଏଥିସହ ଆଖପାଖ ଅଞ୍ଚଳରେ ଥିବା ଘରର କବାଟ,ଝରକା କାଚ ମଧ୍ୟ ଭାଙ୍ଗିଯାଇଛି। ଏହି ବିସ୍ଫୋରଣ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବିସ୍ଫୋରଣ ପରେ ଧ୍ୱଂସ ସ୍ତୂପ ତଳୁ ୪ଜଣ ଲୋକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରୁଛି। ୪ଜଣ ମୃତକଙ୍କ ମଧ୍ୟରେ ରହିଛି ଅଭି‌ଷେକ ବୟସ ୨୦ବର୍ଷ, ରଇସ ବୟସ ୪୦ ବର୍ଷ ଓ ଅନ୍ୟ ଦୁଇଜଣଙ୍କ ନାମ ଆହଦ ଓ ବିନୋଦ ଥିବା ଜଣାପଡ଼ିଛି। ତେବେ ଏହି ବିସ୍ଫୋରଣ କେଉଁ କାରଣରୁ ଘଟିଥିଲା ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ବିସ୍ଫୋରଣ ସମ୍ପର୍କରେ ଖବର ପାଇ ଡିଏମ ଓ ଏସଏସପି ସମେତ ପୁଲିସ ଦଳ ତୁରନ୍ତ ଯାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି କି ସତୀଶ ନାମକ ଜଣେ ବ୍ୟକ୍ତି ଭଡ଼ାରେ ଘର ନେଇ କେମିକାଲ ଫ୍ୟାକ୍ଟ୍ରି କରିଥି‌ଲେ। ଯେଉଁଠାରେ ଏହି ବିସ୍ଫୋରଣ ଘଟିଛି।

Share Now:

Kalinga News Beuro

Next Post

ଆଇପିଏଲ-୨୦୨୩ର ରଙ୍ଗିନ ଶୁଭାରମ୍ଭ : ଉଦଘାଟନୀ ମ୍ୟାଚରେ ଚେନ୍ନାଇ-ଗୁଜରାଟ ମୁକାବିଲା

Fri Mar 31 , 2023
ଅହମ୍ମଦାବାଦ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆଇପିଏଲ-୨୦୨୩ର ଶୁଭାରମ୍ଭ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହୋଇଛି। ପ୍ରସିଦ୍ଧ ଗାୟକ ଅରିଜିତ ସିଂ ନିଜର କେତେକ ଲୋକପ୍ରିୟ ଗୀତ ଗାଇ ଦର୍ଶକଙ୍କ ମନ ମୋହିନେଇଥିଲେ। ଅରିଜିତଙ୍କ ଗୀତରେ ଦର୍ଶକ ଜୋରଦାର ନାଚ କରିଥିଲେ। ପିଆନୋ ବଜାଇବା ପରେ ଅରିଜିତ ଗିଟାର ସହ ନିଜର ସଂଗୀତ ପରିବେଷଣ କରିଥିଲେ। ସେ ତାଙ୍କର ପ୍ରସିଦ୍ଧ ଗୀତ ଝୁମେ ଯୋ ପଠାନ, ଲହରା ଦୋ ଏବଂ […]
ଆଇପିଏଲ-୨୦୨୩

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial