ନବୀନଙ୍କ ନୂଆ ରେକର୍ଡ : ଦ୍ଵିତୀୟ ସର୍ବାଧିକକାଳ ଶାସନରେ ଥିବା ଦେଶର ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ହେବେ

ନବୀନଙ୍କ ନୂଆ ରେକର୍ଡ

ଭୁବନେଶ୍ୱର: ଆସନ୍ତାକାଲି (ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵିତୀୟ ସର୍ବାଧିକକାଳ ଶାସନ କ୍ଷମତାରେ ରହିଥିବା ଦେଶର ଦ୍ଵିତୀୟ ମୁଖ୍ୟମନ୍ତ୍ରୀର ମାନ୍ୟତା ଅର୍ଜନ କରିବାକୁ ଯାଉଛନ୍ତି। ସେ ସଫଳତାର ଏହି ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି ବୋଲି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜ୍ୟୋତି ବସୁଙ୍କୁ ପଛରେ ପକାଇ ଏହି ରେକର୍ଡ ସ୍ଥାପନ କରିବେ। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ବିଶେଷ କରି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରରେ ଶ୍ରୀ ପଟ୍ଟନାୟକଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଜ୍ୟୋତି ବସୁ ୨୩ ବର୍ଷ ୧୩୮ ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପଓ୍ଵନ କୁମାର ଚାମଲିଙ୍ଗ ୨୪ ବର୍ଷ ୧୬୬ ଦିନ ଧରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ କରିଛନ୍ତି। ଅପରପକ୍ଷରେ ଓଡ଼ିଶାର ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶ୍ରୀ ପଟ୍ଟନାୟକ ୨୦୨୩ ଜୁଲାଇ ୨୧ ତାରିଖ ସୁଦ୍ଧା ୨୩ ବର୍ଷ ୧୩୭ ଦିନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଆସନ୍ତାକାଲି ସେ ଜ୍ୟୋତି ବସୁଙ୍କ ରେକର୍ଡର ସମକକ୍ଷ ହେବେ। ବିଜୁ ଜନତା ଦଳ ସୁପ୍ରିମୋ ନବୀନଙ୍କ ନେତୃତ୍ୱରେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଓଡ଼ିଶାବାସୀଙ୍କଠାରୁ ଅପୂର୍ବ ସମର୍ଥନ ଲାଭ କରି କ୍ରମାଗତ ବିଜୟୀ ହୋଇ ଶାସନରେ ରହିଛି। ଶ୍ରୀ ପଟ୍ଟନାୟକ ନିଜେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ୫ ଥର ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Share Now:

Kalinga News Beuro

Next Post

ଭିଜିଲାନ୍ସ ଜାଲରେ ମହିଳା ପୁଲିସ ଅଧିକାରୀ : ଲାଞ୍ଚ ନେଇ ଧରାପଡ଼ିଲେ ହରଭଙ୍ଗା ଥାନା ଆଇଆଇସି

Fri Jul 21 , 2023
ବୌଦ୍ଧ: ଭିଜିଲାନ୍ସ ଜାଲରେ ପୁଣି ଜଣେ ମହିଳା ପୁଲିସ ଅଧିକାରୀ ଧରାପଡ଼ିଛନ୍ତି। ଆଠ ଦିନ ମଧ୍ୟରେ ରାଜ୍ୟରେ ଏହା ଦ୍ଵିତୀୟ ଘଟଣା। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ମାଡ଼ି ବସିଛନ୍ତି। ଥାନାରେ ଖୋଳତାଡ଼ କରିବା ପରେ ଫୁଲବାଣୀ ନେଇଥିବା ଜଣା ଯାଇଛି। ସୂଚନା ଅନୁସାରେ ଫୁଲବାଣୀର ଶରତ ବେହେରା ହରଭଙ୍ଗାରେ ମହାନଦୀ ବାଲିଘାଟ […]
ପୁଣି ଭିଜିଲାନ୍ସ ଜାଲରେ ମହିଳା ପୁଲିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial