ଭୁବନେଶ୍ୱର: ଲଘୁଚାପ ପରେ ପୁଣି ଏକ ଲଘୁଚାପ ସମ୍ଭାବନା ସୃଷ୍ଟି ହୋଇଛି। ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖ ବେଳକୁ ଦାନାବାନ୍ଧି ପାରେ ଆଉ ଏକ ଲଘୁଚାପ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ଏନେଇ ବିସ୍ତୃତ ସୂଚନା ବା ପୂର୍ବାନୁମାନ ଆସିନାହିଁ। ପୂର୍ବରୁ ଲଘୁଚାପ ବର୍ଷାରେ ଦକ୍ଷିଣ ଓଡ଼ିଶାର ସ୍ଥିତି ବେହାଲ ହୋଇଥିବା ବେଳେ ଆଉଏକ ଲଘୁଚାପ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପୁଣି ଚିନ୍ତା ବଢାଇଛି। ପ୍ରକାଶଥାଉକି, ବିଗତ ଦିନରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲା। ଏହା କ୍ରମଶଃ ଅବପାତ ଓ ଗଭୀର ଅବପାତର ରୂପ ନେଇ ୧୩ ତାରିଖ ସକାଳେ ଆନ୍ଧ୍ର ଉପକୂଳର ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରଭାବରେ କୋରାପୁଟ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ସମେତ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହୋଇଥିଲା।
Share Now: