ଭିଜିଲାନ୍ସ ଜାଲରେ ମହିଳା ପୁଲିସ ଅଧିକାରୀ : ଲାଞ୍ଚ ନେଇ ଧରାପଡ଼ିଲେ ହରଭଙ୍ଗା ଥାନା ଆଇଆଇସି

ପୁଣି ଭିଜିଲାନ୍ସ ଜାଲରେ ମହିଳା ପୁଲିସ

ବୌଦ୍ଧ: ଭିଜିଲାନ୍ସ ଜାଲରେ ପୁଣି ଜଣେ ମହିଳା ପୁଲିସ ଅଧିକାରୀ ଧରାପଡ଼ିଛନ୍ତି। ଆଠ ଦିନ ମଧ୍ୟରେ ରାଜ୍ୟରେ ଏହା ଦ୍ଵିତୀୟ ଘଟଣା। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ମାଡ଼ି ବସିଛନ୍ତି। ଥାନାରେ ଖୋଳତାଡ଼ କରିବା ପରେ ଫୁଲବାଣୀ ନେଇଥିବା ଜଣା ଯାଇଛି। ସୂଚନା ଅନୁସାରେ ଫୁଲବାଣୀର ଶରତ ବେହେରା ହରଭଙ୍ଗାରେ ମହାନଦୀ ବାଲିଘାଟ ଠିକାରେ ନେଇଛନ୍ତି। ତାଙ୍କ କିଛି ବାଲି ଭର୍ତ୍ତି ହାଇୱା ଆଇଆଇସି ରାଉତରାୟ ଆଣି ଥାନାରେ ରଖିଥିଲେ। ଛାଡିବା ପାଇଁ ଏକ ଲକ୍ଷ ଟଙ୍କାରେ ମୁଲଚାଲ ହୋଇଥିଲା। ଏହାପରେ ଶ୍ରୀ ବେହେରା ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ପାଖରେ ଅଭିଯୋଗ କରିଥିଲେ। ଯୋଜନା ଅନୁସାରେ ଶୁକ୍ରବାର ଟଙ୍କା ନେବା ବେଳେ ଧରା ପଡ଼ିଛନ୍ତି। ଚଢ଼ାଉରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ସାମିଲ ଥିଲେ। ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ସହିଦନଗର ଥାନା ଏଏସ୍‌ଆଇ ମମତା ବସ୍ତିଆଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ୧୫ହଜାର ଲାଞ୍ଚ ଟଙ୍କା ଜବତ କରିଥିଲା। ଜଣେ ଏତଲକାରୀଙ୍କୁ ମାମଲାରେ ସହଯୋଗ କରିବା ପାଇଁ ଲାଞ୍ଚ ନେଲା ବେଳେ ଶ୍ରୀମତୀ ବସ୍ତିଆ ଧରାପଡ଼ିଥିଲେ। ଭିଜିଲାନ୍ସର ୩ଟି ଟିମ୍‌ ସମାନ୍ତରାଳ ଭାବେ କଟକ ସିଡିଏସ୍ଥିତ ଅର୍‌ଭିଲ୍‌ ଆପାର୍ଟମେଣ୍ଟ, ସହିଦନଗରସ୍ଥିତ ସରକାରୀ କାର୍ଯ୍ୟାଳୟ ଏବଂ ବିରିଡ଼ିସ୍ଥିତ ପୈତୃକ ଘରେ ଚଢ଼ଉ କରିଥିଲା।

Share Now:

Kalinga News Beuro

Next Post

ବନ୍ୟାରେ ଭାସିଗଲେ ଲକ୍ଷାଧିକ ମାଛ ଓ ଯାଆଁଳ : ବିପୁଳ କ୍ଷତି ସହିଲେ ଚାଷୀ

Fri Jul 21 , 2023
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାତାର ତିନି ଦିନ ଧରି ବର୍ଷା ଲାଗି ରହିଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲଗାଣ ବର୍ଷା ଯୋଗୁଁ ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଚାଷ ଜମିରେ ପାଣି ଜମି ରହିଥିଲା। ଏଥିସହ ମାଛ ଚାଷ କରୁଥିବା‌ ପୋଖରୀଗୁଡିକରେ ବର୍ଷା ଜଳ ପଶି ଲକ୍ଷାଧିକ ମାଛ ଓ ଯାଆଁଳ ଭାସି ଯାଇଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପୋଖରୀରେ ଏଭଳି ଦୃଶ୍ୟ ଦେଖିବାକୁ […]
ବିପୁଳ କ୍ଷତି ସହିଲେ ଚାଷୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial