ଆପଣଙ୍କ କଥା ଏବଂ କାମ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି, କ୍ଷମତାକୁ ଆସି ସବୁ ଭୁଲିଗଲେ : ଆନ୍ନା ହଜାରେ

କ୍ଷମତାକୁ ଆସି ସବୁ ଭୁଲିଗଲେ

ନୂଆଦିଲ୍ଲୀ: ଦିଲ୍ଲୀର ଅବାକାରୀ ନୀତିରେ ହୋଇଥିବା ଦୁର୍ନୀତିକୁ ନେଇ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଆନ୍ନା ହଜାରେ କେଜ୍ରିୱାଲଙ୍କୁ ଅବାକାରୀ ନୀତି ପାଇଁ ସମାଲୋଚନା କରିଛନ୍ତି। ଆନ୍ନା ହାଜାରେ କହିଛନ୍ତି ଯେ ଆପଣଙ୍କ ସରକାର ମହିଳାଙ୍କ ଉପରେ ପ୍ରଭାବ ପକାଉଥିବା ଏବଂ ଲୋକଙ୍କ ଜୀବନ ନଷ୍ଟ କରୁଥିବା ଅବାକାରୀ ନୀତି ପ୍ରସ୍ତୁତ କରିଛି। ଆପଣଙ୍କ କଥା ଏବଂ କାମ ମଧ୍ୟରେ ପାର୍ଥକ୍ୟ ଥିବା କହି କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି ଆନ୍ନା ହଜାରେ। ଆନ୍ନା ତାଙ୍କ ଚିଠିରେ ଲେଖିଛନ୍ତି ଯେ ଯେତେବେଳେ ଟିମ୍ ଆନ୍ନାର ସଦସ୍ୟମାନେ ୧୦ବର୍ଷ ପୂର୍ବେ ସେପ୍ଟେମ୍ବର ୧୮, ୨୦୧୨ରେ ଦିଲ୍ଲୀରେ ବୈଠକ କରିଥିଲେ, ସେତେବେଳେ ଆପଣ ଏକ ରାଜନୈତିକ ପଥ ଆପଣେଇବା ବିଷୟରେ କହିଥିଲେ। କିନ୍ତୁ ରାଜନୈତିକ ଦଳ ଗଠନ ଆମର ଆନ୍ଦୋଳନର ଲକ୍ଷ୍ୟ ନଥିଲା। ସେତେବେଳେ ଟିମ୍ ଆନ୍ନାକୁ ନେଇ ଜନସାଧାରଣଙ୍କ ମନରେ ଏକ ବିଶ୍ୱାସ ଥିଲା। ସେଥିପାଇଁ ସେହି ସମୟରେ ମୁଁ ଭାବିଥିଲି ଯେ, ଟିମ୍ ଆନ୍ନା ଦେଶ ଭ୍ରମଣ କରିବା ସହ ଲୋକଙ୍କୁ ସଚେତନ କରିବ। ଯଦି ଟିମ୍ ଆନ୍ନା ‌ଦେଶଭ୍ରମଣ କରି ଲୋକଙ୍କୁ ସଚେତନ କରିଥାନ୍ତା, ତେବେ ମଦକୁ ନେଇ ଏଭଳି ଭୁଲ ନୀତି ତିଆରି ହୋଇନଥାନ୍ତା।
ସେ ଆହୁରି ଲେଖିଛନ୍ତି ‌ଯେ, ଯେଉଁ ଲକ୍ଷ୍ୟ ନେଇ ଆମେ ଆମର ଯାତ୍ରା ଆରମ୍ଭ କରିଥିଲୁ, ତାହା ପୂରଣ ହୋଇଥିଲେ ଦେଶର ସ୍ଥିତି ଭିନ୍ନ ଥାନ୍ତ ଏବଂ ଗରିବଙ୍କୁ ଲାଭ ମିଳିଥାନ୍ତା। କିନ୍ତୁ ଆପଣ ମନୀଷ ସିସୋଦିଆଙ୍କୁ ନେଇ ରାଜନୈତିକ ଦଳ ଗଠନ କଲେ। ଏକ ଐତିହାସିକ ଆନ୍ଦୋଳନକୁ ନଷ୍ଟ କରି ଗଠିତ ହୋଇଥିବା ଏହି ଦଳ ମଧ୍ୟ ଅନ୍ୟ ଦଳର ପଥ ଅନୁସରଣ କରିବା ଆରମ୍ଭ କରିଥିଲା। ଏହା ଅତ୍ୟନ୍ତ ଦୁଃଖଦାୟକ। ଯେଉଁ ଲକ୍ଷ୍ୟ ନେଇ ଆପଣ ଦଳ ଗଠନ କରିଥିଲେ, ସେସବୁ ଆପଣ ଭୁଲିଗଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଆପଣଙ୍କ କଥା ଏବଂ କାମ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି।

Share Now:

Kalinga News Beuro

Next Post

ଦ୍ବାଦଶ, ଦଶମ ତଥା ଜେଇ ମେନ୍ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ

Tue Aug 30 , 2022
ଭୁବନେଶ୍ବର: ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ବାଦଶ, ଦଶମ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଅନୁଷ୍ଟିତ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି। ଓଡିଶାର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତି ବ୍ଲକ୍‌ରେ ତଥା ଭୁବନେଶ୍ବରରେ ଗୋଟିଏ ଆଇକନିକ ଆଦର୍ଶ ସ୍କୁଲ ରହିଛି। ସିବିଏସ୍‌ଇ ଢାଞ୍ଚାରେ ଏହି ସ୍କୁଲ ମାନଙ୍କରେ ହଷ୍ଟେଲ ସୁବିଧା ସହିତ ପାଠ ପାଢାଯାଉଛି। […]
କୃତୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial