ସମ୍ଭାବ୍ୟ ବାତ୍ୟାର ପ୍ରଭାବ : ଉପକୂଳ ଜିଲ୍ଲାରେ ୨୩ ଓ ୨୪ରେ ଅତିପ୍ରବଳ ବର୍ଷା – ଆଇଏମ୍‌ଡି

୨୩ ଓ ୨୪ରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଜି (୨୦ ଅକ୍ଟୋବର) ଅପରାହ୍ନରେ ଜାରି କରିଛି ଏକ ସଦ୍ୟତମ ବୁଲେଟିନ୍‌। ବାତ୍ୟାକୁ ନେଇ ଆଇଏମ୍‌ଡି ଜାରି କରିଥିବା ସର୍ବଶେଷ ବୁଲେଟିନ୍‌ରେ ପ୍ରଦାନ କରାଯାଇଥିବା ସୂଚନା ଆଧାରରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅକ୍ଟୋବର ୨୩ ଓ ୨୪ରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଉପକୂଳ ଓଡ଼ିଶାରେ ପବନ ବହିବାର ସମ୍ଭାବନା ରହିଛି। ୨୩ ଅକ୍ଟୋବରରେ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ପାଗ କୋହଲା ରହିବା ସହ ଉପକୂଳ ଅଞ୍ଚଳରେ ବହିବାକୁ ଥିବା ପବନର ବେଗ ଘଣ୍ଟାପ୍ରତି ୫୦-୬୦ କିଲୋମିଟରରେ ପହଞ୍ଚିବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳର, ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ କେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସେହିପରି ୨୪ ଅକ୍ଟୋବରରେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ, ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୬୦-୭୦ କିଲୋମିଟର ରହିବା ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୮୦ କିଲୋମିଟର ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀମାନଙ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି। ୨୪ ତାରିଖ ଭୋର ପରଠାରୁ ଉପକୂଳ ଓଡ଼ିଶାରେ କିଛି-କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଥିବା ବେଳେ ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ଦେଶର ବଡ ଦାନବୀର ଏଚସିଏଲର ପ୍ରତିଷ୍ଠାତା ଶିବ ନାଦର

Thu Oct 20 , 2022
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ଦାନବୀର ବିଲିୟନାୟାର ତାଲିକାରେ ଶିବ ନାଦର ଆଗରେ ଅଛନ୍ତି। ଏଡେଲଗିବ ହୁରୁନ୍ ଇଣ୍ଡିଆ ଫିଲାନଥ୍ରୋପି ତାଲିକା ୨୦୨୨ଅନୁଯାୟୀ, ଆଇଟି କମ୍ପାନି ଏଚସିଏଲର ପ୍ରତିଷ୍ଠାତା ଶିବ ନାଦର ବାର୍ଷିକ ୧୧୬୧କୋଟି ଟଙ୍କା ଦାନ କରିଛନ୍ତି। ସେହି ଅନୁଯାୟୀ କୁହାଯାଇପାରେ ଯେ, ଶିବ ନାଦର ପ୍ରତିଦିନ ଦାନ ପାଇଁ ୩କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ସହ ଶିବ ନାଦର ଆଇଟି କମ୍ପାନି ୱିପ୍ରୋ ପ୍ରତିଷ୍ଠାତା ଅଜିମ […]
ଏଚସିଏଲର ପ୍ରତିଷ୍ଠାତା ଶିବ ନାଦର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial