ଏଲ୍‌ଓସିରେ ପାକିସ୍ତାନ ପଟରୁ ଗୁଳିମାଡ : ଭାରତୀୟ ଯବାନଙ୍କ ଗୁଳି ମାଡ଼ରେ ଆତଙ୍କବାଦୀ ନିପାତ

ଆତଙ୍କବାଦୀଙ୍କୁ ନିପାତ କଲା ସେନା

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରୁ ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ଦେଇ (ଏଲ୍‌ଓସି) ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ୩ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ଆଜି ଗୁଳିକରି ନିପାତ କରିଛି। ସେନା ପକ୍ଷରୁ ସୂଚନା ମିଳିଛି ଯେ ନିୟନ୍ତ୍ରଣ ରେଖା ଅତିକ୍ରମ କରିବାରେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ପାକ୍‌ ସେନା ‘କଭରିଂ ଫାୟାର’ ଚଳାଇଥିଲା। ଦୁଇ ଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଭାରତୀୟ ସେନାର ଚିନାର କର୍ପସ୍‌ ଏକ୍ସ (ପୂର୍ବର ଟ୍ଵିଟର)ରେ କରିଥିବା ଏକ ପୋଷ୍ଟରେ କହିଛି। ତୃତୀୟ ଆତଙ୍କବାଦୀକୁ ଧରିବା ପାଇଁ ପ୍ରୟାସ ଚାଲିଥିବା ବେଳେ ଭାରତୀୟ ସେନା ଊପରକୁ ପାକିସ୍ତାନୀ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା ବୋଲି ଚିନାର କର୍ପସ୍‌ କହିଛି। ଏହା ୨୦୨୧ରେ ହୋଇଥିବା ନିୟନ୍ତ୍ରଣ ରେଖା ଅସ୍ତ୍ରବିରତିର ସ୍ପଷ୍ଟ ଉଲ୍ଲଂଘନ। ଏବେ ବିି ଉରି ସେକ୍ଟରରେ ଅପରେସନ୍‌ ଜାରି ରହିଛି ବୋଲି ସେନା କହିଛି।
ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୁଲିସ ଏବଂ ଗୁଇନ୍ଦା ଏଜେନ୍‌ସିର ମିଳିତ ଅପରେସନରେ ଆଜି ସକାଳେ ବାରାମୁଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରାଯାଇଛି। ଅନୁପ୍ରବେଶ ଉଦ୍ୟମ କରିଥିବା ୩ ଜଣ ଆତଙ୍କବାଦୀଙ୍କୁ ସତର୍କ ଭାରତୀୟ ସେନା ଗୁଳିକରି ନିପାତ କରିଥିଲେ ବୋଲି ଚିନାର କର୍ପସ୍‌ ଏକ୍ସରେ ପୋଷ୍ଟ୍‌ରେ କହିଛି। ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇ ମୃତଦେହ ଉଦ୍ଧାର କରାଯାଇଛି। ନିୟନ୍ତ୍ରଣ ରେଖା ନିକଟରେ ପାକ୍‌ ପୋଷ୍ଟ୍‌ର ଗୁଳିମାଡ଼ରେ ତୃତୀୟ ଆତଙ୍କବାଦୀ ନିହତ ହୋଇଥିଲେ ହେଁ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଅନନ୍ତନାଗ ଜିଲ୍ଲାରେ ଚାଲିଥିବା ଭାରତୀୟ ସେନାର ଆଉ ଏକ ଏନକାଉଣ୍ଟର ଚତୁର୍ଥ ଦିନରେ ପ୍ରବେଶ କରିଛି। ସେଠାରେ ପାହାଡ ଉପରେ ଥିବା ଏକ ଗୁମ୍ଫାରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି।

Share Now:

Kalinga News Beuro

Next Post

ଚିରନ୍ତନ କର୍ତ୍ତବ୍ୟର ସମାହାର ହେଉଛି ସନାତନ ଧର୍ମ, କେବଳ ଜାତିଭେଦକୁ ପ୍ରେତ୍ସାହିତ କରୁଥିବା କହିବା ଭୁଲ : ମାଡ୍ରାସ୍ ହାଇକୋର୍ଟ

Sat Sep 16 , 2023
ଚେନ୍ନାଇ: ସନାତନ ଧର୍ମକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଅଦାଲତ ଗୁରୁତ୍ୱାରୋପ କରି କହିଛନ୍ତି ଯେ ସନାତନ ଧର୍ମ ହେଉଛି ଏକ ଚିରନ୍ତନ କର୍ତ୍ତବ୍ୟ, ଯେଉଁଥିରେ ରହିଛି ଦେଶ ପ୍ରତି କର୍ତ୍ତବ୍ୟ, ରାଜା, ନିଜ ପିତାମାତା ଏବଂ ଗୁରୁ ଏବଂ ଗରିବଙ୍କ ଯତ୍ନ ନେବା ଆଦି କର୍ତ୍ତବ୍ୟ ଅନ୍ତର୍ଭୁକ୍ତ। ଏହା କୌଣସି ଗୋଟିଏ ଧର୍ମଗ୍ରନ୍ଥରୁ ସୃଷ୍ଟି ହୋଇନାହିଁ, ବରଂ ଭିନ୍ନ ଭିନ୍ନ […]
ଚିରନ୍ତନ କର୍ତ୍ତବ୍ୟର ସମାହାର ହେଉଛି ସନାତନ ଧର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial