ବିନା ପ୍ଲାନ୍‌ ମଞ୍ଜୁରୀରେ ଲୋ-ରିସ୍କ କୋଠା ‌

ବିନା ପ୍ଲାନ୍‌ ମଂଜୁରି‌ରେ ଲୋ-ରିସ୍କ କୋଠା

ୱେବ୍‌ସାଇଟ୍‌ରେ ଅଛି ୧୦୪ ଅନୁମୋଦିତ ପ୍ଲାନ୍‌

ଭୁବନେଶ୍ବର : ଲୋ-ରିସ୍କ କୋଠା ପାଇଁ ଆଉ ବିଲ୍‌ଡିଂ ପ୍ଲାନ୍‌ ମଂଜୁରିର ଆବଶ୍ୟକତା ପଡ଼ିବ ନାହିଁ। ସର୍ବାଧିକ ୧୦ ମିଟର ଉଚ୍ଚତା ବିଶିଷ୍ଟ କୋଠା ନିର୍ମାଣ ପାଇଁ ପ୍ଲାନ୍‌ ମଂଜୁରି ଦରକାର ନାହିଁ। ବିଡିଏ ୱେବ୍‌ସାଇଟ୍‌ରେ ୧୦୪ଟି ଅନୁମୋଦିତ ବିଲ୍‌ଡିଂ ପ୍ଲାନ୍‌ ରହିଛି। ଏଥିରୁ ଘର ମାଲିକ ମନ ପସନ୍ଦର ପ୍ଲାନ୍‌ ଚୟନ କରିପାରି‌ବେ। ବିଡିଏ, ବିଏମ୍‌ସି ଓ ହାଉସିଂ ବୋର୍ଡର ଅନୁମୋଦନ ପାଇଥିବା ବିଲ୍ଡିଂ ପାଇଁ ଅନଲାଇନ୍‌ରେ ଦେୟ ଦେଇ ନାଗରିକମାନେ ପ୍ଲାନ୍ ‌ନେଇପାରିବେ। ବିଏମ୍‌ସି କମିସନର୍‌ ତଥା ବିଡିଏର ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଏହି ମଡ୍ୟୁଲ୍‌ର ପ୍ରଚଳନକୁ ଶୁଭାରମ୍ଭ କରିଛନ୍ତି। ବିଭିନ୍ନ ପ୍ରକାରର ମାନକ ପ୍ଲଟ୍(୨୫ରେ ୪୦ ଫୁଟ୍‌, ୨୫ରେ ୫୦ ଫୁଟ୍‌ ଇତ୍ୟାଦି) ଯେଉଁଠାରେ ଆବଶ୍ୟକ ରାସ୍ତାର ସୁବିଧା ରହିଥିବ, ସେସବୁ ସ୍ଥାନର ଅନଲାଇନ୍‌ ଅନୁମୋଦନ ହୋଇପାରିବ। ଲୋ-ରିସ୍କ ବିଲ୍ଡିଂ ମୁଖ୍ୟତଃ ୧୦ ମିଟରରୁ ଅଧିକ ଉଚ୍ଚ କିମ୍ବା ପ୍ଲଟ୍‌ର ଆକାର ୫ଶହ ବର୍ଗଫୁଟରୁ ଅଧିକ ହୋଇ ନ ଥିବ। ଏହାର ବେସ‌ମେଣ୍ଟ ନ ଥିବା ବେଳେ କୌଣସି ସରକାରୀ ବିଭାଗର କବ୍‌ଜାରେ ବା ନିୟମ ଅଧୀନରେ ପ୍ଲଟ୍‌ ନ ଥିବ। ଅନଲାଇନ୍‌ରେ ନାଗରିକମାନେ ଏଥିପାଇଁ ଦେୟ ନଦେଇ ପ୍ଲାନ୍ ଅନୁମୋଦନ କରିପାରିବେ। ରୋଡ୍‌ କଟିଂ ପାଇଁ ଭୁବନେଶ୍ବର ‘ମି’ ଯାଇ ସିଟିଜେନ୍ ସର୍ଭିସ ପୋର୍ଟାଲରେ ଏହି ଅନୁମୋଦନ କରିବାକୁ ହେବ। କୌଣସି ସ୍ଥାନରେ ରାସ୍ତା କାଟିବା ଓ ଉପଯୁକ୍ତ କାରଣ, ସମୟ, ଉଦ୍ଦେଶ୍ୟ ପ୍ରଭୃତି ଉଲ୍ଲେଖ କରିବାକୁ ହେବ। ସଂପୃକ୍ତ ସଂସ୍ଥାର ନାଁ, ଠିକଣା, କେତେ ଲମ୍ବର କଟିଂ ହେବ, କେଉଁ ସ୍ଥାନରେ ହେବ ଓ କେଉଁ ପ୍ରକାରର କାର୍ଯ୍ୟ ହେବ ତାହାର ସୂଚନା ଦେବାକୁ ହେବ ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ କରିବେ କାଳିଆକୁ

Sun Jan 3 , 2021
୯୬ ଘଣ୍ଟାର କୋଭିଡ୍‌ ରିପୋର୍ଟ ବାଧ୍ୟତାମୂଳକ ପୁରୀ : ଶେଷରେ ବାହାର ଭକ୍ତଙ୍କୁ ମିଳିବ ମହାପ୍ରଭୁଙ୍କ ଦର୍ଶନ। ଦୀର୍ଘ ୯ ମାସ ପରେ ଆସନ୍ତାକାଲିଠାରୁ ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି। ପୁରୀ ସହରବାସୀଙ୍କ ପରୀକ୍ଷାମୂଳକ ଦର୍ଶନ ଶେଷ ପରେ ସମାନ ବ୍ୟବସ୍ଥାରେ ବାହାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ଦର୍ଶନ ପାଇଁ ଭକ୍ତଙ୍କୁ ୯୬ […]
ଆଜିଠୁ ଖୋଲିବ ଶ୍ରୀମନ୍ଦିର

ଆହୁରି ପଢ଼ନ୍ତୁ