ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କର ଗିରଫ: ଡିଜି ଅଭୟ

ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କର ଗିରଫ

ଭୁବନେଶ୍ବର : ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କରକୁ ଗିରଫ କରିଛି ପୁଲିସ। ତାକୁ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରୁ ଗିରଫ କରାଯାଇଥିବା ପୁଲିସ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତା ନିକଟରୁ ଇନସାସ ରାଇଫଲ, ୧୦ ରାଉଣ୍ଡ ଗୁଳି, ନଗଦ ୩୫ ହଜାର ଟଙ୍କା, ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଶଙ୍କରକୁ କୋର୍ଟ ଚାଲାଣ କରାଯାଇଛି। ତାକୁ ରିମାଣ୍ଡରେ ଅଣାଯିବ ବୋଲି ଡିଜି ଅଭୟ କହିଛନ୍ତି। ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିବା ଶଙ୍କର ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ତାକୁ ଧରିବା ପୁଲିସ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ୧୯୮୭ରେ ମାଓ ସଂଗଠନରେ ଯୋଗ ଦେଇଥିବା ଶଙ୍କର ନାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଅନେକ ମାମଲା ରହିଛି। ବିଶାଖାପାଟଣା, କୋରାପୁଟ, ମାଲକାନଗିରିରେ ହୋଇଥିବା ମାଓ ଆକ୍ରମଣରେ ଏହାର ହାତ ରହିଥିବା କୁହାଯାଉଛି। ବିଶେଷକରି ୨୦୦୯ରେ ଦାମନଯୋଡ଼ିରେ ହୋଇଥିବା ମାଓ ଆକ୍ରମଣ ଯେଉଁଥିରେ ୧୦ ସିଆଇଏସଏଫ ଯବାନ ସହିଦ ହୋଇଥିଲେ, ସେଥିରେ ସେ ସଂପୃକ୍ତ ଥିଲା। ଏହାଛଡ଼ା ୨୦୧୦ରେ ହୋଇଥିବା ଗୋବିନ୍ଦପାଲି ବିସ୍ଫୋରଣରେ ମଧ୍ୟ ସେ ସଂପୃକ୍ତ ଥିଲା। ଏହି ଘଟଣାରେ ୧୧ ପୁଲିସ କର୍ମୀ ସହିଦ ହୋଇଥିଲେ।

Share Now:

Kalinga News Beuro

Next Post

ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Tue Sep 14 , 2021
ନୂଆଦିଲ୍ଲୀ: ଖୁବ ଶୀଘ୍ର ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେପ୍ଟେମ୍ବର ୨୪ରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବା ପାଇଁ ଆମେରିକା ଗସ୍ତ କରିବେ। କରୋନା ସଂକ୍ରମଣ ପାଇଁ ସବୁ ବୈଠକ ଭର୍ଚୁଆଲ ମୋଡରେ ହେଉଥିବା ବେଳେ ପ୍ରଥମ କରି ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ଭାରତ […]
ଆମେରିକା ଯିବେ ନରେନ୍ଦ୍ର ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial