କରୁଣାନିଧିଙ୍କୁ ମେରିନା ବିଚ୍‌ରେ ସମାଧି ଦିଆଯିବ: ମାଡ୍ରାସ୍‌ ହାଇକୋର୍ଟ

ଚେନ୍ନାଇ: କରୁଣାନିଧିଙ୍କୁ ମେରିନା ବିଚ୍‌ରେ ସମାଧି ଦିଆଯିବ ବୋଲି ବୁଧବାର ଦିନ ମାଡ୍ରାସ୍‌ ହାଇକୋର୍ଟ ରାୟ ଶୁଣାଇଛନ୍ତି। ପରଲୋକଗତ ନେତା ଏମ୍‌ କରୁଣାନିଧିଙ୍କ ସମାଧିସ୍ଥଳ ଚୟନ ବିଷୟରେ ତାମିଲନାଡୁରେ ଡିଏମ୍‌କେ କର୍ମୀଙ୍କ ମଧ୍ୟରେ ଭାବାବେଗ ବୃଦ୍ଧି ପାଇଥିଲା। ଔପଚାରିକଭାବେ ତାଙ୍କ ମୃତ୍ୟୁ ଘୋଷଣା ହେବା ପୂର୍ବରୁ ମଧ୍ୟ ତାଙ୍କ ସମାଧିସ୍ଥଳ ସଂକ୍ରାନ୍ତରେ ବିବାଦ ଉପୁଜିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ୍‌ ଅନ୍ନାଦୁରାଇ, ଏମ୍‌ଜି ରାମଚନ୍ଦ୍ରନ୍‌ ଏବଂ ଜେ ଜୟଲଳିତା ଆଦି ମୁଖ୍ୟମନ୍ତ୍ରୀଙ୍କ ସମାଧିସ୍ଥଳ ମେରିନା ବିଚ୍‌ରେ କରୁଣାନିଧିଙ୍କୁ ସମାଧି ଦିଆଯାଉ ବୋଲି ଡିଏମ୍‌କେ କର୍ମୀ ମଙ୍ଗଳବାର ଦିନ ତାମିଲନାଡୁ ସରକାରଙ୍କୁ ଔପଚାରିକ ଭାବେ ଅନୁରୋଧ କରିଥିଲେ।  ଏହାର ଜବାବରେ ତାମିଲନାଡୁ ସରକାର କହିଥିଲେ କି, ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସମାଧିସ୍ଥଳ ଉପରେ ଆଇନ୍‌ ପ୍ରଶ୍ନ ଉଠାଇ ଥିବାରୁ ସେଠାରେ କରୁଣାନିଧିଙ୍କୁ ସମାଧି ଦିଆଯାଇ ପାରିବ ନାହିଁ। ସରକାର ଅନ୍ୟ ଏକ ସ୍ଥାନରେ ତାଙ୍କ ସମାଧି ପାଇଁ ଦୁଇ ଏକର ସ୍ଥାନ ଯାଚିଥିଲେ। ଶେଷରେ ଡିଏମ୍‌କେ ମାମଲା ମାଡ୍ରାସ୍‌ ହାଇକୋର୍ଟକୁ ନେଇଥିଲା। ମଙ୍ଗଳବାର ରାତି ସାଢ଼େ ଦଶଟା ବେଳେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହୁଲୁବାଦି ଜି ରମେଶ ବିଳମ୍ବିତ ରାତ୍ରୀ ଶୁଣାଣି କରିବାରେ ଦ୍ୱିତୀୟ ଶୁଣାଣି ବୁଧବାର ସକାଳ ୮ଟାକୁ ନିର୍ଦ୍ଧାରଣ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ରାଜାଜୀ ହଲ୍‌ ସାମ୍ନାରେ ଦଳାଚକଟା, ୨ ମୃତ, ୪୦ ଆହତ

Wed Aug 8 , 2018
ଚେନ୍ନାଇ: ରାଜାଜୀ ହଲ୍‌ ସମ୍ମୁଖରେ ଡିଏମକେ ସୁପ୍ରିମୋ ତଥା ଦ୍ରାବିଡ଼ ଆନ୍ଦୋଳନର ପ୍ରମୁଖ ଯୋଦ୍ଧା ଏମ କରୁଣାନିଧିଙ୍କ ଶେଷ ଦର୍ଶନ କରିବା ପାଇଁ ଆଜି ଲୋକଙ୍କ ମଧ୍ୟରେ ବେଶ ଧସ୍ତାଧସ୍ତି ହୋଇଥିଲା। ଧସ୍ତାଧସ୍ତି ପରେ ସୃଷ୍ଟି ହୋଇଥିବା ଦଳା ଚକଟାରେ ୨ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌ ଲୋକଙ୍କ ଉପରେ ଲାଠି ଚାର୍ଜ କରିଥିବା ସୂଚନା ମିଳିଛି। ଗୁରତର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial