ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ସିଲିଣ୍ଡର୍‌ ବିସ୍ଫୋରଣ ଘଟି ୪ ପିଲାଙ୍କ ସମେତ ୮ ମୃତ, ୭ ଆହତ

ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ସିଲିଣ୍ଡର୍‌ ବିସ୍ଫୋରଣ

ଗୋଣ୍ଡା: ମଙ୍ଗଳବାର ରାତିରେ ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଗୋଟାଏ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟିବାରୁ ୪ଜଣ ପିଲାଙ୍କ ସମେତେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତ ହୋଇଛନ୍ତି। ୱାଜିର୍‌ଗଞ୍ଜ ଅଞ୍ଚଳ ଅନ୍ତର୍ଗତ ଟିକ୍ରି ଗ୍ରାମରେ ଘଟିଥିବା ଏହି ବିସ୍ଫୋରଣ ହେତୁ ପାଖରେ ଥିବା ଅନ୍ୟ ଦୁଇଟି ଘର ମଧ୍ୟ ଭାଙ୍ଗି ଭୁଶୁଡ଼ି ପଡ଼ିଛି। ଠଠେରି ପୁର୍‌ୱାରେ ନୁରୁଲ୍‌ ହାସନ୍‌ଙ୍କ ପରିବାର ରୋଷେଇ କରୁଥିବା ବେଳେ ସିଲିଣ୍ଡର୍‌ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଭୁଶୁଡ଼ି ପଡ଼ିଥିବା ଘରଗୁଡ଼ିକର ଛାତତଳେ ପ୍ରାୟ ୧୪ଜଣ ଲୋକ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରୁ ଦୁଇଜଣ ମହିଳା ଓ ଦୁଇଜଣ ପୁରୁଷଙ୍କ ସମେତ ଚାରିଜଣ ପିଲାଙ୍କର ଶବ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ସାତଜଣ ସମ୍ପ୍ରତି ଜିଲ୍ଲା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।
ସମ୍ପ୍ରତି ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ବିସ୍ଫୋରଣର କାରଣ ନିର୍ଦ୍ଧାରଣ କରିବା ଲାଗି ଫରେନ୍‌ସିକ୍‌ ଟିମ୍‌ ଅନୁସନ୍ଧାନ ଚଳାଇଛନ୍ତି। ଆଇଜି ଦେବୀପତନ ରାଙ୍ଗେ, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌, ଏଏସ୍‌ପି ଏବଂ କେତେକ ଥାନାର କର୍ମଚାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି।

Share Now:

Kalinga News Beuro

Next Post

ହାରିଗଲେ ବିଜୟଶ୍ରୀ : ମୁଖ୍ୟମନ୍ତ୍ରୀଙ୍କ ଶୋକ

Wed Jun 2 , 2021
ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟଶ୍ରୀ ରାଉତରାୟଙ୍କ ୬୭ ବର୍ଷ ବୟସରେ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟଗତ ଜଟିଳତା ଯ଼ୋଗୁଁ ସେ ଚିକିତ୍ସିତ ହେଉଥିଲେ। ଭଦ୍ରକ ଜିଲ୍ଲାର ବାସୁଦେବପୁରରୁ ୬ ଥର ବିଧାୟକଭାବେ ନିର୍ବାଚିତ ହୋଇଥିବା ସ୍ବର୍ଗତ ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସ୍ବାସ୍ଥ୍ୟ, ରାଜସ୍ବ, ଜଙ୍ଗଲ ଓ ପରିବେଶ […]
ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial