ବଦଳିଗଲା ଟ୍ରେନର ରୁଟ: ଗୋରଖପୁର ଯାଉଥିବା ଟ୍ରେନ ରାଉରକେଲାରେ ଅଟକିବା ଦେଖି ଚମକି ପଡିଲେ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: ମେ ୨୧ରେ ଗୋରଖପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଶନିବାର ଦିନ ନିଜର ଧାର୍ଯ୍ୟ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନଥିବା ଜଣା ପଡିଛି। ଯାତ୍ରୀମାନେ ଟ୍ୱିଟରରେ ଏହାର ଭିଡିଓ ସେୟାର କରିବା ପରେ ଟ୍ରେନରେ ବସିଥିବା ଲୋକଙ୍କ ଅସୁବିଧା ସାମ୍ନାକୁ ଆସିଛି। ଟ୍ରେନକୁ ଗୋରଖପୁରରେ ପହଞ୍ଚିବାକୁ ଥିବା ବେଳେ ଭୁଲବଶତଃ ଟ୍ରେନ ରାଉରକେଲାରେ ପହଞ୍ଚିବା ପରେ ଭାରତୀୟ ରେଳବାଇ ସମାଲୋଚନାର ଶିକାର ହୋଇଛି। ଦିଲ୍ଲୀର ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଆମେ ଅଳ୍ପ କିଛି ଶ୍ରମିକ୍ ଟ୍ରେନକୁ ଡାଇଭର୍ଟ ରୁଟରେ ଚଲାଇବାକୁ ନିଷ୍ପତ୍ତି ନେଇଛୁ। କିଛି ଟ୍ରେନ୍ ଗତକାଲି ରାଉରକେଲା ଦେଇ ବିହାର ଅଭିମୁଖେ ଯାଇଛି। ପଶ୍ଚିମ ରେଳବାଇ ମୁଖପାତ୍ର ରବିନ୍ଦ୍ର ଭକର ଏକ ବିବୃତିରେ କହିଛନ୍ତି ଯେ, ଭାସାଇ ରୋଡ-ଗୋରଖପୁର ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ମେ ୨୧ରେ କଲ୍ୟାଣ-ଜାଲଗାଓଁ-ଭୁସବଲ୍-ଖଣ୍ଡୱା-ଇଟାରସି-ଜବଲପୁର-ମାଣିକପୁର ମାର୍ଗରେ ଚଳାଚଳ କରିବ। ପ୍ରଚଳିତ ରୁଟରେ ପ୍ରବଳ ଯାତାୟାତ ହେତୁ ଟ୍ରେନ ବିଲାସପୁର, ଝାରସୁଗୁଡା, ରାଉରକେଲା, ଆଦ୍ରା, ଆସାନସୋଲ ଡାଇଭର୍ଟ ରୁଟ ଦେଇ ଗୋରଖପୁରକୁ ଯିବ। ତେବେ ଟ୍ରେନକୁ ଡାଇଭର୍ଟ ରୁଟରେ ଚଲାଇବାକୁ ନିଷ୍ପତି ନିଆଯାଇଥିବା ବେଳେ ଏ ବିଷୟରେ ଟ୍ରେନରେ ବସିଥିବା ଯାତ୍ରୀଙ୍କୁ ଜଣା ନ ଥିବା ସାମ୍ନାକୁ ଆସିଛି। ଭାରତରେ ରେଳ ଚଳାଚଳ ଇତିହାସରେ ପ୍ରଥମ ଥର ପାଇଁ ଯାତ୍ରୀମାନଙ୍କୁ ନ ଜଣାଇ ଚଳନ୍ତା ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିଲା ବୋଲି ଜଣା ପଡିଛି। ଯାତ୍ରୀମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ରେଳବାଇ ସେମାନଙ୍କୁ ମାର୍ଗର ପରିବର୍ତ୍ତନ ଏବଂ ଯାତ୍ରା ସମୟ ବିଷୟରେ ମଧ୍ୟ ଜଣାଇ ନାହିଁ। ଶ୍ରମିକ ସ୍ପେସିଆଲ ଟ୍ରେନର ଜଣେ ଯାତ୍ରୀ ଶୁକ୍ରବାର ଦିନ ଟ୍ୱିଟରକୁ ଯାଇ ଲେଖିଛନ୍ତି, “ଗୋରଖପୁରକୁ ଫେରିବା ପାଇଁ ଆମେ ମେ ୨୧ରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଚଢିଥିଲୁ। ତଥାପି ୨୩ ଘଣ୍ଟାର ଯାତ୍ରା ସତ୍ୱେ ଆମେ ମହାରାଷ୍ଟ୍ରରେ ଅଛୁ। ଆମର ପାଖରେ ଖାଇବା ଓ ପିଇବା ପାଇଁ କିଛି ନାହିଁ। ଭିଡିଓ ସେୟାର କରି ଅନ୍ୟ ଜଣେ ଯାତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ଟ୍ରେନ୍ ଅଟକି ରହିଛି ଏବଂ ଲୋକମାନେ କହୁଛନ୍ତି ଯେ ଡ୍ରାଇଭର ରାସ୍ତା ଜାଣି ପାରିନଥିବାରୁ ଏଭଳି ହୋଇଛି। ଏହି ଦ୍ୱନ୍ଦ୍ୱ ମଧ୍ୟରେ ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରେଳବାଇ ଏପରି ଏକ ସମୟରେ କାର୍ଯ୍ୟ କରୁଛି ଯେତେବେଳେ ଅବସ୍ଥା ପ୍ରକୃତରେ ଚାଲେଞ୍ଜିଙ୍ଗ ଅଟେ। ଶହ ଶହ ଟ୍ରେନ୍ ଗୋଟିଏ ଦିଗରେ ଚଳପ୍ରଚଳ କରୁଛି। ଯାହା ପାଇଁ ରୁଟ ପରିବର୍ତନ ସହ ଟ୍ରେନକୁ ଘଣ୍ଟା ଘଣ୍ଟା ଅଟକିବାକୁ ପଡୁଛି। କିନ୍ତୁ ଏବେ ଟ୍ରାକ ଠିକ ହୋଇଥିବା ବେଳେ ଅଟକି ରହିଥିବା ଟ୍ରେନ ଚାଲିବା ଆରମ୍ଭ ହୋଇଛି।

Share Now:

Kalinga News Beuro

Next Post

ଗ୍ୟାସ୍‌ ଷ୍ଟୋର୍‌ କିପର୍‌ଙ୍କୁ କରୋନା: ସଙ୍ଗରୋଧରେ ସଂକ୍ରମିତଙ୍କ ୫ ସହକର୍ମୀ

Sat May 23 , 2020
ପୂର୍ବରୁ ବିରିୟାନି ଡେଲିଭରି ବଏ ହୋଇଥିଲେ ଆକ୍ରାନ୍ତ ଚନ୍ଦ୍ରଶେଖରପୁର: କିଛି ଦିନ ପୂର୍ବରୁ ରାଜଧାନୀର ଜଣେ ବିରିୟାନି ଡେଲିଭରି ବଏ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବେ ଏକ ଗ୍ୟାସ୍‌ ଏଜେନ୍ସିର ଷ୍ଟୋର୍‌ କିପର୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ଚନ୍ଦ୍ରଶେଖର ଅଞ୍ଚଳରେ ସଂପୃକ୍ତ ଯୁବକଜଣକ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସଂପୃକ୍ତ ଏଜେନ୍ସିରୁ କାହା କାହା ଘରକୁ ଗ୍ୟାସ୍‌ ଡେଲିଭରି ହୋଇଛି ତାହାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial