ବାପଘରୁ ଶାଶୁଘରକୁ ବିଦା ସମୟରେ ଚିରବିଦାୟ ନେଲେ ନବବଧୂ

ନବବଧୂଙ୍କ ହୃଦଘାତରେ ମୃତ୍ୟୁ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ଵିନିକା ବ୍ଳକ ଅନ୍ତର୍ଗତ ଯୁଲୁଣ୍ଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଯୁଲୁଣ୍ଡା ଗ୍ରାମରେ ଆଜି ଝିଅବିଦା ସମୟରେ ନବବଧୂର ଚାଲିଗଲା ପ୍ରାଣ। ସୂଚନା ଅନୁସାରେ ଗତକାଲି ଯୁଲୁଣ୍ଡା ଗ୍ରାମର ରୋଜି ସାହୁ ଓ ବଲାଙ୍ଗୀର ଜିଲ୍ଲା ତେତେଲ ଗାଁର ବିଶିକେଶନ ସାହୁଙ୍କ ବାହାଘର ଧୁମଧାମରେ ସରିଥିଲା। ଝିଅ ରୋଜିଙ୍କୁ ବିଦା କରିବା ସମୟରେ ହଠାତ ଝିଅ ଅସୁସ୍ଥ ହୋଇ ପଡ଼ି ଚେତାଶୂନ୍ୟ ହୋଇ ଯାଇଥିଲେ। ଏହାପରେ ରୋଜିଙ୍କୁ ସେଠାରୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ନବବଧୂଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ବର୍ତ୍ତମାନ ଶବ ବ୍ୟବଚ୍ଛେଦ କରିବା ପାଇଁ ପୁଲିସର ତଦନ୍ତ ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କିଛି ମାସ ପୂର୍ବରୁ ରୋଜିଙ୍କର ବାପା ଇହଧାମ ତ୍ୟାଗ କରିଥିଲେ। ଏଥିପାଇଁ ଝିଅ ମାନସିକ ଚାପରେ ରହି ଆସୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଣୁ ରୋଜିଙ୍କର ବାହାଘର ତାଙ୍କର ମାମୁଘର ପରିବାର ଓ ଗ୍ରାମର ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା କରାଯାଇଥିଲା।

Share Now:

Kalinga News Beuro

Next Post

ବେଆଇନ୍‌ ଡ୍ରଗ୍ସ କାରବାର ମାମଲା: ଅଭିନେତ୍ରୀ ରିୟାଙ୍କ ସମେତ ୩୩ ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କଲା ଏନ୍‌ସିବି

Fri Mar 5 , 2021
ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମମଲା ସହ ଜଡ଼ିତ ଡ୍ରଗ୍ସ କୋଣର ତଦନ୍ତ କରି ତାଙ୍କର ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସମେତ ୩୩ ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଛି ନାର୍କୋଟିକ୍‌ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି)। ମାର୍ଚ୍ଚ ୫ ତାରିଖରେ ସ୍ବତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟରେ ୧୪ ହଜାର ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ୍‌ ଏନ୍‌ସିବି ଦାଖଲ କରିଥିବା ସୂଚନା ରହିଛି। ରିୟା ଏବଂ ତାଙ୍କ ଭାଇ […]
ଅଭିନେତ୍ରୀ ରିୟାଙ୍କ ସମେତ ୩୩ ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କଲା ଏନ୍‌ସିବି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial