୧୦ଟି ଦେଶକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକିବାକୁ ଭାରତର ଯୋଜନା

ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକିବା ପରେ ଅନ୍ୟ ଦେଶମାନଙ୍କୁ ବି ଏହି କ୍ଷେପଣାସ୍ତ୍ର ବିକିବାକୁ ଭାରତ ଯୋଜନା କରୁଛି। ମିଳିଥିବା ସୂଚନା ଅନୁସାରେ ସାଉଦି ଆରବ, ୟୁଏଇ, ଇଜିପ୍ଟ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ ଆଦି ୧୦ଟି ଦେଶକୁ ବ୍ରହ୍ମୋସ ବିକିବାକୁ ବ୍ରହ୍ମୋସ ଏରୋସ୍ପେସ୍ ଲକ୍ଷ୍ୟ ରଖିଛି। କେତେକ ଦେଶ ସହିତ କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତମାସରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଆଫ୍ରିକା ଏରୋସ୍ପେସ ଓ ଡିଫେନ୍ସ ଏକ୍ସପୋରେ ବ୍ରହ୍ମୋସର ଏକ ପାଭିଲିୟନ ଖୋଲାଯାଇଥିଲା। ବ୍ରହ୍ମୋସର ଦକ୍ଷତାରେ ଦକ୍ଷିଣ ଆଫ୍ରିକା ପ୍ରଭାବିତ ଥିବା କୁହାଯାଉଛି। ଚଳିତ ବର୍ଷ ଆରମ୍ଭରେ ଫିଲିପାଇନ୍ସ ୩୭୪ ନିୟୁତ ଡଲାର ମୂଲ୍ୟର ବ୍ରହ୍ମୋସ ମିସାଇଲ କିଣିବାକୁ ଚୁକ୍ତି କରିଥିଲା। ଫିଲିପାଇନ୍ସ ପ୍ରଥମ ପର୍ଯ୍ୟାୟରେ ଭାରତଠାରୁ ୩ଟି ବ୍ୟାଟେରୀ ବ୍ରହ୍ମୋସ ସିଷ୍ଟମ କିଣିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କେତେକ ବ୍ୟାଟେରୀ ଖରିଦ କରିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ, ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତ ଓ ଋଷିଆ ଦ୍ବାରା ମିଳିତ ଭାବେ ବିକଶିତ କରାଯାଇଛି। ଏହାକୁ ବିଶ୍ବର ଅନ୍ୟତମ ଶକ୍ତିଶାଳୀ କ୍ରୁଜ ମିସାଇଲ ବୋଲି କୁହାଯାଉଛି। ଏବେ ଏହାର ରେଞ୍ଜ୍ ୨୯୦ କିଲୋମିଟର ଥିବାବେଳେ ଏହାର ରେଞ୍ଜକୁ ୫୦୦ କିଲୋମିଟରକୁ ବୃଦ୍ଧି କରିବାକୁ ଯୋଜନା ଚାଲିଛି। ସେହିପରି ନାଭାଲ ଭର୍ସନର ରେଞ୍ଜକୁ ୪୦୦ କିଲୋମିଟରକୁ ବୃଦ୍ଧି କରିବାକୁ ଯୋଜନା ଚାଲିଛି। ସେହିପରି ବ୍ରହ୍ମୋସ-ଏନଜି ନାମକ ଅପେକ୍ଷାକୃତ ହାଲକା ଓ ଶକ୍ତିଶାଳୀ କ୍ଷେପଣାସ୍ତ୍ର ତିଆରି କରାଯାଉଛି।

Share Now:

Kalinga News Beuro

Next Post

ସମ୍ଭାବ୍ୟ ବାତ୍ୟାର ପ୍ରଭାବ : ଉପକୂଳ ଜିଲ୍ଲାରେ ୨୩ ଓ ୨୪ରେ ଅତିପ୍ରବଳ ବର୍ଷା - ଆଇଏମ୍‌ଡି

Thu Oct 20 , 2022
ଭୁବନେଶ୍ୱର: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଜି (୨୦ ଅକ୍ଟୋବର) ଅପରାହ୍ନରେ ଜାରି କରିଛି ଏକ ସଦ୍ୟତମ ବୁଲେଟିନ୍‌। ବାତ୍ୟାକୁ ନେଇ ଆଇଏମ୍‌ଡି ଜାରି କରିଥିବା ସର୍ବଶେଷ ବୁଲେଟିନ୍‌ରେ ପ୍ରଦାନ କରାଯାଇଥିବା ସୂଚନା ଆଧାରରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅକ୍ଟୋବର ୨୩ ଓ ୨୪ରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଉପକୂଳ ଓଡ଼ିଶାରେ ପବନ ବହିବାର ସମ୍ଭାବନା ରହିଛି। ୨୩ […]
୨୩ ଓ ୨୪ରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial