ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କୁ ଦେବାକୁ ହେବ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର

ଆଶା ଆଶଙ୍କାରେ ୟୁଜି, ପିଜି ପରୀକ୍ଷା

ନୂଆଦିଲ୍ଲୀ : ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍ ଏବଂ ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ସ୍ପଷ୍ଟ କରିସାରିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ସେପ୍ଟମ୍ବର ୧ ରୁ ୬ ତାରିଖ ମଧ୍ୟରେ ପ୍ରସ୍ତାବିତ ଜେଇଇ (ମେନ୍‌)ର ଆଡମିଟ୍ କାର୍ଡ ଓ କୋଭିଡ୍-୧୯ ସମ୍ବନ୍ଧିତ ଫର୍ମକୁ ୱେବସାଇଟ୍‌ରେ ଜାରି କରାଯାଇଛି। କରୋନା ମହାମାରୀକୁ ଆଖି ଆଗରେ ରଖାଯାଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଏହି ବିଶେଷ ନିର୍ଦ୍ଦେଶ ଜାରି କରାଯାଇଛି। ପରୀକ୍ଷାର୍ଥୀମାନଙ୍କୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ। ପରୀକ୍ଷା କେନ୍ଦ୍ରର ଇନଭିଜିଲେଟରଙ୍କ ନିକଟରେ ଘୋଷଣାପତ୍ରକୁ ହସ୍ତାକ୍ଷର ସହିତ ଜମା କରିବାକୁ ପଡ଼ିବ। ଗତ ୧୫ ଦିନରୁ ପରୀକ୍ଷାର୍ଥୀଙ୍କୁ ଥଣ୍ଡା, କାଶ, ଜ୍ବର, କଫ ତଥା ନିଶ୍ବାସ ପ୍ରଶ୍ବାସରେ କୌଣସି ସମସ୍ୟା ନ ଥିବାର ଘୋଷଣାପତ୍ରରେ ଅବଗତ କରାଇବାକୁ ପଡ଼ିବ। ଯଦି କୌଣସି ସମସ୍ୟା ଥାଏ ସେ ସମ୍ପର୍କରେ ମଧ୍ୟ ଇନ୍‌ଭିଜଲେଟରଙ୍କୁ ସ୍ପଷ୍ଟ କରିବାକୁ ପଡ଼ିବ। ସେହିଭଳି ପରୀକ୍ଷାର୍ଥୀ ଗତ ଦିନମାନଙ୍କରେ ଯଦି କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥାନ୍ତି; ସେ ଗୃହାବଦ୍ଧ ଥିଲେ କି ନାହିଁ ସେ ସମ୍ପର୍କରେ ସୂଚନା ବିବରଣୀ ମଧ୍ୟ ପ୍ରଦାନ କରିବାକୁ ପଡ଼ିବ। ଏହି ସେଲ୍ଫ ଡିକ୍ଲାରେସନରେ ପରୀକ୍ଷାର୍ଥୀଙ୍କର ଫଟୋ, ଆଙ୍ଗୁଳିର ଚିହ୍ନ ତଥା ଅଭିଭାବକଙ୍କର ହସ୍ତାକ୍ଷରକୁ ଅନିବାର୍ଯ୍ୟ କରାଯାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳିରେ ପରୀକ୍ଷା ଶେଷ ହେବା ପରେ ଆଡମିଟ୍ କାର୍ଡ ଏବଂ ରଫ୍ ସିଟ୍ ନିର୍ଦ୍ଧାରିତ ବକ୍ସରେ ଜମା କରିବାକୁ ପଡ଼ିବ ବୋଲି ସ୍ପଷ୍ଟ କରିଦିଆଯାଇଛି।

Share Now:

Kalinga News Beuro

Next Post

ଭୁବନେଶ୍ୱର ତହସିଲଦାର ପଜିଟିଭ୍‌, ୩ ପ୍ରମୁଖ କାର୍ଯ୍ୟାଳୟ ବନ୍ଦ

Thu Aug 20 , 2020
ଭୁବନେଶ୍ୱର : ଭୁବନେଶ୍ବର ତହସିଲଦାର କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିସହିତ ତାଙ୍କ କାର୍ଯ୍ୟାଳୟରେ ସମୁଦାୟ ୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେଣୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବ‌ନେଶ୍ବର ତହସିଲ୍‌ କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି। ଭୁବନେଶ୍ବର ତହସିଲ କାର୍ଯ୍ୟାଳୟକୁ ବାଦ୍‌ ଦେଲେ କଳ୍ପନାସ୍ଥିତ ଜିଲ୍ଲା ସବ୍‌ରେଜିଷ୍ଟର କାର୍ଯ୍ୟାଳୟ ଓ ଭୁବନେଶ୍ବର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ମଧ୍ୟ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଏହି ଦୁଇ କାର୍ଯ୍ୟାଳୟରେ କେତେକ କର୍ମଚାରୀ […]
ରାଜଧାନୀରୁ ଆଜି ୩୦୧ କରୋନା ପିଜିଟିଭ

ଆହୁରି ପଢ଼ନ୍ତୁ