ଲକ୍‌ଡାଉନ ଏଡ଼ାଇବାକୁ କେନ୍ଦ୍ରସରକାରଙ୍କ ପ୍ରୟାସ ଜାରି

ଚାପ ସତ୍ତ୍ବେ ଲକ୍‌ଡାଉନ୍‌କୁ ଏଡ଼ାଇବା ପ୍ରୟାସ ଜାରି

ନୂଆଦିଲ୍ଲୀ: ଗତବର୍ଷ କୋଭିଡ୍‌-୧୯ ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗୁଆ ନେଇଥିବା ଦେଶବ୍ୟାପୀ ଲକ୍‌ଡାଉନ୍‌ ପରି ପଦକ୍ଷେପ ପାଇଁ ବିଭିନ୍ନ କ୍ଷେତ୍ରରେ ସମାଲୋଚିତ ହେବା ସହ ତାହାକୁ କେନ୍ଦ୍ର କରି ଏଯାଏ ବିତର୍କ ସରିନାହିଁ। ଅପରପକ୍ଷେ, ସମ୍ପ୍ରତି ଦେଶରେ ହୁ ହୁ ହୋଇ ବଢ଼ି ଚାଲିଥିବା ସଂକ୍ରମଣ ପରିପ୍ରେକ୍ଷୀରେ ଚଳିତ ବର୍ଷ ଅନ୍ୟମାନେ ଲକ୍‌ଡାଉନ୍‌ ପାଇଁ ଚାପ ପକାଇବା ସତ୍ତ୍ବେ ମୋଦୀ ନିରବ ରହିବା ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ଦୁଇ ସପ୍ତାହ ତଳେ ସେ ରାଜ୍ୟମାନଙ୍କୁ ଲକ୍‌ଡାଉନ୍‌କୁ ଶେଷ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ପରାମର୍ଶ କରିଥିଲେ। ମୋଦୀ ସରକାରଙ୍କ ରାଜନୈତିକ ମେଣ୍ଟର ସହଯୋଗୀମାନଙ୍କ ସମେତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନର ମୁଖ୍ୟ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମୁଖ୍ୟ ସ୍ବାସ୍ଥ୍ୟ ପରାମର୍ଶଦାତା ଡା. ଆନ୍ଥୋନି ଫୌସି ମଧ୍ୟ ଲକ୍‌ଡାଉନ୍‌କୁ ଏକମାତ୍ର ବିକଳ୍ପ ଭାବେ ବିବେଚନା କରିଛନ୍ତି।
ତେବେ ଅନ୍ଧ ଥରଟିଏ ବାଡ଼ି ହଜାଇବା ଭିତ୍ତିରେ ପ୍ରଧାନମନ୍ତ୍ରୀ ଆଉ ଗତବର୍ଷ ଭଳି ସମାଲୋଚନାର ଶିକାର ହେବାକୁ ଚାହୁନାହାନ୍ତି। ବିଶେଷ କରି ତାଙ୍କ ଦଳ ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ ନିର୍ବାଚନରେ ଆଶାନୁରୂପ ସଫଳତା ହାସଲ କରିପାରିନଥିବା ପରିପ୍ରେକ୍ଷୀରେ ସେ ଏଥର ଆଉ ସେଭଳି ଭୁଲ କରିବା ସପକ୍ଷରେ ନାହାନ୍ତି। ଅର୍ଥନୀତିଜ୍ଞମାନଙ୍କର ମତ ହେଲା, ଭୂତାଣୁ ସଂକ୍ରମଣକୁ କାବୁ ନକଲେ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ପରୋକ୍ଷରେ ଅଭିବୃଦ୍ଧି ମଧ୍ୟ ଚାପଗ୍ରସ୍ତ ହେବ। ଗୋଟିଏ ପଟେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଯାହା ଅର୍ଥନୈତିକ ଦୁର୍ବିପାକକୁ ଆମନ୍ତ୍ରଣ କରିବ। ଅନ୍ୟପଟେ ଲକ୍‌ଡାଉନ ହେବନି, ଅର୍ଥାତ୍‌ ସାର୍ବଜନୀନ ସ୍ବାସ୍ଥ୍ୟ ବିଭୀଷିକାକୁ ଆମନ୍ତ୍ରଣ କରିବା ସଙ୍ଗେ ସମାନ। ସୁତରାଂ ଏଭଳି ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ମୋଦୀ ଦେଶବ୍ୟାପୀ ଲକ୍‌ଡାଉନ୍‌ରୁ ବିରତ ରହି ରାଜ୍ୟମାନଙ୍କୁ ଆବଶ୍ୟକ ସ୍ଥଳେ ଅନୁରୂପ ପଦକ୍ଷେପ ନେବାକୁ ପରାମର୍ଶ କରିଛନ୍ତି।

Share Now:

Kalinga News Beuro

Next Post

କଟକ ସହରରେ ୬ କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ:ସହାୟତା‌ ଯୋଗାଇ ଦେବେ ନୋଡାଲ ଅଫସିର

Wed May 5 , 2021
କଟକ: ମହାନଗର ନିଗମ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୋଭିଡ୍‌ କେୟାର ସେଣ୍ଟର ବା ସିସିସି ଖୋଲାଯାଇଛି। ଘରେ ହେମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେବାକୁ ସୁବିଧା ନଥିବା କିମ୍ବା ଲକ୍ଷଣ ନଥିବା ଆକ୍ରାନ୍ତଙ୍କୁ ସିସିସିରେ ରହିବାକୁ କୁହାଯାଉଛି। ନିଗମ ପକ୍ଷରୁ ଏବେ ବୋସ୍‌ କମ୍ପ୍ୟୁଟର ଲ୍ୟାବ୍‌ରେ ୮୦ ଶଯ୍ୟା, ଆଇଏମ୍‌ଆଇଟିରେ ୮୦, ଏଲ୍‌ଆଣ୍ଡଟିରେ ୧୫୦ ଶଯ୍ୟା, ବୋସ୍‌ ନୂଆ ହଷ୍ଟେଲରେ ଶହେ ଓ ପୁରୁଣା ହଷ୍ଟେଲରେ ୧୫୦, […]
କଟକ ସହରରେ ୬ କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial