ଯାଜପୁର: ନର୍ସଙ୍କ ଗାଁରେ ପହଞ୍ଚିଲେ ରାଜ୍ୟପାଳ। ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଳା ରସୁଲପୁର ଖଇରାବାଦ ଗାଁରେ। ବାଲେଶ୍ୱର ଗସ୍ତରେ ଥିବା ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ନର୍ସ ଚାକିରୀ କରୁଥିବା ସାଗରିକା ବେହେରାଙ୍କ କୁଆଖିଆ ନିକଟସ୍ଥ ଖଇରାବାଦ ଗ୍ରାମରେ ପହଂଚି ପରିବାରର ଆତିଥ୍ୟି ଗ୍ରହଣ କରି ପଇଡପାଣି ପିଇଥିଲେ।
ସାଗରିକାଙ୍କ ବାପା ଗୋପୀନାଥ ବେହେରା, ମା ଆରତୀ ଓ ପରିବାର କିଛି ସଦସ୍ୟଙ୍କ ସହ ଫଟୋ ଉଠାଇବା ସହ ଫେରିବା ସମୟରେ ଗାଁର କିଛି ଛୋଟପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଏହି ଅବସରରେ ବିଶିଷ୍ଟ ଛାୟାଚିତ୍ର ଶିଳ୍ପୀ ବିଶ୍ୱନାଥ ମହାରଣା ରାଜ୍ୟପାଳଙ୍କୁ ନିଜ ହାତ ତିଆରି କାଠର କଠଉ ପିନ୍ଧାଇ ଉପହାର ଦେଇଥିଲେ। ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କ ଗସ୍ତପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।
Share Now: