୫ବର୍ଷରେ ସମ୍ପୂର୍ଣ ସୁସ୍ଥ ହେବେ ଜଗା-ବଳିଆ

ଜାତୀୟ ଅନୁସୂଚିତ ଜନଜାତି କମିସନ୍‌ଙ୍କୁ ଏମ୍ସର ରିପୋର୍ଟ

ନୂଆଦିଲ୍ଲୀ : ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଜଗା-ବଳିଆଙ୍କୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ ୫ ବର୍ଷ ସମୟ ଲାଗିବ। ଜାତୀୟ ଅନୁସୂଚିତ ଜନଜାତି କମିସନ୍‌ଙ୍କୁ ଦିଲ୍ଲୀ ଏମ୍ସ ଏହି ସୂଚନା ଦେଇଛି। ଉଲ୍ଲେଯୋଗ୍ୟ, ଜଗା-ବଳିଆଙ୍କର ଚିକିତ୍ସା ପାଇଁ ଓଡ଼ିଶାରେ ଉପଯୁକ୍ତ ସୁବିଧା ନଥିବା ଦର୍ଶାଇ ଅନୁସୂଚିତ ଜନଜାତି କମିସନ୍‌ଙ୍କ ନିକଟରେ ବରିଷ୍ଠ ସୁପ୍ରିମ୍‌କୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ପିଟିସନ୍‌ ଦାଖଲ କରିଥିଲେ। ଏହାପରେ କମିସନ୍‌ ଏମ୍ସ ନିର୍ଦ୍ଦେଶକଙ୍କୁ ଜବାବ ତଲବ କରିଥିଲେ।

ଜବାବରେ ଏମ୍ସ ପକ୍ଷରୁ କୁହାଯାଇଛି ଯେ ଏମ୍ସର ଇତିହାସରେ ଜଗା-ବଳିଆଙ୍କୁ ଯୋଡ଼ା ମୁଣ୍ଡରୁ ଅଲଗା କରାଯିବାର ପ୍ରଥମ କ୍ରାନିଅପାରସ୍‌ ସର୍ଜରି ଥିଲା। ତେବେ ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ଏମ୍ସ ଦର୍ଶାଇଛି। ବଳିଆ ଏବେ ସାଧାରଣ ଖାଦ୍ୟ ଖାଉଛି ଏବଂ ତା’ର ଫିଜିଓଥେରାପି ତା’ର ପିତାମାତା, ଆଟେଣ୍ଡାଣ୍ଟଙ୍କ ଦ୍ୱାରା କରାଯାଇ ପାରିବ ବୋଲି ଉଲ୍ଲେଖ କରାଯାଇଛି। ଏହାଛଡ଼ା ଜଗା-ବଳିଆଙ୍କ ଚିକିତ୍ସା ସଂପର୍କିତ ଆର୍ଥିକ ସହାୟତା ମାମଲାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କୌଣସି ପ୍ରକାର ରାଜନୀତି ନାହିଁ ବୋଲି କୁହାଯାଇଛି। ଏମ୍ସ ଆହୁରି କହିଛି ଯେ ଭୁବନେଶ୍ୱର ଏମ୍ସ, କଟକ ମେଡିକାଲ୍‌ କଲେଜ ସମେତ ଜିଲ୍ଲା ହସ୍ପିଟାଲ୍‌ଗୁଡ଼ିକରେ ଚିକିତ୍ସା ସୁବିଧା ରହିଛି। ରିପୋର୍ଟରେ ଏମ୍ସ ଆହୁରି କହିଛି ଯେ ବଳିଆ ସ୍ନାୟବିକ ଦିଗରୁ ଦୁର୍ବଳ ରହିଛି ଏବଂ ତାକୁ ଆରୋଗ୍ୟ ହେବା ପାଇଁ ଅଧିକ ସମୟ ଲାଗିବ। ଜଗା-ବଳିଆର ପିତାମାତା ସେମାନଙ୍କର ବାସସ୍ଥାନରୁ ଗୋଟିଏ ବର୍ଷରୁ ଅଧିକ ସମୟ ରହିଲେଣି ଏବଂ ଓଡ଼ିଶାରେ ସେମାନଙ୍କର ଆଉ ଦୁଇଟି ଶିଶୁଙ୍କର ମଧ୍ୟ ଯତ୍ନ ନିଆଯିବାର ଆବଶ୍ୟକତା ରହିଛି।

Share Now:

Kalinga News Beuro

Leave a Reply

Next Post

ପୁରସ୍କାର ଟଙ୍କା ନେଇ ନିଜ ପକେଟ୍ ଭରିଲେ ବିଧାୟକ

Thu Aug 30 , 2018
ଶ୍ରେଷ୍ଠ ବିଧାୟକ ପୁରସ୍କାର ରାଶିକୁ ମାତ୍ର ଦୁଇଜଣ ବିଧାୟକ ରିଲିଫ ପାଣ୍ଠିକୁ ଦାନ କଲେ ଭୁବନେଶ୍ୱର: ବିଧାନସଭା ଦ୍ୱାରା ଶ୍ରେଷ୍ଠ ବିଧାୟକ ଭାବେ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଥିବା ନେତାଙ୍କର ଅର୍ଥ ମୋହକୁ ନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) ଓ ବିଧାୟକ ପ୍ରଶାନ୍ତ ମୁଦୁଲି ନିଜ ନିଜର ପୁରସ୍କାର ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ କରିଥିବାବେଳେ ଅନ୍ୟ ବିଧାୟକମାନେ ସରକାରଙ୍କଠୁ ବୋନସ୍ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial