ଆର୍ଥୁର ରୋଡ ଜେଲରେ ଶାହାରୁଖ ଖାନ

ଜେଲରେ ଶାହାରୁଖ ଖାନ

ମୁମ୍ବାଇ: ପୁଅ ଆରୟନକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହାରୁଖ ଖାନ। ଗତକାଲି ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପ‌ରେ ତାଙ୍କୁ ଏବେ ଆର୍ଥୁର ରୋଡ ଜେଲରେ ରଖାଯାଇଛି। ପୁଅ ଗିରଫ ହେବା ପରେ ଆଜି ପ୍ରଥମ ଥର ପାଇଁ ତାଙ୍କୁ ଭେଟିବାକୁ ଜେଲରେ ପହଞ୍ଚିଛନ୍ତି କିଙ୍ଗ ଖାନ ଶାହାରୁଖ। ଗତକାଲି ମୁମ୍ବାଇର ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଆରୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଆରୟନଙ୍କ ସମେତ ଆଉ ଦୁଇଜଣଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଥିଲା। ସେମାନେ ଥିଲେ ସହ ଅଭିଯୁକ୍ତ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା। ଆରୟନଙ୍କୁ ଜାମିନ ଦେବାକୁ ଓକିଲ ସତୀଶ ମନସିନ୍ଧେ ଓ ଅମିତ ଦେଶାଇ କୋର୍ଟଙ୍କ ନିକଟରେ ଯୁକ୍ତି ରଖିଥିଲେ ବି କୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ। ଏନସିବି ପକ୍ଷରୁ ସ୍ବତନ୍ତ୍ର ସରକାର ଓକିଲ ଅଦ୍ବୈତ ସେଥାନା ଆରୟନ ଓ ଅନ୍ୟମାନଙ୍କ ଜାମିନକୁ ବିରୋଧ କରିଥିଲେ। ଏନସିବି ପକ୍ଷରୁ କୁହାଯାଇଥିଲା ଯେ, କ୍ରୁଜ ଡ୍ରଗ୍ସ ପାର୍ଟିରେ ଆରୟନ ଖାନ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହିତ ଚାଟ କରିଥିଲେ ବୋଲି ପ୍ରମାଣ ଏନସିବି ହାତରେ ଲାଗିଛି। ଏହି ଚାଟରେ ଆରୟନ ବଲିଉଡ ଅଭିନେତ୍ରୀଙ୍କ ସହିତ ନିଶା କାରବାରକୁ ନେଇ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ଏଥିସହିତ ଆରୟନ ଅନେକ ଡ୍ରଗ୍ଦ ପେଡଲରଙ୍କ ସହିତ ବି କଥା ହୋଇଥିବା ଜଣାଇ ସେ ସବୁର ପ୍ରମାଣ ଅଦାଲତକୁ ଦେଇଥିଲା ଏନସିବି। ତେବେ ଦିନକୁ ଦିନ ଆରୟନଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାରୁ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରି ତଦନ୍ତ ପାଇଁ ଏନସିବିକୁ ଆଉ କିଛି ଦିନ ସମୟ ଦେଇଛନ୍ତି।

Share Now:

Kalinga News Beuro

Next Post

ବିଦେଶୀ ଯାତ୍ରୀଙ୍କ ପାଇଁ ନେଗେଟିଭ ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

Thu Oct 21 , 2021
ନୂଆଦିଲ୍ଲୀ: ଭାରତ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ରହିଥିବା କରୋନା ସମ୍ବଳିତ ମାର୍ଗଦର୍ଶିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ସଂଶୋଧନ କରିଛନ୍ତି। ଆସନ୍ତା ୨୫ ତାରିଖରୁ ନୂଆ ମାର୍ଗଦର୍ଶିକା କାର୍ଯ୍ୟକାରୀ ହେବ। ଅନ୍ତର୍ଜାତୀୟ ଯାତ୍ରୀମାନେ ଯଦି ପୂରା ମାତ୍ରା ଟିକା ନେଇଥାନ୍ତି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଞ୍ଜୁରିପ୍ରାପ୍ତ ଟିକାକୁ ନେଇ ଭାରତର ଯେଉଁସବୁ ଦେଶ ସହିତ ପାରସ୍ପରିକ ଗ୍ରହଣଯୋଗ୍ୟତା ରହିଛି ସେଠାରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ଅଟକାଯିବ […]
ବିଦେଶୀ ଯାତ୍ରୀଙ୍କ ପାଇଁ ନେଗେଟିଭ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial