ଏବେ ଭାରତୀୟଙ୍କ ହାତରେ ଇଷ୍ଟ ଇଣ୍ଡିଆ କମ୍ପାନୀ

ଭାରତୀୟଙ୍କ ହାତରେ ଇଷ୍ଟ ଇଣ୍ଡିଆ କମ୍ପାନୀ

ନୂଆଦିଲ୍ଲୀ: ଡିସେମ୍ବର ୩୧ ସେଇ ତାରିଖ, ୪୨୦ ବର୍ଷ ତଳେ ଠିକ୍‌ ଏଇ ଦିନରେ ଗଠିତ ହୋଇଥିଲା ଐତିହାସିକ ଇଷ୍ଟ ଇଣ୍ଡିଆ କମ୍ପାନୀ। ଏହି କମ୍ପାନୀ ଭାରତ ପାଇଁ ଏଥିପାଇଁ ସ୍ମରଣୀୟ ଯେ, ଏହା ଦୀର୍ଘ ୨୦୦ ବର୍ଷ ଧରି ଭାରତକୁ ଶାସନ କଲା। ହେଲେ ଏବେ ବଦଳି ଯାଇଛି ସମୟ। ଏବେ ଏହି କମ୍ପାନୀ ଶାସନ ଦାୟିତ୍ୱ ଜଣେ ଭାରତୀୟଙ୍କ ହାତରେ। ଏହା ଏକ ଐତିହାସିକ ଘଟଣା ବୋଲି ଏଥିପାଇଁ କୁହାଯାଉଛି ଯେ ଯେଉଁ କମ୍ପାନୀ ଦିନେ ଭାରତକୁ ଶାସନ କରୁଥିଲା ଏବଂ ଭାରତୀୟଙ୍କ ଉପରେ ଅତ୍ୟାଚାର କରୁଥିଲା ଆଜି ତାହାର ମାଲିକ ଜଣେ ଭାରତୀୟ ଉଦ୍ୟୋଗପତି ସଞ୍ଜୀବ ମେହଟା ଅଛନ୍ତି। ଅବଶ୍ୟ ଏବେ ଏହି କମ୍ପାନୀ ସାମ୍ରାଜ୍ୟବାଦୀ ଉପନିବେଶର ପ୍ରତୀକ ହୋଇ ନାହିଁ। ଏବେ କମ୍ପାନୀ ତାହାର ବ୍ୟାବସାୟିକ କ୍ଷେତ୍ର ବୃଦ୍ଧି କରିଛି। ଆଉ ସବୁଠାରୁ ମଜା କଥା ହେଲେ, ଏବ ବି କମ୍ପାନୀର ମୁଖ୍ୟ ବ୍ୟବସାୟ ଚା’ ଏବଂ ମସାଲାକୁ ନେଇ ଚାଲିଛି। ତେବେ ଏହି ଇଷ୍ଟଇଣ୍ଡିଆ କମ୍ପାନୀ କେମିତି ବନ୍ଦ ହେଲା ଏବଂ ଏବେ ଏହାର ମାଲିକ ସଞ୍ଜୀବ ମେହଟା କିଏ ?
କ୍ରମଶଃ ଭାରତର ଶାସନ କ୍ଷମତା କମ୍ପାନୀ ହାତରୁ ଯାଇ ବ୍ରିଟିଶ ରାଜ ପରିବାର ପାଖରେ ପହଞ୍ଚିଲା। ଏହା ପରେ କମ୍ପାନୀ ବନ୍ଦ ହୋଇଗଲା। ୧୮୭୪ ଜୁନ୍‌ ୧ରେ କମ୍ପାନୀ ଔପଚାରିକ ଭାବେ ବନ୍ଦ ହୋଇଗଲା। କମ୍ପାନୀ ଦୀର୍ଘ ବର୍ଷ ଧରି ନିଷ୍କ୍ରିୟ ରହିବା ପରେ ଏହା ଇତିହାର ଏକ ପୃଷ୍ଠା ହୋଇ ରହିଗଲା। ହେଲେ ୨୦୦୩ରେ ଏହାକୁ ପୁଣି ଥରେ ଆରମ୍ଭ କରିବାର ପ୍ରସ୍ତାବ ଉଠିଲା। ଚା ଏବଂ କଫି କାରବାର ପାଇଁ ଏହାର ଶେୟାର ହୋଲଡର ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା ଆରମ୍ଭ କଲେ। ଭାରତୀୟ ମୂଳ ଉଦ୍ୟୋଗୀ ସଞ୍ଜୀବ ମେହଟା ବହୁ ଚେଷ୍ଟା କରିବା ପରେ ୨୦୦୫ରେ କମ୍ପାନୀକୁ ନିଜ ନାମରେ କରିଥିଲେ। ଏହା ପରେ ସେ ଚା, କଫି ଏବଂ ଅନ୍ୟ ଖାଦ୍ୟ ପଦାର୍ଥ କାରବାର ଉପରେ ଏହାକୁ ଫୋକସ କରି ଶେଷରେ ଏହାକୁ ସମ୍ପୂର୍ଣ୍ଣ କମ୍ପାନୀରେ ରୂପାନ୍ତରିତ କରିଦେଲେ। ଏ ସମ୍ପର୍କରେ ମିଡଆକୁ ବାର୍ତ୍ତା ଦେଇ ସଞ୍ଜୀବ ମେହଟା କହିଛନ୍ତି, “ଇତିହାସ ସାକ୍ଷୀ ଅଛି, ବ୍ରିଟେନର ଏଇ ଇଷ୍ଟ ଇଣ୍ଡିଆ କମ୍ପାନୀ ଏକ ଆକ୍ରମଣାତ୍ମକ ଉଦ୍ଦେଶ୍ୟ ରଖି ଆସିଥିଲା। ହେଲେ ଏବେ କମ୍ପାନୀର ମୂଳଲକ୍ଷ୍ୟ ରହିଛି ସଦ୍‌ଭାବ। ଯେଉଁ କମ୍ପାନୀ ଭାରତକୁ ଗୋଲାମ କରି ରଖିଥିଲା, ତାହାର ମାଲିକା ହେବାର ଅଧିକାର ପାଇବା…ଲାଗୁଛି ଯେମିତି ହଜାଇଥିବା ସାମ୍ରାଜ୍ୟ ଫେରି ଆସିଲା।”
ଏହା ପରେ ଅନେକ କ୍ଷେତ୍ରରେ ଇଷ୍ଟ ଇଣ୍ଡିଆ କମ୍ପାନୀ କାରବାର ବିସ୍ତାର ଲାଭ କରିଛି। ତେବେ ଗତ ସେପ୍ଟେମ୍ବର ୨୦୨୦ରେ ଏହା ଚର୍ଚ୍ଚାକୁ ଆସିଥିଲା କାରଣ କମ୍ପାନୀ ଟଙ୍କା ତିଆରି କରିବା ପାଇଁ ପରମିଟ୍‌ ହାସଲ କରିଛି। ଏଠି କହି ରଖିବୁ, ୧୯୧୮ରେ ସୁନାର ମୋହର ତିଆରି କରିବା ପାଇଁ ଏହି କମ୍ପନୀକୁ ବ୍ରିଟିଶମାନଙ୍କଠାରୁ ଶେଷଥର ପାଇଁ ପରମିଟ୍‌ ମିଳିଥିଲା। ଏବେ ଏହି କମ୍ପାନୀ ଯାତ୍ରା, ସିଗାର, ଜିନ୍‌, ଲାଇଫଷ୍ଟାଇଲ, ନାଚୁରାଲ ରିସୋର୍ସ ଏବଂ ଖାଦ୍ୟ ପରି ଅନେକ କ୍ଷେତ୍ରରେ ନିଜର ବ୍ୟାବସାୟିକ ସାମ୍ରାଜ୍ୟ ବିସ୍ତାର କରଛି। ମେହଟାଙ୍କର ପତ୍ନୀ ମାଇକ୍ରୋବାୟୋଲଜିଷ୍ଟ। ମେହଟା ନିଜ ପତ୍ନୀ ଏବଂ ପୁଅ ଅର୍ଜୁନ, ଝିଅ ଅନୁଷ୍କା ସହ ଲଣ୍ଡନରେ ରୁହନ୍ତି। ମେହଟା ମୁମ୍ବାଇରେ ଏକ ଗୁଜରାଟୀ ପରିବାରରେ ଜନ୍ମ ହୋଇଥିଲେ। ମେହଟାଙ୍କ ଦାଦା ଗଫୁରଚନ୍ଦ ମେହଟା ୧୯୨୦ ଦଶକରେ ୟୁରୋପରେ ହୀରା କାରବାର କରୁଥିଲେ। ଏହି କାରବାରକୁ ଆହୁରି ବ୍ୟାପକ କରିଥିଲେ ସଞ୍ଜୟଙ୍କ ପିତା ମହେନ୍ଦ୍ର। ୧୯୩୮ରେ ଗଫୁରଚନ୍ଦ ଭାରତ ଫେର ଆସିଥିଲେ। ସଞ୍ଜୀବଙ୍କ ଶିକ୍ଷା ପ୍ରଥମେ ମୁମ୍ବାଇରେ ହୋଇଥିଲା। ପରେ ସେ ଲସ୍‌ ଏଞ୍ଜଲ୍ସ ଚାଲି ଆସିଥିଲେ ପଢିବା ପାଇଁ। ୧୯୮୩ରେ ସେ ବାପାଙ୍କ ବ୍ୟବସାୟ ସମ୍ଭାଳିବା ପରେ ଏହାକୁ ହଂକଂ ଏବଂ ଆମେରିକା ପର୍ଯ୍ୟନ୍ତ ବିସ୍ତାର କରିପାରିଥିଲେ। ୧୯୮୯ରେ ସେ ଭାରତ ଛାଡ଼ି ଲଣ୍ଡନରେ ସ୍ଥାୟୀ ଭାବେ ରହିଲେ। ଭାରତରେ ବି ତାଙ୍କର କାରବାର ରହିଛି।

Share Now:

Kalinga News Beuro

Next Post

ବିନା ପ୍ଲାନ୍‌ ମଞ୍ଜୁରୀରେ ଲୋ-ରିସ୍କ କୋଠା ‌

Sat Jan 2 , 2021
ୱେବ୍‌ସାଇଟ୍‌ରେ ଅଛି ୧୦୪ ଅନୁମୋଦିତ ପ୍ଲାନ୍‌ ଭୁବନେଶ୍ବର : ଲୋ-ରିସ୍କ କୋଠା ପାଇଁ ଆଉ ବିଲ୍‌ଡିଂ ପ୍ଲାନ୍‌ ମଂଜୁରିର ଆବଶ୍ୟକତା ପଡ଼ିବ ନାହିଁ। ସର୍ବାଧିକ ୧୦ ମିଟର ଉଚ୍ଚତା ବିଶିଷ୍ଟ କୋଠା ନିର୍ମାଣ ପାଇଁ ପ୍ଲାନ୍‌ ମଂଜୁରି ଦରକାର ନାହିଁ। ବିଡିଏ ୱେବ୍‌ସାଇଟ୍‌ରେ ୧୦୪ଟି ଅନୁମୋଦିତ ବିଲ୍‌ଡିଂ ପ୍ଲାନ୍‌ ରହିଛି। ଏଥିରୁ ଘର ମାଲିକ ମନ ପସନ୍ଦର ପ୍ଲାନ୍‌ ଚୟନ କରିପାରି‌ବେ। ବିଡିଏ, ବିଏମ୍‌ସି ଓ ହାଉସିଂ ବୋର୍ଡର ଅନୁମୋଦନ […]
ବିନା ପ୍ଲାନ୍‌ ମଂଜୁରି‌ରେ ଲୋ-ରିସ୍କ କୋଠା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial