ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଚନ୍ଦ୍ରଯାନ-୩ରୁ ପୃଥକ୍‌ ହେଲା ଲ୍ୟାଣ୍ଡର୍‌ ‘ବିକ୍ରମ’

ଚନ୍ଦ୍ରଯାନ-୩ରୁ ପୃଥକ୍‌ ହେଲା ଲ୍ୟାଣ୍ଡର୍‌ ‘ବିକ୍ରମ’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଆଜି ଚନ୍ଦ୍ରଯାନ-୩ରୁ ଲ୍ୟାଣ୍ଡର୍‌ ‘ବିକ୍ରମ’ ସଫଳତାର ସହିତ ପୃଥକ୍‌ ହୋଇଥିବା କଥା ‘ଇସ୍ରୋ’ କହିଛି। ଅଗଷ୍ଟ ୨୩ ତାରିଖ ଦିନ ଲ୍ୟାଣ୍ଡର୍‌ ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏ ସଂକ୍ରାନ୍ତରେ ‘ଏକ୍ସ୍‌’ (ଟୁଇଟ୍‌) କରି ‘ଇସ୍ରୋ’ କହିଛି: ‘ଏଲ୍‌ଏମ୍‌’ ସଫଳତାର ସହିତ ‘ପ୍ରପଲ୍‌ସନ୍‌ ମଡ୍ୟୁଲ୍‌’ରୁ (ପିଏମ୍‌) ପୃଥକ୍‌ ହୋଇଛି। ଆଗାମୀକାଲି ପାଇଁ ସ୍ଥିରୀକୃତ କରାଯାଇଥିବା ନିମ୍ନାବତରଣ କକ୍ଷପଥଠାରୁ ‘ଏଲ୍‌ଏମ୍‌’ ସାମାନ୍ୟ ତଳକୁ ଥିବା କକ୍ଷପଥରେ ପ୍ରବେଶ କରିବ। ସଂଗୃହୀତ ରିପୋର୍ଟ ଅନୁସାରେ, ଆଜି ଅପରାହ୍ନ ୧ଟା ବେଳେ ଚନ୍ଦ୍ରଯାନ-୩ର ‘ପ୍ରପଲ୍‌ସନ୍‌ ମଡ୍ୟୁଲ୍‌’ରୁ ‘ଲ୍ୟାଣ୍ଡର୍‌ ବିକ୍ରମ’ ବିଚ୍ଛିନ୍ନ ହୋଇଥିଲା। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ସଂସ୍ଥାପକ ବିକ୍ରମ ସାରାଭାଇଙ୍କ ନାମାନୁସାରେ ନାମିତ ଏହି ‘ଲ୍ୟାଣ୍ଡର୍‌’ ସାଥିରେ ‘ପ୍ରଜ୍ଞାନ’ ନାମକ ‘ରୋଭର୍‌’ ନେଇଯାଇଛି।
ଉଲ୍ଲେଖ‌ଯୋଗ୍ୟ, ପୃଥକ୍‌ ହେବା ପରେ ଲ୍ୟାଣ୍ଡର୍‌ର ଗତି ବେଗ ମନ୍ଥର କରାଯାଇ ତାହାକୁ ଚନ୍ଦ୍ରପୃଷ୍ଠର ନିକଟତମ ସ୍ଥାନ (୩୦ କିଲୋମିଟର୍‌ ଉଚ୍ଚ) ‘ପେରିଲୁନ୍‌’ ଓ ଦୂରତମ ସ୍ଥାନ (୧୦୦ କିଲୋମିଟର) ‘ଆପୋଲୁନ୍‌’ ମଧ୍ୟସ୍ଥ କକ୍ଷପଥରେ ଛଡ଼ାଯାଏ। ସେହି କକ୍ଷପଥରୁ ଅଗଷ୍ଟ ୨୩ ତାରିଖ ଦିନ ଚନ୍ଦ୍ରର ଦକ୍ଷିଣ ମେରୁରେ ‘ଲ୍ୟାଣ୍ଡର୍‌ ବିକ୍ରମ’ର ନିୟନ୍ତ୍ରିତ ଅବତରଣ ବା ‘ସଫ୍ଟ୍‌ ଲ୍ୟାଣ୍ଡିଙ୍ଗ୍‌’ ପାଇଁ ଉଦ୍ୟମ କରାଯିବ। ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ‘ଇସ୍ରୋ’ ଚନ୍ଦ୍ରର ଦକ୍ଷିଣ ମେରୁରେ ୪ କିଲୋମିଟର୍‌ x ୨.୪ କିଲୋମିଟର୍‌ ଅଞ୍ଚଳ ଚୟନ କରିଛି। ଅବତରଣ ଉଦ୍ୟମରେ ସୁବିଧା ହେବ ବିଚାରି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Share Now:

Kalinga News Beuro

Next Post

ରାଜଧାନୀରେ ସବୁ ସ୍କୁଲରେ କରାଯିବ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

Thu Aug 17 , 2023
ଭୁବନେଶ୍ୱର : ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯିବ। ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେଙ୍ଗୁ ନେଇ ସଚେତନ କରାଯିବ। ସ୍କୁଲରେ ସଚେତନତା ବ୍ୟତୀତ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା, ସଫେଇ ଏବଂ ଘର ଭିତର ସଫା ରଖିବାକୁ ପରାମର୍ଶ ଦେବ ବିଏମସି। ରାଜଧାନୀରେ ବଢୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦେଖି ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ଗତ ୧୦ ତାରିଖରୁ […]
ସବୁ ସ୍କୁଲରେ କରାଯିବ ଡେଙ୍ଗୁ ସଚେତନତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial