ଜାତିଆଣ ଆକ୍ଷେପ ଅଭିଯୋଗ : ଟାଙ୍ଗୀ ଥାନା ଅଧିକାରୀଙ୍କ ନାଁରେ ମାମଲା ରୁଜୁ

ଟାଙ୍ଗୀ ଥାନା ଅଧିକାରୀ-1

କଟକ: କଟକ ଟାଙ୍ଗୀ ଥାନା ଅଧିକାରୀଙ୍କ ନାଁରେ ଜାତିଆଣ ଆକ୍ଷେପକୁ ନେଇ ମାମଲା ରୁଜୁ ହୋଇଛି। ଜଣେ ଅସବର୍ଣ୍ଣ ମହିଳାଙ୍କ ଘରେ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ଭଳି ସାଙ୍ଘାତିକ ମାମଲା ଆଣିଛନ୍ତି ମହିଳା। ଏହି ମାମଲା ରୁଜୁ ହେବା ପରେ ଏହାର ସ୍ୱତନ୍ତ୍ର ତଦନ୍ତ କରୁଛନ୍ତି ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା। ସୂଚନା ମୁତାବକ ଟାଙ୍ଗୀ ଇଲେକ୍ଟ୍ରିକ୍ ଅଫିସରେ ମାରପିଟ ଘଟଣାକୁ କେନ୍ଦ୍ର କରି ଟାଙ୍ଗୀ ଥାନାରେ କୋଟସାହିର କିଛି ବ୍ୟକ୍ତିଙ୍କ ନାମରେ ବିଦ୍ୟୁତ ବିଭାଗ ତରଫରୁ ମାମଲା ରୁଜୁ କରାଯାଇଥିଲା। ଏହି ମାମଲା ପରେ କୋଟ ସାହିର କିଛି ଯୁବକଙ୍କୁ ଟାଙ୍ଗୀ ପୁଲିସ ଗିରଫ କରିଥିଲା। ଆଉ କିଛି ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପୁଲିସ ବିଭିନ୍ନ ଜାଗାରେ ଛାପା ମାରୁଥିବା ବେଳେ କୋଟ ସାହିର ଅଭିଯୁକ୍ତ ବିଷ୍ଣୁ ଚରଣଙ୍କ ଘରେ ବିଳମ୍ବିତ ରାତିରେ ପହଞ୍ଚିଥିଲା। ଘର କବାଟ ବାଡ଼େଇବାରୁ ବିଷ୍ଣୁଙ୍କ ସ୍ତ୍ରୀ ରୀନା ବେହେରା ଆସି ସ୍ୱାମୀ ନାହାନ୍ତି ବୋଲି କହିଥିଲେ। ରୀନାଙ୍କ କହିବା ଅନୁଯାୟୀ ପୁଲିସକୁ ଘରେ କେହି ନାହାନ୍ତି ବୋଲି କହିବା ପରେ ବି ପୁଲିସ ଘର କବାଟ ଭାଙ୍ଗି ଜୋର ଜବରଦସ୍ତ ଘରେ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିଲେ।

Share Now:

Kalinga News Beuro

Next Post

ନୂଆବର୍ଷ ଉପହାର : ଏଣିକି ବିନା ଇଣ୍ଟର୍‌ନେଟ୍‌ରେ ଚାଲିବ ହ୍ୱାଟ୍ସଆପ୍‌

Fri Jan 6 , 2023
ମୁମ୍ବାଇ: ବ୍ୟବହାରକାରୀଙ୍କ ସୁବିଧା ପାଇଁ ଲୋକପ୍ରିୟ ମେ‌ସେଜିଂ ଆପ୍‌ ହ୍ୱାଟ୍ସଆପ୍‌ ନୂଆ ନୂଆ ଫିଚର ସବୁ କାଢ଼ିବାରେ ଲାଗିଛି। ଆପ୍‌ ଡେଭ୍‌ଲପର୍‌ ଏହି ଆପ୍‌କୁ ନୂଆବର୍ଷରେ ଆଉ ଟିକେ ଆଗକୁ ନେବା ପାଇଁ ଚିନ୍ତା କରିଛନ୍ତି। ହ୍ୱାଟ୍ସଆପ୍‌ର ଲାଟେଷ୍ଟ୍‌ ଫିଚର୍‌ ଏହାର ପ୍ରମାଣ। ଆପ୍‌ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏକ ପ୍ରକ୍ସି ସପୋର୍ଟ ଲଞ୍ଚ୍‌ କରିଛି। ଗୁରୁବାର ଦିନ ଏ ନେଇ କମ୍ପାନି ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକ୍ସି […]
ବିନା ଇଣ୍ଟର୍‌ନେଟ୍‌ରେ ଚାଲିବ ହ୍ୱାଟ୍ସଆପ୍‌-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial