ଲଦାଖରେ ବିଶ୍ବର ସବୁଠୁ ଉଚ୍ଚ ସଡ଼କ ନିର୍ମାଣ

ବିଶ୍ବର ସବୁଠୁ ଉଚ୍ଚ ସଡ଼କ

ନୂଆଦିଲ୍ଲୀ : ଭାରତ ଲଦାଖରେ ବିଶ୍ବର ସବୁଠୁ ଉଚ୍ଚ ସଡ଼କ ନିର୍ମାଣ କରିଛି। ପୂର୍ବ ଲଦାଖରେ ସମୁଦ୍ର ପତ୍ତନଠାରୁ ୧୯,୩୦୦ ଫୁଟ୍‌ ଉଚ୍ଚତାରେ ଏହି ସଡ଼କ ନିର୍ମାଣ କରିଛି ବିଆର୍‌ଓ (ବର୍ଡର ରୋଡ୍‌ ଅର୍ଗାନାଇଜେସନ୍‌)। ମାଉଣ୍ଟ୍‌ ଏଭରେଷ୍ଟ୍‌ ବେସ୍‌ କ୍ୟାମ୍ପ୍‌ଠାରୁ ଅଧିକ ଉଚ୍ଚତାରେ ଏହା ନିର୍ମାଣ ହୋଇଛି। ଉମ୍‌ଲିଙ୍ଗ୍‌ଲା ପାସ୍‌ ନିକଟରେ ୧୯,୩୦୦ ଫୁଟ୍‌ ଉଚ୍ଚତାରେ ନିର୍ମାଣ ହୋଇଥିବା ଏହି ରାସ୍ତା ବଲିଭିଆରେ ୧୮,୯୫୩ ଫୁଟ୍‌ ଉଚ୍ଚତାରେ ଥିବା ଏକ ସର୍ବୋଚ୍ଚ ରାସ୍ତାର ରେକର୍ଡକୁ ଭାଙ୍ଗି ଦେଇଛି। ସରକାର ଆଜି ଏହି ସୂଚନା ଦେଇଛନ୍ତି। ଉକ୍ତ ଅଞ୍ଚଳରେ କୌଣସି ଭିତ୍ତିଭୂମି ନିର୍ମାଣ କରିବା ବହୁତ ବଡ଼ ଚ୍ୟାଲେଂଜ ଥିଲା। ଶୀତରେ ଏଠାରେ ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରି ହୋଇଯାଏ ଏବଂ ଅକ୍ସିଜେନ୍‌ ସ୍ତର ସାଧାରଣ ସ୍ଥଳଠାରୁ ୫୦ ପ୍ରତିଶତ କମ୍‌।

Share Now:

Kalinga News Beuro

Next Post

କୋଭିଡ୍‌-୧୯ରେ ଅନାଥ ହୋଇଥିବା ପିଲାଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟ ବୀମା ଦେବେ କେନ୍ଦ୍ର ସରକାର

Thu Aug 5 , 2021
ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ହେତୁ ଅନାଥ ‌ହୋଇଥିବା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ‘ଆୟୁଷ୍ମାନ ଭାରତ’ ଯୋଜନାରେ ମାଗଣାରେ ୫ ଲକ୍ଷ୍ ଟଙ୍କାର ସ୍ବାସ୍ଥ୍ୟ ବୀମା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା କଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି। ଏଥିପାଇଁ ‘ପ୍ରାଇମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ୍‌ ଆଣ୍ଡ୍‌ ରିଲିଫ୍‌ ଇନ୍ ଏମର୍ଜେନ୍ସି ସିଚୁଏସନ୍ସ୍‌ ଫଣ୍ଡ୍‌’ରୁ (ପିଏମ୍-କେୟାର୍ସ) ପ୍ରିମିୟମ୍‌ ଦିଆଯିବ ବୋଲି ସେ କହିଛନ୍ତି। ଭାରତକୁ ଆତ୍ମନିର୍ଭରଶୀଳ […]
ଅନାଥ ପିଲାଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟ ବୀମା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial