ପ୍ରଧାନମନ୍ତ୍ରୀଙ୍କୁ ‘ସର୍ବାଧିକ ବିପଦ’

ରୋଡ୍‌ ସୋ’ ନ କରିବାକୁ ପରାମର୍ଶ, ବିନା ଯାଞ୍ଚରେ ମନ୍ତ୍ରୀ ବି ପାଖକୁ ଆସିବେନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବିପଦ ବଢ଼ି ଯାଇଛି। ପୂର୍ବାପେକ୍ଷା ଏହି ବିପଦ ଯଥେଷ୍ଟ ଅଧିକ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସମସ୍ତ ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଅଧିକ ସତର୍କ ରହିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ନିକଟରେ ମାଓବାଦୀମାନେ ମୋଦୀଙ୍କୁ ହତ୍ୟା କରିବାପାଇଁ ଯୋଜନା ପ୍ରସ୍ତୁତ କରିଥିବା ନେଇ ପୁନେ ପୁଲିସ କୋର୍ଟରେ ଏକ ଚିଠି ପ୍ରକାଶ କରିବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ମାମଲାକୁ ଗମ୍ଭୀରତାର ସହ ନେଇଛି। ଗୃହ ମନ୍ତ୍ରାଳୟ ଦ୍ୱାରା ନୂତନ ସୁରକ୍ଷା ନିୟମାବଳୀ ଅନୁଯାୟୀ କୌଣସି ମନ୍ତ୍ରୀ ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ବିନା ଯାଞ୍ଚରେ ମୋଦୀଙ୍କ ନିକଟକୁ ଆସିପାରିବେ ନାହିଁ। ଏସ୍‌ପିଜି (ସ୍ପେସାଲ ପ୍ରୋଟେକ୍ସନ୍‌ ଗ୍ରୁପ୍‌) ଦ୍ୱାରା ଅନୁମତି ପାଇବାପରେ ହିଁ ସେମାନେ ମୋଦୀଙ୍କ ଅତି ନିକଟକୁ ଆସିପାରିବେ ବୋଲି କୁହାଯାଇଛି। ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ସବୁଠାରୁ ଅଧିକ ଟାର୍ଗେଟ୍‌ରେ ଥିବାରୁ ତାଙ୍କୁ ରୋଡ୍‌ ସୋ ନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ମୋଦୀଙ୍କୁ ର‍୍ୟାଲିରେ ମଧ୍ୟ ଟାର୍ଗେଟ୍‌ କରାଯାଇପାରେ ବୋଲି ଗୁଇନ୍ଦା ରିପୋର୍ଟ ମିଳିଥିବାରୁ ତାଙ୍କର ର‍୍ୟାଲି ସଂଖ୍ୟା ମଧ୍ୟ କମାଇ ଦିଆଯିବ ବୋଲି ଜଣାପଡ଼ିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସ୍ଥିତି ସମୀକ୍ଷା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କେନ୍ଦ୍ର ଗୃହ ସଚିବ ରାଜୀବ ଗୌବା ଏବଂ ଆଇବି ନିର୍ଦ୍ଦେଶକଙ୍କ ସହ ବୈଠକ କରିଥିଲେ। ଉକ୍ତ ବୈଠକରେ ମୋଦୀଙ୍କ ସୁରକ୍ଷାପାଇଁ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ରାଜନାଥ ନିର୍ଦ୍ଦେଶ ଦେଇଥିଲେ। ମାଓ ପ୍ରବଣ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୋଦୀଙ୍କ ପାଇଁ ସବୁଠୁ ସମ୍ବେଦନଶୀଳ ବୋଲି କୁହାଯାଇଛି ଏବଂ ଏହିସବୁ ରାଜ୍ୟକୁ ମୋଦୀଙ୍କ ଗସ୍ତ ସମୟରେ ରାଜ୍ୟଗୁଡ଼ିକ ଅଧିକ ସତର୍କ ରହିବାକୁ କୁହାଯାଇଛି। ବିଭିନ୍ନ ରାଜ୍ୟରେ ସକ୍ରିୟ ଥିବା ଚରମପନ୍ଥୀ ସଂଗଠନଗୁଡ଼ିକ ଉପରେ ମଧ୍ୟ ସତର୍କ ନଜର ରଖିବାକୁ କୁହାଯାଇଛି।

Share Now:

Kalinga News Beuro

Leave a Reply

Next Post

ନିଅାଁ ଲାଗିଲେ ଦାୟୀ କିଏ ?

Wed Jun 27 , 2018
କ୍ୟାପିଟାଲ ହସ୍ପିଟାଲରେ ଅଧିକାଂଶ ଅଗ୍ନି ନିର୍ବାପକ ଯନ୍ତ୍ର ଅଚଳ, ଅଚଳକୁ ଚିହ୍ନଟ କରିଛନ୍ତି, ଗ୍ୟାସ୍‌ ଭରି ନାହାନ୍ତି ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଅଧିକାଂଶ ଅଗ୍ନି ନିର୍ବାପକ ଯନ୍ତ୍ର ଅଚଳ ହୋଇପଡ଼ିଛି। ସେଥିରେ ନିଆଁଲିଭା ଗ୍ୟାସ୍‌ ନାହିଁ। ହସ୍ପିଟାଲ କର୍ତୃପକ୍ଷ ଅଚଳ ହୋଇ ପଡ଼ିଥିବା ଯନ୍ତ୍ରଗୁଡ଼ିକୁ ଚିହ୍ନଟ ମଧ୍ୟ କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ସେସବୁ କାର୍ଯ୍ୟକ୍ଷମ କରାଇ ପରି ନାହାନ୍ତି। ଗତକାଲି ଏସ୍‌ସିବି ମେଡିକାଲର ଟ୍ରମା କେୟାର୍‌ରେ ସଟ ସର୍କିଟ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial