ମଦ୍ୟପ ଯୁବକଙ୍କ ହଙ୍ଗାମା ପାଇଁ ଦୋହାରୁ ବାଙ୍ଗାଲୋର ଯାଉଥିବା ବିମାନର ଜରୁରୀ ଅବତରଣ

ମଦ୍ୟପ ଯୁବକଙ୍କ ହଙ୍ଗାମା

ମୁମ୍ବାଇ: ବିମାନରେ ମଦ୍ୟପାନ କରି ହଙ୍ଗାମା କଲେ ଯୁବକ। ଆଉ ସେଥିପାଇଁ ବିମାନର ହେଲା ଜରୁରୀ ଅବତରଣ। ଶନିବାର ବିଳମ୍ବିତ ରାତିରେ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଦୋହା-ବାଙ୍ଗାଲୋର ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ମିଳିଥିବା ସୂଚନା ମୁତାବକ ଜଣେ ମଦ୍ୟପ ଯାତ୍ରୀ ଏଭଳି ହଙ୍ଗାମା ସୃଷ୍ଟି କରିଥିଲେ ଯେ ପାଇଲଟଙ୍କୁ ହଠାତ୍ ଏହି ନିଷ୍ପତ୍ତି ନେବାକୁ ପଡିଥିଲା। ପୁଲିସ କହିଛି ଯେ କେରଳର ବାସିନ୍ଦା ସରଫୁଦ୍ଦିନ ଉଲୱାରଙ୍କୁ ଗିରଫ କରାଯାଇଛି ଏବଂ ଭାରତୀୟ ଦଣ୍ଡବିଧାନ ସଂହିତା ଓ ବିମାନ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ତାଙ୍କୁ ରବିବାର ଦିନ ମହାନଗର ନିଗମ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ପୁଲିସ କହିଛି ଯେ ଉଲୱାର ପ୍ରଚୁର ମଦ୍ୟପାନ କରିଥିଲେ। ଆଉ ବିମାନ ଭିତରେ ଜଣେ ଏୟାର ହୋଷ୍ଟେସ ତାଙ୍କୁ ଆଉ ମଦ୍ୟପାନ ନ କରିବାକୁ ଅନୁରୋଧ କରିଥିବାବେଳେ ସେ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅଧିକାରୀ କହିଛନ୍ତି ଯେ ସେ ସାଥୀ ଯାତ୍ରୀମାନଙ୍କ ସହିତ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଯେଉଁମାନେ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ସେମାନଙ୍କ ସହ ଝଗଡା କରିଥିଲେ। ତାଙ୍କ ହଙ୍ଗାମା ଯୋଗୁଁ ବିମାନକୁ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରିବାକୁ ପାଇଲଟ ବାଧ୍ୟ ହୋଇଥିଲେ ବୋଲି ପୁଲିସ କହିଛି। ମୁମ୍ବାଇ ବିମାନ ବନ୍ଦରରେ ବିମାନ ଅବତରଣ ଓ଼ରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ କର୍ମଚାରୀ ଉଲୱାରଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା : ୟେଲୋଓ୍ଵାର୍ଣ୍ଣିଂ ଜାରି

Mon May 16 , 2022
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୧୭ ତାରିଖ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଏବଂ ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଏହି ସବୁ ଜିଲ୍ଲାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଥିବା ବେଳେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟରରେ ପହଞ୍ଚିବାର […]
୨୦ ଜିଲ୍ଲାରେ କାଳବୈଶାଖୀ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial